www.samajalive.in
Tuesday, December 9, 2025
16.1 C
Bhubaneswar

ଆଉ ୨୬୧୭ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୫ହଜାର ୩୩୦

ଭୁବନେଶ୍ଵର : ରାଜ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ସହ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ରାଜ୍ୟରୁ ଆଉ ୨୬୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୫ହଜାର ୩୩୦ରେ ପହଞ୍ଚିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟକୁ ଆଧାର କରି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ଏହି ସୂଚନା ଦିଆଯାଇଛି। ରାଜ୍ୟର ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୫୨୧ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୬, ବରଗଡ଼ରୁ ୧୪୮, କଟକରୁ ୧୩୬ ଏବଂ ଷ୍ଟେଟ୍ ପୁଲରୁ ୧୦୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୧୫, ବାଲେଶ୍ଵରରୁ ୭୯, ଭଦ୍ରକ ୪୯ ଓ ବଲାଙ୍ଗୀରରୁ ୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

- Advertisement -

ଅନ୍ୟ ପକ୍ଷରେ ବୌଦ୍ଧ ଓ ଦେବଗଡରୁ ୧୮ଜଣ ଲେଖାଏଁ, ଢେଙ୍କା​‌ନାଳରୁ ୭୪, ଗଜପତିରୁ ୭, ଗଞ୍ଜାମରୁ ୪୩, ଜଗତସିଂହପୁରରୁ ୪୫, ଯାଜପୁରରୁ ୧୧୨, ଝାରସୁଗୁଡାରୁ ୪୬, କଳାହାଣ୍ଡିରୁ ୪୪, କନ୍ଧମାଳରୁ ୩୨, କେନ୍ଦ୍ରାପଡାରୁ ୧୩୨, କେନ୍ଦୁଝରରୁ ୧୦୭, କୋରପୁଟରୁ ୪୩ ଓ ମାଲକାନଗିରିରୁ ୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ତେବେ ମୟୂରଭଞ୍ଜରୁ ୧୦୧, ନବରଙ୍ଗପୁରରୁ ୫୯, ନୟାଗଡ଼ରୁ ୩୮, ନୂଆପଠାରୁ ୫୮, ପୁରୀରୁ ୭୯, ରାୟଗଠାରୁ ୨୬, ସମ୍ବଲପୁରରୁ ୧୦୬, ସୁବର୍ଣ୍ଣପୁରରୁ ୨୩ ଏବଂ ସୁନ୍ଦରଗଡରୁ ୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୫୩୩୦କୁ ବୃଦ୍ଧି ପାଇଛି। ୩୨୦୫୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ୨୦୨୩୦୨ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories