www.samajalive.in
Tuesday, December 9, 2025
16.1 C
Bhubaneswar

ରାଡ଼ର ବିଧ୍ଵଂସୀ ’ରୁଦ୍ରମ୍’: ଗତି ଶବ୍ଦଠାରୁ ଦୁଇଗୁଣ ଅଧିକ

ହ୍ବିଲର ଦ୍ବିପରୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆଜି ପରୀକ୍ଷା କରାଯାଇଥିବା କ୍ଷେପଣାସ୍ତ୍ର ‘ରୁଦ୍ରମ୍’ ଭାରତ ପାଇଁ ଆଣିଛି ବଡ଼ ସଫଳତା । ଏସୟୁ ୩୦ ବିମାନରୁ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଛି । ଶବ୍ଦଠାରୁ ଦୁଇଗୁଣ ବେଗରେ ଗତି କରିବାକୁ ସମର୍ଥ ରୁଦ୍ର ପ୍ରତିପକ୍ଷର ରାଡ଼ର ବ୍ୟବସ୍ଥାକୁ ସହଜରେ ଧ୍ଵଂସ କରିବାକୁ ସକ୍ଷମ ବୋଲି କୁହାଯାଉଛି ।

- Advertisement -

ଭାରତୀୟ ବାୟୁସେନାର ରୁଦ୍ରମ ହେଉଛି ପ୍ରଥମ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ରେଡିଅସନ କ୍ଷେପଣାସ୍ତ୍ର ଯାହାକି ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଂଗଠନ (ଡିଆରଡିଓ) ପକ୍ଷରୁ ବିକଶିତ ହୋଇଛି ।  ଏହା ଆକ୍ରମଣ ପାଇଁ ଆଇଏନଏସ ଜିପିଏସ ଦିଗ ନିର୍ଣ୍ଣାୟକର ବ୍ୟବହାର କରିଥାଏ । ରୁଦ୍ରମ ରେଡିଅସନ ଲକ୍ଷ୍ୟକୁ ସଂପୂର୍ଣ୍ଣ ଦକ୍ଷତାର ସହିତ ନିର୍ଭୁଲ ଭାବେ ଭେଦ କରିବାକୁ ସକ୍ଷମ। ଏଥିରେ ଥିବା ପାସିଭ ହୋମିଙ୍ଗ ହେଡ ଫ୍ରିକ୍ୟେନ୍ସି ପ୍ରୋଗ୍ରାମ ଅନୁସାରେ ଲକ୍ଷ୍ୟସ୍ଥଳ ଚିହ୍ନଟ କରି ଭେଦ କରିପାରିବ । ଶତ୍ରୁ ପକ୍ଷର ବାୟୁ ପ୍ରତିରକ୍ଷା ପଦ୍ଧତିକୁ ବହୁ ଦୂରରୁ ପ୍ରତିହତ କରିବା ପାଇଁ ଏହା ଭାରତୀୟ ବାୟୁସେନାର ଏକ ଅମୋଘ କ୍ଷେପଣାସ୍ତ୍ର । ଏଥିସହିତ ଦେଶ ସ୍ଵଦେଶୀ ଜ୍ଞାନକୌଶଳରେ ଆଣ୍ଟି ରେଡିଅସନ କ୍ଷେପଣାସ୍ତ୍ର ନିର୍ମାଣ କରିବାର ସାମର୍ଥ୍ୟ ହାସଲ କରିଛି । ଏହା ଶତ୍ରୁ ପକ୍ଷର ରାଡାର ପଦ୍ଧତିକୁ ଚକମା ଦେଇ ଲକ୍ଷ୍ୟଭେଦ କରିପାରିବ ବୋଲି ଡ଼ିଆରଡ଼ିଓ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories