www.samajalive.in
Monday, December 8, 2025
13.1 C
Bhubaneswar

ବୁଧବାର ବିଶେଷ ; ସବୁଜ ରଙ୍ଗର କରନ୍ତୁ ଅଧିକ ବ୍ୟବହାର

ବୁଧବାର ଦିନଟି ବୁଧ ଗ୍ରହ ଓ ଭଗବାନ ଗଣେଶଙ୍କୁ ସମର୍ପିତ। ପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଘରର ସଦସ୍ୟଙ୍କୁ ଶୁଭଫଳ ମିଳିଥାଏ। ଘରେ ଧନସମ୍ପତ୍ତିର ଆଗମନ ହେବା ସହ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ପ୍ରଭୁ ଗଣେଶଙ୍କ ସହ ମା’ଲକ୍ଷ୍ମୀଙ୍କୁ ମଧ୍ୟ ଏକତ୍ରିତ ପୂଜାର୍ଚ୍ଚନା କରାଯାଇଥାଏ। ବୁଧବାର ଦିନ ଏପରି କିଛି ଉପାୟ ରହିଛି ଯାହାକୁ ପାଳନ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ହେବା ସହ ଘରେ ସର୍ବଦା ଧନସମ୍ପଦରେ ପୂରି ରହିବ ଅଭାବ ହେବ ନାହିଁ।
– ବୁଧବାର ଦିନ ପ୍ରଭୁ ଗଣେଶଙ୍କୁ ଲଡ଼ୁ କିମ୍ବା ମୋଦକ ଭୋଗ ଲଗାନ୍ତୁ। ଭୋଗ କରିବା ପରେ ସେହି ମୋଦକ ଅଥବା ଲଡୁକୁ ଧନ ରଖିବା ସ୍ଥାନରେ କିଛି ସମୟ ପାଇଁ ରଖନ୍ତୁ। ଏହା ଦ୍ୱାରା ଧନ ଜନିତ ସମସ୍ୟା ଦୂର ହୋଇଥାଏ।
– ବୁଧବାର ଦିନ ସବୁଜ ରଙ୍ଗ ଜିନିଷର ଅଧିକ ବ୍ୟବହାର କରନ୍ତୁ।ଏହାଦ୍ୱାରା ବୁଧଙ୍କ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ମାନ୍ୟତା ଅନୁଯାୟୀ, ବୁଧବାର ଦିନ ସବୁଜ ରଙ୍ଗର ଲୁଗା ପଟା ବ୍ୟବହାର ମଧ୍ୟ ଖୁବ ଶୁଭଫଳ ପ୍ରଦାନ କରିଥାଏ।
ଏହିଦିନ ସବୁଜ ରଙ୍ଗ ଖାଦ୍ୟ ଭୋଜନରେ ସାମିଲ କରିବା ଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ।
ବୁଧବାର ଦିନ ପଞ୍ଚମୁଖୀ ରୁଦ୍ରାକ୍ଷ, ୭ଟି ଗୋଟା ମୁଗ, ସାମାନ୍ୟ ଗୋଟା ଧନିଆ, ନିଜ ପର୍ସରେ ରଖନ୍ତୁ। ରୁଦ୍ରାକ୍ଷ ନଥିଲେ ଗୋଟା ହଳଦୀ ମଧ୍ୟ ରଖିପାରିବେ। ଏହାଦ୍ୱାରା କେବେ ମଧ୍ୟ ଟଙ୍କାପଇସାର ଅଭାବ ହେବ ନାହିଁ।
ବୁଧବାର ଦିନ ସକାଳେ ଉଠି ସ୍ନାନ କରିବା ପରେ ମା’ଲକ୍ଷ୍ମୀଙ୍କୁ ନିଶ୍ଚୟ ପୂଜା କରନ୍ତୁ। ମନ୍ତ୍ରର ମଧ୍ୟ ଜପ କରନ୍ତୁ। ଏହି ଉପାୟ ନିୟମିତ ୨୧ ଦିନ ପର୍ଯ୍ୟନ୍ତ କରନ୍ତୁ। ଶୁଭଫଳ ପ୍ରାପ୍ତି ସହ ସଫଳତା ମିଳିବ।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories