www.samajalive.in
Tuesday, December 9, 2025
17.1 C
Bhubaneswar

ମୋନିକାଙ୍କ ପରେ ମେଲିସା, ସୁନ୍ଦରୀ ପ୍ରତିଯୋଗୀତା ପାଇଁ ମନୋନୀତ

ଫୁଲବାଣୀ: ଜାତୀୟ କିଶୋରୀ ସୌନ୍ଦର୍ଯ୍ୟ ପ୍ରତିଯୋଗୀତାରେ କନ୍ଧମାଳ ଜିଲା ରାଇକିଆ ବ୍ଳକ ମାଣିକେଶ୍ୱର ପଞ୍ଚାୟତର ଗୁନ୍ଧାଣୀ ଗ୍ରାମର ଝିଅ ମେଲିସା ନାୟକ ମନୋନୀତ ହୋଇଛନ୍ତି। ଗତ ଦିନରେ ମିସ୍‍ ଟିମ୍‍ ଡ଼ିଭାରେ ସାମିଲ୍‍ ହେବା ପାଇଁ ସେପ୍ଟେମ୍ବର ମାସରେ ଅନ୍‍ ଲାଇନ୍‍ ମାଧ୍ୟମରେ ପରୀକ୍ଷା ଦେଇଥିଲେ। ଯେଉଁଥିରେ ସେ ସଫଳ ହୋଇଥିବା ନେଇ ଇମେଲ୍‍ ମାଧ୍ୟମରେ ସୂଚନା ମିଳିଛି। ଉକ୍ତ ପ୍ରତିଯୋଗୀତାରେ ଭାରତର ବିିଭିନ୍ନ ଅଞ୍ଚଳରୁ ପ୍ରାୟ ୩ ହଜାର ପ୍ରତିଯୋଗୀ ସାମିଲ୍‍ ହୋଇଥିବା ବେଳେ କେବଳ ୨୫ ଜଣ ଏହି ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଥିବାର ମେଲିସା ପ୍ରକାଶ କରିଛନ୍ତି। ତେବେ ଓଡ଼ିଶାର ୨ ଜଣ ମନୋନୀତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କନ୍ଧମାଳର ମେଲିଆ ଓ ଭୁବନେଶ୍ୱରର ଜଣେ ବୋଲି ଜଣାଯାଇଛି। ଗତ ମାସ ଶେଷ ବେଳକୁ ଏନେଇ ତାଙ୍କୁ ଇମେଲ୍‍ ମାଧ୍ୟମରେ ସୂଚନା ମିଳିଥିବା ମେଲିସା ପ୍ରକାଶ କରିଛନ୍ତି। ତେବେ ଏହାର ପରବର୍ତ୍ତି ବିଭିନ୍ନ ପର୍ଯ୍ୟାୟ ଅନୁଷ୍ଠିତ ହେବ। ଏଥିପାଇଁ ବର୍ତ୍ତମାନ ଅର୍ଥର ଆବଶ୍ୟକତା ରହିଥିବା ବେଳେ ମେଲିସାଙ୍କ ପାଇଁ ବର୍ତ୍ତମାନ ଅର୍ଥ ବାଧକ ସାଜିଛି ବୋଲି ସେ କହିଛନ୍ତି। ତେବେ ମେଲିସାଙ୍କୁ ପରବର୍ତ୍ତି ପର୍ଯ୍ୟାୟ ପାଇଁ କେହି ବ୍ୟକ୍ତି ବିଶେଷ କିମ୍ବା ପ୍ରଶାସନ ପକ୍ଷରୁ ସହଯୋଗ କରାଗଲେ ସେ ପରବର୍ତ୍ତି ପର୍ଯ୍ୟାୟରେ ସାମିଲ୍‍ ହୋଇ ପାରନ୍ତେ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ସମଗ୍ର ଭାରତରୁ ହଜାର ହଜାର ପ୍ରତିଯୋଗିଙ୍କ ମଧ୍ୟରୁ କନ୍ଧମାଳ ଜିଲାରେ ଜଣେ ମନୋନୀତ ହୋଇଥିବା ଯୋଗୁଁ ତାହା ନିଶ୍ଚିତ ଭାବେ ଗର୍ବର କଥା ବୋଲି ଗୁନ୍ଧାଣୀ ଗ୍ରାମବାସୀ ଓ ଅନ୍ୟ ଶୁଭେଚ୍ଛୁମାନେ ପ୍ରକାଶ କରିବା ସହିତ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ମିସ୍‍ ଟିନ୍‍ ଡ଼ିଭା ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ମେଲିସା ବ୍ରହ୍ମପୁର ଖଲ୍ଲିକୋଟ କଲେଜର ବିଏସ୍‍ସି ତୃତୀୟ ବର୍ଷର ଛାତ୍ରୀ।

ତେବେ ମହାମାରୀ କରୋନା ଯୋଗୁଁ ହୋଇଥିବା ଲକ୍‍ଡ଼ାଉନ୍‍ ସହିତ ଗତ ଦିନରେ ଯେଉଁମାନେ ରାଜ୍ୟ ବାହାରୁ ଫେରୁଥିଲେ ସେମାନେ ଜିଲାର ବିିଭିନ୍ନ କ୍ୱାରେଣ୍ଟାଇନ୍‍ ସେଣ୍ଟରରେ ରହୁଥିଲେ। ସେହିଭଳି ଭାବେ ବିହାର ରାଜ୍ୟରୁ ଫେରି କ୍ୱାରେଣ୍ଟାଇନରେ ରହି ନିଜର ପ୍ରତିଭାକୁ ପ୍ରତିପାଦିତ କରିବାରେ ସଫଳ ହୋଇଥିଲେ ଜି ଉଦୟଗିରି ବ୍ଲକ କୁର୍ମିଙ୍ଗିଆ ଗ୍ରାମର ଝିଅ ମୋନିକା ପ୍ରଧାନ। ସେହି ସମୟରେ ଅନଲାଇନରେ ଜାତୀୟସ୍ତରର ଫେସନ ପ୍ରତିଯୋଗିତା ଫଟୋଫକ୍ସ ମିସ୍‍ ଟିନ୍‍ ୨୦୨୦ ପ୍ରତିଯୋଗିତାରେ ସେ ଭାଗନେଇଥିବା ବେଳେ ଓଡ଼ିଶାର ମଧ୍ୟ ବହୁ ସଂଖ୍ୟାରେ କିଶୋରୀ ଏଥିରେ ଭାଗ ନେଇଥିଲେ। ଶେଷରେ ୫୦ ଜଣଙ୍କୁ ଫାଇନାଲ୍‍ ପ୍ରତିଯୋଗିତା ପାଇଁ ସ୍କ୍ରିନିଂ କରାଯାଇଥିଲା, ଯେଉଁଥିରେ ମୋନିକା ମଧ୍ୟ ସାମିଲ ହେବା ସହିତ ଉକ୍ତ ପ୍ରତିଯୋଗିତାରେ ସେ ୩ୟ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଥିଲେ। ବର୍ତ୍ତମାନ ମୋନିକା ଭୁବନେଶ୍ୱରରେ ବିଏମ୍ସି ନର୍ସିଂ ତାଲିମ୍‍ ନେଉଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories