www.samajalive.in
Monday, December 8, 2025
27.1 C
Bhubaneswar

ଜଣେ ଡାକ୍ତର, ୨ ଜଣ ପୁଲିସ କର୍ମଚାରୀଙ୍କ ସମେତ ୮ କରୋନା ଯୋଦ୍ଧା ଆକ୍ରାନ୍ତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜି ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଛୁଇଁଛି। ଜଣେ ଆୟୁଷ ଡାକ୍ତରଙ୍କ ଓ ଦୁଇ ପୁଲିସ କର୍ମଚାରୀଙ୍କୁ ମିଶାଇ ୮ କରୋନା ଯୋଦ୍ଧାଙ୍କ ମିଶାଇ ଜିଲାରେ ଆଜି ୧୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୯୭୨ ପହଁଚିଥିବା ବେଳେ ସେମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୪,୪୭୬ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୯୦.୯୨ ପ୍ରତିଶତ ସୁସ୍ଥ ହୋଇ ଥିବା ବେଳେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪(୦.୪୮ ପ୍ରତିଶତ)ରେ ରହିଛି। ଆଉ ୪୭୨ ଜଣ ସଂକ୍ରମିତ ଅର୍ଥାତ ମୋଟ ସଂକ୍ରମିଙ୍କ ୯.୪୯ ପ୍ରତିଶତ ସଂକ୍ରମିତ ବିଭିନ୍ନ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଆଜିର ସଂକ୍ରମିତଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ୪ ଜଣ ଓ ଗ୍ରାମାଂଚଳରେ ୨ ଜଣ ଚିହ୍ନଟ ହୋଇଥିବା ବେଳେ ବାଲିଗୁଡା ବିଜ୍ଞାପିତ ଅଂଚଳରୁ ୧୪ ଜଣ ଓ ଗ୍ରାମାଂଚଳରୁ ୭ ଜଣ, ଘୁ.ଉଦୟଗିରିର ବିଜ୍ଞାପିତ ଅଂଚଳରେ ୫ ଜଣ ଏବଂ ଗ୍ରାମାଂଚଳରେ ୩ ଜଣ.କ.ନୁଆଗାଁରୁ ୨୦ ଜଣ,ଚକାପାଦରେ ୧୭,ଦାରିଙ୍ଗବାଡିର ୨ ଜଣ,ଖଜୁରିପଡାରେ ୨ ଜଣ, ଫିରିଙ୍ଗିଆ ୪, ରାଇକିଆ ୧୬,ଟିକାବାଲିର ୯, ତୁମୁଡିବନ୍ଧ ଅଂଚଳରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories