www.samajalive.in
Sunday, December 7, 2025
13.1 C
Bhubaneswar

ପ୍ରାକ୍‌ବିଦ୍ୟାଳୟ ଶିଶୁମାନଙ୍କର ପ୍ରକୃତି ସହ ପରିଚୟ

ଭୁବନେଶ୍ୱର: ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା କୋଭିଡ୍‌-୧୯ ମହାମାରୀ ସମୟରେ ଶିଶୁମାନଙ୍କୁ ସୃଜନାତ୍ମକ କାର୍ଯ୍ୟକଳାପରେ ନିୟୋଜିତ ରଖି ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଆରମ୍ଭ କରାଯାଇଥିବା ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମରେ ଅକେଫାବର ମାସରେ ପ୍ରକୃତି ସହିତ ପରିଚିତ କରିବା ନିମନ୍ତେ ପ୍ରୟାସ କରାଯାଇଛି । ଅକ୍ଟୋବର ମାସ ପାଇଁ ବିଷୟବସ୍ତୁ ରହିଛି ଗଛ, ପତ୍ର, ଫୁଲ ଓ ଫଳ । ପୂର୍ବରୁ ଅରୁଣିମା କ୍ୟାଲେଣ୍ଡର ଜରିଆରେ ‘ମୋ ଶରୀର’, ‘ମୁଁ ଆଉ ମୋ ପରିବାର’ ଏବଂ ‘ପଶୁପକ୍ଷୀ’ଙ୍କ ସଂପର୍କରେ ଶିକ୍ଷା ପ୍ରଦାନ କରାଯାଇଥିଲା। ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡରରେ କୋଭିଡ୍‌-୧୯ ମହାମାରୀ ସମୟରେ ନିଜର ତଥା ଅନ୍ୟମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ସହ ହାତଧୁଆ ଅଭ୍ୟାସ, ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା ଓ ଅନ୍ୟାନ୍ୟ ସୁଅଭ୍ୟାସ ସହ ଗଛ, ପତ୍ର, ଫୁଲ ଓ ଫଳ ସମ୍ବନ୍ଧୀୟ ଧାରଣା ପ୍ରଦାନ
କରାଯାଇଛି। ବିଭିନ୍ନ ଗଛପତ୍ର, ଫୁଲଫଳ ଆଦି ସମ୍ବନ୍ଧରେ ଗୀତ, ଗପ, ଖେଳ, ଚିତ୍ର ଓ ଅଭିନୟ ଏବଂ ସଂଗୀତ ମାଧ୍ୟମରେ ଶିକ୍ଷା ଦାନ କଲେ ଏହା ବିଶେଷ କୌତୁହଳପ୍ରଦ ହେବ । ମାତାପିତା ଓ ଅଭିଭାବକମାନେ ଘରେ କିପରି ଉତ୍ତମ ଦାୟିତ୍ୱବୋଧତାର ସହିତ ଏକ ଆନନ୍ଦପୂର୍ଣ୍ଣ ବାତାବରଣ ମଧ୍ୟରେ ଶିଶୁକୁ ଶିକ୍ଷା ପ୍ରଦାନ କରିପାରିବେ ତାହା ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡରରେ ପ୍ରଦତ୍ତ ହୋଇଛି । ଗତ ସେପେଫମ୍ବର ଶେଷ ସପ୍ତାହରେ ସମସ୍ତ ଆଇସିଡିଏସ୍‌ ପ୍ରକଳ୍ପକୁ ଏହି କ୍ୟାଲେଣ୍ଡର ପ୍ରେରଣ କରାଯାଇଛି। ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କୁ ଏ ବାବଦରେ ପତ୍ର ଲେଖି ଅବଗତ କରାଯାଇଛି। ଯେଉଁ ମାତାପିତା/ଅଭିଭାବକମାନଙ୍କ ଆଣ୍ଡ୍ରଏଡ୍‌ ଫୋନ ଏବଂ ଇଣ୍ଟରନେଟ୍‌ ସୁବିଧା ଅଛି, ସେମାନଙ୍କୁ ହ୍ୱାଟସ୍‌ଆପ୍‌ ମାଧ୍ୟମରେ ‘ଘରେ ଘରେ ଅରୁଣିମା’ ଅକ୍ଟୋବର ମାସର କ୍ୟଲେଣ୍ଡର ପ୍ରେରଣ କରାଯାଇଛି ଏବଂ ସେମାନଙ୍କୁ ୟୁଟୁ୍ୟବ୍‌ ଲିଙ୍କ୍‌ ପ୍ରଦାନ କରାଯାଇଛି । ଯେଉଁମାନଙ୍କ ଆଣ୍ଡ୍ରଏଡ୍‌ ଫୋନ୍‌ର ସୁବିଧା ନାହିଁ ସେମାନଙ୍କୁ ଏ-୩ କାଗଜରେ ଛପା ଯାଇଥିବା ଅରୁଣିମାର ରଙ୍ଗୀନ କ୍ୟାଲେଣ୍ଡର ଅଙ୍ଗନବାଡ଼ି କର୍ମୀମାନେ ଘରେ ପହଞ୍ଚି ପ୍ରଦାନ କରୁଛନ୍ତି । ପ୍ରତି ଜିଲ୍ଲାରେ ସମୁଦାୟ ପ୍ରାକ୍‌ ବିଦ୍ୟାଳୟ ପିଲାମାନଙ୍କ ମଧ୍ୟରୁ କେତେଜଣ ଅକେଫାବର ମାସର କ୍ୟାଲେଣ୍ଡର ପାଇଛନ୍ତି ସେ ସଂପର୍କରେ ଅକେଫାବର ୭ ତାରିଖ ସୁଦ୍ଧା ବିଭାଗକୁ ସାର୍ଟିଫିକେଟ୍‌ ପ୍ରଦାନ କରିବା ସହ ଅଙ୍ଗନବାଡ଼ି କର୍ମୀମାନେ ଘରେ ପହଞ୍ଚାଇଥିବାର ଫଟୋଚିତ୍ରକୁ ହ୍ୱାଟସ୍‌ଆପ୍‌ ମାଧ୍ୟମରେ ପଠାଇବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଇତି ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରାକ୍‌ ବିଦ୍ୟାଳୟ ଶିଶୁମାନେ ଏହି କ୍ୟାଲେଣ୍ଡର ପାଇଥିବା ରିପୋର୍ଟ ବିଭାଗର ହସ୍ତଗତ ହୋଇଛି। ଶିଶୁମାନେ ଏହି ନୂତନ କ୍ୟାଲେଣ୍ଡର ମାଧ୍ୟମରେ କିଭଳି ଶିକ୍ଷା ଲାଭ କରୁଛନ୍ତି ତା’ର ସୁନ୍ଦର ସୁନ୍ଦର ଚିତ୍ର ବିଭାଗକୁ ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତାମାନେ ପ୍ରେରଣ କରିଛନ୍ତି।
କୋଭିଡ୍‌-୧୯ ମହାମାରୀ ସମୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ଥିବାରୁ ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡର ଆବଣ୍ଟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ବିଭାଗର ଟେଲି ମନିଟରିଂ ଟିମ୍‌ ହିତାଧିକାରୀଙ୍କ ପରିବାର ସହ ଫୋନ କରି ଏହାର କାର୍ଯ୍ୟକାରିତା ତଦାରଖ କରୁଛନ୍ତି। କୋଭିଡ୍‌ ନିୟମାବଳୀର ଅନୁପାଳନପୂର୍ବକ ପ୍ରତ୍ୟେକ ପ୍ରାକ୍‌ ବିଦ୍ୟାଳୟ ଶିଶୁଙ୍କ ପାଖରେ ଏହି କ୍ୟାଲେଣ୍ଡର ପହଞ୍ଚାଇବାକୁ ବିଭାଗ ତରଫରୁ ସୁନିଶ୍ଚିତ କରାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories