www.samajalive.in
Monday, December 8, 2025
27.1 C
Bhubaneswar

ବରିଷ୍ଠ ରାଜନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ପିସିସି ସଭାପତି ନିରଞ୍ଜନଙ୍କ ଶୋକ

ଭୁବନେଶ୍ବର: ପିପିଲି ବିଧାୟକ ତଥା ରାଜ୍ୟର ବରିଷ୍ଠ ରାଜନେତା ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ଖବରରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ପ୍ରଧାନ ଶୋକ ବାର୍ତ୍ତାରେ କହିଛନ୍ତି ପିପିଲି ବିଧାୟକ ତଥା ରାଜ୍ୟର ବରିଷ୍ଠ ରାଜନେତା ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଶ୍ରୀଯୁକ୍ତ ମହାରଥୀ ଜଣେ ଖୁସ୍‍ ମିଜାସ୍‍ ସ୍ୱଭାବର ବ୍ୟକ୍ତି ଥିଲେ। କୌଣସି ବି ପ୍ରସଙ୍ଗରେ ରୋକଠୋକ୍‍ ଭାବରେ ନିଜର ମତ ରଖିବା ସହ ସ୍ୱତନ୍ତ୍ର ଉପସ୍ଥାପନା ଶୈଳି ପାଇଁ ଏକ ବିରଳ ପରିଚୟ ସୃଷ୍ଟି କରିଥିଲେ। ସବୁବେଳେ ଲୋକଙ୍କ ସାଙ୍ଗରେ ରହିବା ଓ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦିନରାତି ଲାଗି ରହିବା ଥିଲା ତାଙ୍କର ପସନ୍ଦ। ତାଙ୍କ ବିୟୋଗରେ ରାଜ୍ୟର ରାଜନୈତିକ ଓ ସାମାଜିକ ଜୀବନରେ ଏକ ଅପୂରଣୀୟ କ୍ଷତି ହେଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦୁଃଖ ସମୟରେ ପରିବାର ବର୍ଗକୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର।

ସେହିପରି ପ୍ରଦୀପ ମହାରଥିଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ ନିରଞ୍ଜନ ପଟ୍ଟନାୟକ ଶୋକ ବ୍ୟକ୍ତ କକିଛନ୍ତି। ନରଞ୍ଜନ କହିଛନ୍ତି ଯେ, ପ୍ରଦୀପ ବାବୁ ଆମ୍ଭମାନଙ୍କୁ ଅକାଳରେ ଛାଡ଼ି ଚାଲିଯାଇଛନ୍ତି ଏହା ମୋତେ ମର୍ମ୍ମାହିତ। ଗତ କିଛିଦିନ ତଳେ ଅସୁସ୍ଥ ହୋଇ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସମସ୍ତଙ୍କ ସହ ସୁସମ୍ପର୍କ ରଖିଥିବା ପ୍ରଦୀପ ବାବୁଙ୍କ ବିୟୋଗ ଦଳମତ ନିର୍ବିଶେଷରେ ଆଜି ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ସାଧାରଣ ଲୋକମାନଙ୍କ ପାଇଁ କାମ କରିବା ଥିଲା ତାଙ୍କର ଧର୍ମ । ଓଡ଼ିଶା ରାଜନୀତିରେ ପ୍ରଦୀପ ବାବୁ ଜଣେ ସ୍ପଷ୍ଟବାଦୀ ଓ ନିର୍ବିକ ନେତା ଭାବେ ଚର୍ଚ୍ଚିତ ଥିଲେ । ତାଙ୍କ ଭଳି ଜଣେ ବିଶିଷ୍ଟ ରାଜନେତାଙ୍କୁ ଆଜି ଓଡ଼ିଶା ହରେଇଛି । ପ୍ରଦୀପ ବାବୁଙ୍କ ବିୟୋଗ ଓଡ଼ିଶା ରାଜ୍ୟ ରାଜନୀତିରେ ଏକ ଅପୁରଣୀୟ କ୍ଷତି । ଏହି କ୍ଷତି ପୂରଣ କରିବା ଏତେ ସହଜ ନୁହେଁ । ସ୍ୱର୍ଗତ ମହାରଥି ବାବୁଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକ।

- Advertisement -

 

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories