www.samajalive.in
Thursday, December 11, 2025
23.1 C
Bhubaneswar

ଅବକାରୀ ଚଢଉ, ୨୨ କ୍ବିଣ୍ଟାଲ ପୋଚ ନଷ୍ଟ

ପଦ୍ମପୁର: ପଦ୍ମପୁର ଉପଖଣ୍ତ ଜଗଦଳପୁର ଥାନା ଗୁଣ୍ତିଚାଡିହି ଠାରେ ପ୍ରଚୁର ଦେଶୀ ମହୁଳ ମଦ ରନ୍ଧା ହେଉଥିବା ଖବର ପାଇ ଅବକାରୀ ଅଧିକ୍ଷକଙ୍କ ନିର୍ଦେଶ ଓ ଅବକାରୀ ନିରୀକ୍ଷକ କୁବେର ସେଠୀଙ୍କ ଆଦେଶ କ୍ରମେ ଅବକାରୀ ଚଢାଉ କରାଯାଇଥିଲା। ଓଡିଶା ଛତିଶଗଡ଼ ସୀମାନ୍ତରେ ଥିବା ଏହି ଗ୍ରାମକୁ ଅଙ୍ଗନଦୀ ଅତିକ୍ରମ କରିଯିବାକୁ ହୁଏ। ଏଠାକୁ କୌଣସି ଅଧିକାରୀ ବର୍ଷାରୂତୁରେ ଯାଆନ୍ତି ନାହିଁ। ତେଣୁ ଉକ୍ତ ଅଞ୍ଚଳରେ ଅବାଧରେ ରନ୍ଧାମଦ ତିଆରି କରାଯାଇଥାଏ।

ତେବେ ଅବକାରୀ ବିଭାଗ ପକ୍ଷରୁ ଛତିଶଗଡ଼ ପଟରୁ ବୁଲି ଆସି ଚଢଉ କରା ଯାଇଥିଲା। ଏକାଧିକ ମଦ ରନ୍ଧାଭାଟିରୁ ୨୧୫୦ କେଜି ମହୁଲ ପୋଚ ଓ ୭୦ଲିଟର ମଦ ନଷ୍ଟ କରାଯାଇଥିଲା। ମଦରନ୍ଧା ପାଇଁ ବ୍ୟବହୃତ ୪ସେଟ ଉପକରଣ ଜବତ କରାଯାଇଛି। ଚଢାଉରେ ଅବକାରୀ ଉପ ନିରୀକ୍ଷକ ହେମକାନ୍ତ ସୁନା, ଅବକାରୀ ସବ୍ ଇନ୍ସପେକ୍ଟର ରଞ୍ଜନ ସେଟ, ପ୍ରଶାନ୍ତ ବାଗ, ସୁକାନ୍ତ ବଢେଇ, ନମୋବତୀ ମଲ୍ଲିକ, ପ୍ରେମାନନ୍ଦ ବିଶ୍ବାଳ, ଅମିତ ଦୀପ ସାମିଲ ଥିଲେ। ମୁଖ୍ୟ ରାସ୍ତା ଅଙ୍ଗନଦୀ ପ୍ରତିବନ୍ଧକ ଥିବାରୁ ନିର୍ଭୟରେ ବେଆଇନ ମଦ ବ୍ୟବସାୟ କରୁଥିବା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories