www.samajalive.in
Monday, December 8, 2025
20.1 C
Bhubaneswar

ସନରାଇଜର୍ସକୁ ୨୦୯ ରନର ଟାର୍ଗେଟ ଦେଲା ମୁମ୍ବଇ ଇଣ୍ଡିଆନ୍ସ

ସାରଜା : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ରବିବାର ଦୁଇଟି ମ୍ୟାଚ ଖେଳାଯାଉଥିବା ବେଳେ  ପ୍ରଥମ ମ୍ୟାଚରେ ସାରଜାରେ ମୁମ୍ବଇ ଇଣ୍ଡିଆନ୍ସ –ସନରାଇଜର୍ସ ମଧ୍ୟରେ ଖେଳାଯାଉଛି।  ମୁମ୍ବଇ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ମୁମ୍ବଇ ଇଣ୍ଡିଆନ୍ସ ୨୦୮ ରନ କରିଛି। ସନରାଇଜର୍ସ ମ୍ୟାଚକୁ ଜିତାବା ପାଇଁ ହେଲେ ୨୦୯ ରନର ଆବଶ୍ୟକତା ରହିଛି।

ମୁମ୍ବଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରଥମେ ଉପନ କରିବାକୁ କ୍ବାଣ୍ଟେନ ଡିକକ ଓ ରୋହିତ ଶର୍ମା ଆସିଥିଲେ। ହେଲେ ଭଲ ଫର୍ମରେ ଥିବା ରୋହିତ ୫ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୨୭ କରି ଆଉଟ ହୋଇଥିବା ବେଳେ ଅପାରିଜିତ ଥିବା ଡିକକ ଓ ଇଶାନ କିଶାନଙ୍କ ସହ ମିଶି ବିସ୍ପୋରକ ବ୍ୟାଟିଂ କରି ପାରିକୁ ସମ୍ଭାଳିଥିଲେ। ପରେ ଡିକିକ ୬୭ ଓ ଇଶାନ କିଶାନ ୩୧ ରନ କରି ଆଇଟ ହୋଇଥିଲେ। ପୁଣି ପଡ଼ିଆରେ ଏକ ବିସ୍ପୋରକ ଯୋଡି କିରନ ପୋଲାର୍ଡ ଓ ହାର୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିଥିଲେ।  ହାର୍ଦିକ ୨୮ ରନ କରି ଆଉଟ ହୋଇଥିବା ବେଳେ କୁନାଲ ପାଣ୍ଡ୍ୟ ମଧ୍ୟ ଶେଷ ଓଭରରେ ୨ଟି ଛକା ଓ ୨ଟି ଚୌକା ମାରିଥିଲେ ।  କିରନ ପୋଲାର୍ଡ (୨୫) ଓ କୁନାଲ ପାଣ୍ଡ୍ୟ (୨୦ ) ରନ କରି ଅପରାଜିତ ଥିଲେ।

- Advertisement -

ସେହିପରି  ସନ୍ଦିପ ଶର୍ମା , ସିଦ୍ଧାର୍ଥ କଲ ୨ଟି ଲେଖାଏଁ  ଓ୍ବିକେଟ ନେଇଥିବା ବେଳେ ରସିଦ ଖାନ ଗୋଟିଏ ଓ୍ବିକେଟ ନେଇଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories