www.samajalive.in
Tuesday, December 9, 2025
16.1 C
Bhubaneswar

ମହାରଥୀଙ୍କ ବିୟୋଗରେ ଶୋକସଭା

ପିପିଲି : ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ କେବଳ ପିପିଲି ନିର୍ବାଚନମଣ୍ଡଳୀ ନୁହେଁ ବରଂ ସମଗ୍ର ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପିପିଲି ବ୍ଲକ ସଭାଗୃହରେ ଆୟୋଜିତ ଶୋକସଭାରେ ଉପସ୍ଥିତ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ପିପିଲି ବ୍ଲକର ଅତିରିକ୍ତ ବିଡିଓ ଶୈଳବାଳା ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ପୁରୀ ଜିଲା ପିଡି ଡିଆର୍‍ଡିଏ ନିତି ରଞ୍ଜନ ସେନ ଯୋଗଦେଇ ସ୍ୱର୍ଗତ ମହାରଥିଙ୍କ କାର୍ଯ୍ୟଦକ୍ଷତାକୁ ଉଚ୍ଚପ୍ରଶଂସା କରିବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ। ସିଡିପିଓ ଶୁଭଲକ୍ଷ୍ମୀ ପଟ୍ଟନାୟକ, ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ, ଯୁବସମାଜସେବୀ ଆର୍ତ୍ତବନ୍ଧୁ ସାମନ୍ତରାୟ, ସାଂସଦ ପ୍ରତିନିଧି ତଥା ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସ୍ୱାଇଁ, ସରପଞ୍ଚ ପ୍ରକାଶ କୁମାର ଧଳ, ବ୍ଲକ ଯୁବ ବିଜେଡି ସଭାପତି ମନୋଜ ଦାଶ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାରଥୀଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଞ୍ଚଳର ପ୍ରଗତୀ କ୍ଷେତ୍ରରେ ତାଙ୍କର ଅଧୁରା ସ୍ୱପ୍ନକୁ ସାକାର କରିବା ଦିଗରେ ସମସ୍ତେ ସଂକଳ୍ପ ନେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସ୍ୱର୍ଗତ ମହାରଥୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ସ୍ମୃତିରେ ୨ମିନିଟ ନିରବ ପ୍ରାର୍ଥନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories