www.samajalive.in
Tuesday, December 9, 2025
17.1 C
Bhubaneswar

୨୦୩୦ ସୁଦ୍ଧା ବିଶ୍ଵର ୪ର୍ଥ ବଡ଼ ଅର୍ଥବ୍ୟବସ୍ଥାର ଦେଶ ହେବ ଭାରତ, ୨୦୫୦ ସୁଦ୍ଧା ତୃତୀୟ ସ୍ଥାନ

ଆମେରିକାକୁ ଅତିକ୍ରମ କରି ଚୀନ ହେବ ବିଶ୍ଵର ବୃହତ୍ତମ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ଭାରତ ବିଶ୍ୱର ୪ର୍ଥ ବୃହତ୍ତମ ଅର୍ଥବ୍ୟବସ୍ଥା ସମ୍ପନ୍ନ ଦେଶରେ ପରିଣତ ହେବ ଏବଂ ୨୦୫୦ ସୁଦ୍ଧା ତୃତୀୟ ସ୍ଥାନରେ ପହଞ୍ଚିବ । ୨୧୦୦ ମସିହା ପର୍ଯ୍ୟନ୍ତ ନିଜର ସ୍ଥିତି ବଜାୟ  ରଖିପାରିବ। ଅନ୍ୟପକ୍ଷରେ ବିଶ୍ଵର ବୃହତ୍ତମ ଅର୍ଥବ୍ୟବସ୍ଥା କୁହାଯାଉଥିବା ଆମେରିକାକୁ ଚୀନ ଅତିକ୍ରମ କରି ଶୀର୍ଷସ୍ଥାନରେ ପହଞ୍ଚିବ । ୨୦୫୦ ସୁଦ୍ଧା ଚୀନ, ଆମେରିକା ଓ ଭାରତ ବିଶ୍ଵର ତିନି ବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହେବେ । ବିଦେଶୀ ପତ୍ରିକା ‘ଲାନସେଟ୍’ ପକ୍ଷରୁ କରାଯାଇଛି ଏହି ଆକଳନ । ଦେଶର ମୋଟ ଜିଡିପି, ଜନସଂଖ୍ୟା, କାର୍ଯ୍ୟକ୍ଷମଙ୍କ ବୟସ ଆଧାରରେ କରାଯାଇଥିବା ସର୍ବେକ୍ଷଣକୁ ଆଧାର କରି ଲାନସେଟ୍ ଏହି ରିପୋର୍ଟ ପ୍ରସ୍ତୁତ କରିଛି ।

- Advertisement -

ଲାନସେଟ ରିପୋର୍ଟ ଅନୁସାରେ ୨୦୫୦ ସୁଦ୍ଧା ଚୀନ୍‌ର ଅର୍ଥବ୍ୟବସ୍ଥା ଆମେରିକାର ଅର୍ଥବ୍ୟବସ୍ଥାଠାରୁ ବଡ଼ ହେବ। ୨୦୧୭ କୁ ମୂଳ ବର୍ଷ ଭାବରେ ବିବେଚନା କରାଯାଇ ପତ୍ରିକା ପକ୍ଷରୁ ଏହି ଅଧ୍ୟୟନ କରାଯାଇଛି ।   ୨୦୧୭ ରେ ଭାରତର ଅର୍ଥବ୍ୟବସ୍ଥା ବିଶ୍ୱରେ ସପ୍ତମ ସ୍ଥାନରେ ରହିଥିଲା ଓ ୨୦୨୦​‌ରେ ଏହା ୫ମ ସ୍ଥାନରେ ରହିଛି ।  ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତର ଅର୍ଥବ୍ୟବସ୍ଥା ୪ର୍ଥ ସ୍ଥାନକୁ ଉନ୍ନୀତ ହେବ । ଆମେରିକା, ଚୀନ, ଜାପାନ ପରେ ଭାରତ ୪ର୍ଥ ବୃହତ୍ତମ ଅର୍ଥବ୍ୟବସ୍ଥା ପରିଣତ ହେବ । ତେବେ ୨୦୫୦ ବେଳକୁ ଭାରତ ଜାପାନକୁ ଓ ଚୀନ ଆମେରିକାକୁ ଅତିକ୍ରମ କରିବାକୁ ସକ୍ଷମ ହେବ । ଅର୍ଥାତ୍ ୨୦୫୦ରେ ଚୀନ ପ୍ରଥମ, ଆମେରିକା ଦ୍ବିତୀୟ ଓ ଭାରତ ତୃତୀୟ ସ୍ଥାନରେ ରହିବ । ଜାପାନ ୪ର୍ଥ, ଫ୍ରାନ୍ସ ୫ମ ଓ ଇଂଲଣ୍ଡ ୬ଷ୍ଠ ସ୍ଥାନ ଅଧିକାର କରିବ ବୋଲି ଲାନସେଟ୍ ପ୍ରକାଶ କରିଛି ।

ପୂର୍ବରୁ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ମଧ୍ୟ ୨୦୪୭ ସୁଦ୍ଧା ଭାରତ ବିଶ୍ଵର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିବ ବୋଲି ଆକଳନ କରିଛନ୍ତି । ସେହିପରି ଜାପାନ ସେଣ୍ଟର ଫର ଇକୋନୋମିକ ରିସର୍ଚର ଏକ ରିପୋର୍ଟରେ ୨୦୨୯ ସୁଦ୍ଧା ଭାରତ ଜାପାନକୁ ପଛରେ ପକାଇ ବିଶ୍ଵର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବ ବୋଲି ଆକଳନ କରାଯାଇଛି । ସୂଚନାଯୋଗ୍ୟ ଯେ ୨୦୨୫ ସୁଦ୍ଧା ଭାରତକୁ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ସମ୍ପନ୍ନ ଦେଶରେ କରିବାକୁ ମୋଦୀ ସରକାର  ଲକ୍ଷ୍ୟ ରଖିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories