www.samajalive.in
Wednesday, December 10, 2025
18.1 C
Bhubaneswar

ବଜାରରେ ଦରଦାମ ବୃଦ୍ଧି ଯୋଗୁ ଅଙ୍ଗନବାଡୀ କେନ୍ଦ୍ରରେ ଅଣ୍ଡା ଓ ଶୁଖିଲା ଖାଦ୍ୟ ପ୍ରଦାନରେ ସମସ୍ୟା

ନବରଙ୍ଗପୁର: ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଜିଲା ଅଙ୍ଗନବାଡୀ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାର ଅଙ୍ଗନବାଡୀ କର୍ମୀଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ବଜାରରେ ଦରଦାମ ଅହେତୁକ ବୃଦ୍ଧି ଯୋଗୁ ସରକାରଙ୍କ ନିର୍ଦ୍ଧାରିତ ଟ.ଏଚ୍‍.ଆର ଅଣ୍ଡା ଓ ଶିଶୁଙ୍କୁ ପ୍ରାକବିଦ୍ୟାଳୟର ଜଳଖିଆ ଓ ଶୁଖିଲା ଗରମ ରନ୍ଧାଖାଦ୍ୟ ବଣ୍ଟନରେ ସମସ୍ୟା ଓ ଅସୁବିଧା ହେଉଛି। ତେଣୁ ରାଜ୍ୟ ସରକାର ବଜାରଦରକୁ ଦେଖି ଅଙ୍ଗନବାଡୀ କେନ୍ଦ୍ରର ଅଣ୍ଡା ଓ ଅନ୍ୟାନ୍ୟ ସମାଗ୍ରୀର ଦରବୃଦ୍ଧି କରିବାକୁ ଦାବି କରାଯାଇଥିଲା। ମହାମାରୀ କୋଭିଡ-୧୯ ବର୍ତ୍ତମାନ ସବୁଆଡେ ମାଡି ଯାଇଥିବାବେଳେ ଟିଏଚଆର ହିତାଧିକାରୀଙ୍କର ଘରକୁ ଘର ବୁଲି ଟିପଚିହ୍ନ ଓ ଦସ୍ତଖତ ନେବା ଅସୁବିଧା ହେଉଛି। କାରଣ ଅନେକ ଅଙ୍ଗନବାଡୀ କର୍ମୀ ଓ ସହାୟିକା କୋଭିଡ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ଲଢେଇ କରୁଛନ୍ତି। ଏଣୁ ଏହାର ସମାଧାନ କରିବା ଓ ସମସ୍ତ ଅଙ୍ଗନବାଡୀ କର୍ମୀଙ୍କୁ କୋଭିଡର ସମସ୍ତ ସୁରକ୍ଷା କିଟ୍‍ ଯଥା- ମାସ୍କ, ଗ୍ଲୋବସ୍‍, ସାନିଟାଇଜର ଇତ୍ୟାଦି ଯଥେଷ୍ଟ ପରିମାଣରେ ପ୍ରଦାନ କରିବାକୁ ବୈଠକରେ ଅନୁରୋଧ କରାଯାଇଛି। ଏହି ବୈଠକରେ ସଂଘର ଜିଲା ସଭାନେତ୍ରୀ ଭାଗ୍ୟବତୀ ଷଡଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ଉପସଭାନେତ୍ରୀ ସବିତା ନାୟକ,ଜିଲା ସାଧାରର ସମ୍ପାଦିକା ସନ୍ଧ୍ୟାରାଣୀ ବିଶ୍ୱାଳ,କୋଷାଧ୍ୟକ୍ଷା ମମତା ବ୍ରହ୍ମା, ଉପସଭାନେତ୍ରୀ ଶୁଭାଷୀତା ପାତ୍ର, ଉମା ନାୟକ, ଅନୁପମା ମାଝୀ, ମଦନ ମାଝୀ, ଶକୁନ୍ତଳା ପୂଜାରୀ, ପୂର୍ଣ୍ଣିମା ଦେଇ, ନୁରାବାଇ ଭଗତ, ଆଲାଦୀନି ନାୟକ, ପୁନାଇ ନାୟକ ପ୍ରମୂଖ ଯୋଗଦେଇଥିଲେ। ଭାରତୀୟ ମଜଦୂର ସଂଘର ଜିଲା ସମ୍ପାଦକ ପରମେଶ୍ୱର ବିଷୋୟୀ ଜିଲାର ସାଙ୍ଗଠାନିକ ସଂପର୍କରେ ଆଲୋଚନା କରିଥିଲେ। ବୈଠକପରେ ସମସ୍ୟା ସଂପର୍କରେ ଜିଲାପାଳଙ୍କୁ ଲିଖିତ ଆକାରରେ ଦେବା ସହ ଏହାର ନକଲ ଉପଜିଲାପାଳ ତଥା ଆଇସିଡିଏସ୍‍ର ଅଧ୍ୟକ୍ଷ ଓ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଅବଗତି ନିମନ୍ତେ ଦିଆଯାଇଛି।

 

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories