www.samajalive.in
Tuesday, December 9, 2025
17.1 C
Bhubaneswar

ହଥରସ ଘଟଣା ପରେ ଦଙ୍ଗାପାଇଁ ବିଦେଶରୁ ଆସିଛି ୧୦୦ କୋଟି ପାଣ୍ଠି; କେବଳ ମରିସସରୁ ୫୦ କୋଟି ଟଙ୍କା

ହାଥରସ ଘଟଣା ପରେ ଉତ୍ତରପ୍ରଦେଶ ଓ ଦେଶର ଅନ୍ୟାନ୍ୟସ୍ଥାନରେ ଦଙ୍ଗା ପାଇଁ ବିଦେଶରୁ ଆସିଛି ପାଣ୍ଠି । ପ୍ରବର୍ତନ ନିର୍ଦେଶାଳୟ ଅନୁସନ୍ଧାନକାଳରେ ଏହି ଷଡ଼ଯନ୍ତ୍ରର ଗୁମର ଫିିଟିଛି ।  ୟୁପିରେ ଦଙ୍ଗା କରିବା ପାଇଁ ଦେଶ ତଥା ବିଦେଶରୁ ୧୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ଓ କେବଳ ମରିସସରୁ ୫୦ କୋଟି ଟଙ୍କା ଆସିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ହାଥରସ ମାମଲା ସହ ଜଡ଼ିତ ଘଟଣାକୁ ନେଇ ଏବେ ପୁଲିସ, ପ୍ରବର୍ତନ ନିର୍ଦେଶାଳୟ, ସିବିଆଇ ତଦନ୍ତ ଆରମ୍ଭ କରିଛି । ଇଡି ହାଥରସ ପୀଡିତା ମାମଲାରେ ପ୍ରସ୍ତୁତ ୱେବସାଇଟ୍ ’ଜଷ୍ଟିସ୍ ଫର୍ ହାଥରସ ଭିକ୍ଟିମ୍’    ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ନାମରେ ରାତିସାରା ଏକ ୱେବସାଇଟ୍ ତିଆରି କରାଯାଇଛି। ଏହା ଦ୍ବାରା ୟୁପିରେ ଜାତିଗତ ଦଙ୍ଗା  ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା।କେବଳ ଏତିକି ନୁହେଁ, ଏହି ୱେବସାଇଟ୍ ମାଧ୍ୟମରେ ଇସଲାମିକ ଦେଶମାନଙ୍କରୁ ଅର୍ଥ ମଧ୍ୟ ସଂଗ୍ରହ କରାଯାଇଥିଲା।  ପ୍ଲାଟଫର୍ମ କର୍ଡ ଡଟ୍ କମରେ ଏହି ୱେବସାଇଟ୍ ତିଆରି କରାଯାଇଥିଲା। ବର୍ତ୍ତମାନ ଇଡି ଯେଉଁ ଟଙ୍କା ୱେବସାଇଟ୍ ମାଧ୍ୟମରେ ଆସିଛି ତାହାର ଅନୁସନ୍ଧାନ ଆରମ୍ଭ କରିଛି ।

ଏହାପୂର୍ବରୁ ମଙ୍ଗଳବାର ଦିନ ମଥୁରା ପାଲିକ୍ ଆନ୍ ଦିଲ୍ଲୀରୁ ହାଥରାସ ଯାଉଥିବା ୪ ଜଣଙ୍କୁ ଗିରଫ କରିଥିଲେ। ଏହି ସମସ୍ତ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI) ର ସଦସ୍ୟ ବୋଲି ଜଣାପଡ଼ିଛି । ସେମାନଙ୍କଠାରୁ କିଛି ଆପତ୍ତିଜନକ କାଗଜପତ୍ର ଜବତ କରିଛି ।   ଗିରଫ ସଦସ୍ୟମାନଙ୍କ ମଧ୍ୟରୁ ଜଣେ ବାହରାଇଚର ଜାରୱାଲର ବାସିନ୍ଦା। ଏହା ପରେ ୟୁପି ପୋଲିସ ସକ୍ରିୟ ହୋଇଛି। ବାହରାଇଚ୍ ପୋଲିସ୍ କହିଛି ଯେ ଏହି ଅଞ୍ଚଳ ଭାରତ-ନେପାଳ ସୀମା ନିକଟରେ ଏବଂ ପିଏଫଆଇ ସହ ଜଡିତ ଅନ୍ୟ କେତେକଙ୍କୁ ନିକଟ ଅତୀତରେ ଏଠାରୁ ଗିରଫ କରାଯାଇଛି। ଏଭଳି ପରିସ୍ଥିତିରେ ୟୁପି ଏବଂ ଦେଶ ମଧ୍ୟରେ ଜାତି ଓ ସାମ୍ପ୍ରଦାୟିକ ଦଙ୍ଗା ବ୍ୟାପିବା ପାଇଁ ଭାରତ-ନେପାଳ ସୀମାରେ ପିଏଫଆଇ ର କେଉଁ କାର୍ଯ୍ୟକଳାପ ଚାଲିଛି ତାହା ଜାଣିବା ପାଇଁ ଉଦ୍ୟମ କରାଯାଉଛି

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories