www.samajalive.in
Monday, December 8, 2025
27.1 C
Bhubaneswar

ମେଘା ସେକ୍ଟରରେ ବିଶ୍ୱ ଦୃଷ୍ଟିଶକ୍ତି ଦିବସ ଅନୁଷ୍ଠିତ

ଆଠଗଡ: ଆଠଗଡ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସ୍ୱାସ୍ଥ୍ୟ ସେକ୍ଟରର ରାଜନଗର ପଞ୍ଚାୟତ ଅନ୍ତର୍ଗତ ବନଖଣ୍ଡି ଗ୍ରାମରେ ଗୁରୁବାର ବିଶ୍ୱ ଦୃଷ୍ଟି ଶକ୍ତି ଦିବସରେ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍ଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାରେ ରାଜନଗର ସରପଞ୍ଚ ମହେନ୍ଦ୍ର ପରିଡା ଓ ସମିତି ସଭ୍ୟ ବିଭିନ୍ଦ୍ର ରଣା ଅତିଥି ଭାବେ ଯୋଗଦେଇ ମନୁଷ୍ୟ ଶରୀରର ସବୁଠାରୁ ମୂଲ୍ୟବାନ ଅଙ୍ଗ ହେଉଛି ଚକ୍ଷୁ ଏବଂ ଏହାର ଯତ୍ନ ଓ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଜରୁରୀ ବୋଲି ମତ ପ୍ରକାଶ କରିଥିଲେ। ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀ ଅସ୍‍ଲମ୍‍ ଚକ୍ଷୁର ବିଭିନ୍ନ ରୋଗ ଅନ୍ୟ ସମସ୍ୟା ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ବିଭିନ୍ନ ଚକ୍ଷୁ ରୋଗର ଚିକିତ୍ସା ପାଇଁ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱବ୍ୟାପୀ ଅନ୍ଧତ୍ୱ ଦୂରୀକରଣ ଓ ଦୃଷ୍ଟି ଶକ୍ତି ଦୋଷକୁ ଦୂର କରିବା ଉଦ୍ଦେଶ୍ୟରେ ୧୯୯୦ ମସିହାରୁ ଅକ୍ଟୋବର ୨ୟ ଗୁରୁବାର ଲାୟନ୍ସ କ୍ଲବ ଆନ୍ତର୍ଜାତିକ ପାଉଣ୍ଡେସନ ପକ୍ଷରୁ ବିଶ୍ୱ ଦୃଷ୍ଟି ଶକ୍ତି ଦିବସ ପାଳନ ହୋଇଆସୁଛି। ଚକ୍ଷୁଜନିତ ରୋଗ ଓ ସମସ୍ୟା ଦେଖାଦେଲେ କୌଣସି ଘରୋଇ ଚିକିତ୍ସା ନକରାଇ କେବଳ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରାଇବାକୁ ଲୋକମାନଙ୍କୁ ଶ୍ରୀ ଅସଲମ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱାସ୍ଥ୍ୟକର୍ମୀ ନମିତା ପ୍ରତାପ, ଅମରେନ୍ଦ୍ର ପ୍ରଧାନ, ଅଙ୍ଗନବାଡି କର୍ମୀ ମଧୁସ୍ମିତା ପ୍ରଧାନ, ମମତା ପଣ୍ଡା,ଜସ୍ମିନ୍‍ ରାଉତ, ଆଶାକର୍ମୀ ଅମିତା ସାହୁ ଏବଂ ମେଘା ସେକ୍ଟର ଅନ୍ତର୍ଗତ ଗାଁ କଲ୍ୟାଣ ସମିତି ସମୂହର କର୍ମକର୍ତ୍ତା ସହଯୋଗ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories