www.samajalive.in
Tuesday, December 9, 2025
16.1 C
Bhubaneswar

ହାଥରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା; ସିବିଆଇ କରିବ ତଦନ୍ତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ହାଥରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ନିମନ୍ତେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁପାରିସ କରିଛନ୍ତି। ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟର ମାଧ୍ୟମରେ ସୂଚନା ଦିଆଯାଇଛି ଯେ ସମ୍ପୂର୍ଣ୍ଣ ଘଟଣା ଉପରେ ସିବିଆଇ ତଦନ୍ତ କରିବ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଘଟଣାର ସିବିଆଇ ତଦନ୍ତ ନିମନ୍ତେ ସୁପାରିସ କରାଯାଇଛି। ଦୁଷ୍କର୍ମ ଓ ହତ୍ୟାଠାରୁ ଆରମ୍ଭ କରି ପୀଡିତାଙ୍କ ମୃତଦେହକୁ ରାତି ଅଧିଆ ସଂସ୍କାର କରାଯିବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଘଟଣା ଉପରେ ସିବିଆଇ ତଦନ୍ତ କରିବ। ଏହା ପୂର୍ବରୁ ରାଜ୍ୟ ପୁଲିସ ମହାନିର୍ଦେଶକ ଏଚଏସ୍ ଅଶ୍ବସ୍ଥି, ଅତିରିକ୍ତ ମୁଖ୍ୟ ସଚିବ (ଗୃହ) ଅବିନାଶ ଅଶ୍ବସ୍ଥି ପ୍ରମୁଖ ପୀଡିତାଙ୍କ ପରିବାରକୁ ଭେଟିଥିଲେ। ତେବେ ପରିବାର ସଦସ୍ୟ କହିଛନ୍ତି ଯେ ଘଟଣାର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ କରାଯାଉ।
ଅନ୍ୟପଟେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ତଥା ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା। ପ୍ରଶାସନର ଅନୁମତି ଆଧାରରେ ଶନିବାର ସନ୍ଧ୍ୟା ପ୍ରାୟ ୮ଟାରେ ରାହୁଲ ଓ ପ୍ରିୟଙ୍କା ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ସାକ୍ଷାତ ପରେ ରାହୁଲ କହିଛନ୍ତି ଯେ ଉତ୍ତରପ୍ରଦେଶ ସରକାର ପୀଡିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ଦରକାର। ସେ କହିଛନ୍ତି ଯେ ପୀଡିତାଙ୍କ ପରିବାର ସହିତ କଂଗ୍ରେସ ଦଳ ରହିଛି। ପ୍ରାୟ ୩୦ ମିନିଟ୍‌ର ସାକ୍ଷାତ ପରେ ପ୍ରିୟଙ୍କା କହିଛନ୍ତି ଯେ ପୀଡିତାଙ୍କ ପରିବାରକୁ ସୁରକ୍ଷା ଦରକାର।
ପରିବାର ଲୋକ ତାଙ୍କ ଝିଅକୁ ଶେ​‌​‌ଷ ସମୟରେ ଦେଖିପାରିଲେ ନାହିଁ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ଦାୟିତ୍ବ ବୁଝିବା ଦରକାର। ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମେ ସେମାନଙ୍କ ପାଇଁ ଲଢେଇ କରିବୁ ବୋଲି ପ୍ରିୟଙ୍କା କହିଛନ୍ତି।
ଶନିବାର ଅପରାହ୍ଣରେ ରାହୁଲ ଓ ପ୍ରିୟଙ୍କା ଦ୍ବିତୀୟ ଥର ପାଇଁ ହାଥରସ୍ ପୀଡ଼ିତାଙ୍କ ପରିବାରକୁ ଭେଟିବା ଲାଗି ବାହାରିଥିଲେ। ଏହା ପୂର୍ବରୁ ଗୁରୁବାର ରାହୁଲ ଓ ପ୍ରିୟଙ୍କା ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଇଥିବା ସୁରକ୍ଷା ଦୃଷ୍ଟିକୋଣରୁ ସେମାନଙ୍କୁ ଅନୁମତି ଦିଆଯାଇ ନଥିଲା। ଶନିବାର ମଧ୍ୟ ଉଭୟଙ୍କୁ ଦିଲ୍ଲୀ-ନଇଡା ସୀମାରେ ସୁରକ୍ଷାକର୍ମୀମାନେ ଅଟକାଇଥିଲେ। ଏଠାରେ ପୁଲିସ ସହିତ କଂଗ୍ରେସ କର୍ମୀ ଓ ନେତାଙ୍କର ଧସ୍ତାଧସ୍ତି ହୋଇଥିଲା। ତେବେ ପ୍ରଶାସନର ଅନୁମତି ଆଧାରରେ ରାହୁଲ ଓ ପ୍ରିୟଙ୍କାଙ୍କ ସହିତ ମୋଟ ୫ଜଣ କଂଗ୍ରେସ ନେତାଙ୍କୁ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ। ରାହୁଲ ଓ ପ୍ରିୟଙ୍କା ସହିତ କେସି ବେଣୁଗୋପାଳ, ଅଧୀର ରଞ୍ଜନ ଚୌଧୁରୀ ଏବଂ ମୁକଲ ୱାଜନିକ ପୀଡିତାଙ୍କ ପରିବାରକୁ ଭେଟିଥିଲେ। ପୀଡିତାଙ୍କ ପରିବାରକୁ ଭେଟିବାକୁ ଯିବା ପୂର୍ବରୁ ଆଜି ସକାଳେ ରାହୁଲ୍‌ ଗାନ୍ଧୀ ଟୁଇଟ୍‌ କରି ଲେଖିଥିଲେ ଶୋକସନ୍ତପ୍ତ ପରିବାରକୁ ଭେଟି ସେମାନଙ୍କ ଦୁଃଖ ଶୁଣିବାକୁ ହାଥ୍‌ରସ୍‌ ଯିବା ଲାଗି ଦୁନିଆରେ କେହି ମତେ ଅଟକାଇ ପାରିବେ ନାହିଁ । ସେହିପରି ପ୍ରିୟଙ୍କା କହିଥିଲେ, ଯଦି ଏଥର ଛଡ଼ା ନ ଯାଏ, ପୁଣି ଥରେ ଯିବାକୁ ଚେଷ୍ଟା କରିବି। ରାହୁଲ ଓ ପ୍ରିୟଙ୍କାଙ୍କ ସହିତ କଂଗ୍ରେସର ୩୫ଜଣ ସାଂସଦ ସାମିଲ ହୋଇଥିବାବେଳେ ୫ଜଣଙ୍କୁ ଅନୁମତି ଦିଆଯାଇଥିଲା। ସୂଚନା ଅନୁଯାୟୀ ସେପ୍ଟେମ୍ବର ୧୪ ତାରିଖରେ ଦଳିତ ବର୍ଗର ଜଣେ ଯୁବତୀ (୧୯)ଙ୍କୁ ଉଚ୍ଚବର୍ଗର ୪ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରିଥିଲେ। ଏଥିପାଇଁ ତାଙ୍କ ଉପରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ପୀଡିତା ଜଣଙ୍କ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଏହି ଘଟଣାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ବିରୋଧୀ ଦଳଗୁଡିକ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories