www.samajalive.in
Monday, December 8, 2025
27.1 C
Bhubaneswar

ସ୍ବାମୀଙ୍କ ମୃତ୍ୟୁ ପରେ ତଡ଼ିଦେଲେ ଶାଶୂ-ଶଶୁର; ପାଇଖାନାରେ ପାଞ୍ଚପ୍ରାଣୀ

କେନ୍ଦୁଝରଗଡ଼ : ଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦିଆଯାଉଛି ବୋଲି ସରକାର ଭାଷଣବାଜି କରୁଛନ୍ତି। ଯୋଜନା ପରେ ଯୋଜନାର ତାଲିକା ବଢ଼ାଉଥିବା ସରକାରୀ କଳ ବାସ୍ତବରେ କିଭଳି ସ୍ଥାଣୁ ପାଲଟିଛି, ତାହାର ନଗ୍ନ ଉଦାହରଣ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଶିରିଶପାଳ ପଞ୍ଚାୟତର ରାଙ୍କି ଗ୍ରାମକୁ ଗଲେ ସହଜରେ ବୁଝାପଡ଼ିବ। ସ୍ବାମୀ ମରିଯିବା ପରେ ଶାଶୂ ଶ୍ବଶୁର ଘରୁ ତଡ଼ିଦେବା ପରେ ଜଣେ ଅସହାୟା ବିଧବା ନିଜ ୪ ପିଲାଙ୍କୁ ଧରି ପାଇଖାନାରେ ମୁଣ୍ଡଗୁଞ୍ଜିବା ଭଳି ଘଟଣା ସରକାରୀ ଆବାସ ଯୋଜନାକୁ ଉପହାସ କରିବା ଅନ୍ୟ କିଛି ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ଗରିବଙ୍କ ଉନ୍ନତି ପାଇଁ ସରକାର ଯୋଜନା ବନାଇବା ସହ ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଯୋଜନାରେ ଗରିବ ଲୋକଙ୍କୁ ସାମିଲ କରିବା ପାଇଁ ମଧ୍ୟ ଲକ୍ଷାଧିକ ଟଙ୍କା ବିଜ୍ଞାପନ ସମେତ ନାନା ସଭାସମିତିରେ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଦାୟିତ୍ବରେ ଥିବା ଅଧିକାରୀଙ୍କ ଖାମଖିଆଲ ନୀତି ପାଇଁ ଏହି ଯୋଜନା ଅଧିକାଂଶ ସମୟରେ ହିତାଧିକାରୀଙ୍କ ଠାରୁ ଯୋଜନ ଯୋଜନ ଦୂରରେ ରହିଯାଉଛି । କେନ୍ଦୁଝର ସହର ନିକଟସ୍ଥ ଶିରିଶିପାଳ ପଞ୍ଚାୟତର ରାଙ୍କି ଗ୍ରାମରେ ରହୁଥିବା ରାଇବାରୀ ମୁଣ୍ଡାଙ୍କ ସ୍ବାମୀ ପ୍ରାଣ ହରାଇବା ପରେ ତାଙ୍କୁ ଶାଶୂ ଏବଂ ଶ୍ବଶୁର ଘରୁ ତଡ଼ିଦେଲେ। ଫଳରେ ସେ ବେସାହାରା ହୋଇପଡ଼ିଥିଲେ। ନିଜର ୪ ପିଲାଙ୍କୁ ନେଇ କେଉଁଠି ମୁଣ୍ଡ ଗୁଞ୍ଜିବେ ବୋଲି ସ୍ଥିର କରିପାରି ନଥିଲେ। ଏଭଳି ସ୍ଥିତିରେ ସେହି ଗ୍ରାମରେ ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ମିଳିଥିବା ପାଇଖାନା ଘ​‌େ​‌ର ସେ ଚାରିଜଣ ଛୋଟ ଛୁଆଙ୍କୁ ନେଇ ନିଜେ ରହୁଛନ୍ତି ରାଇବାରୀ। ସ୍ୱାମୀ ମରିଗଲା ପରେ ଶାଶୁ ଶ୍ବଶୁର ପର କରିଦେଇଥିବା ଏହି ମହିଳାଙ୍କ ନାଁରେ ବିଜୁ ପକ୍କାଘର ମିଳିଥିବା ବେଳେ ରଇବାରୀକୁ ବାରଦୁଆର ଶୁଣ୍ଢିପିଣ୍ଡା ହେବାକୁ ପଡୁଛି। ଦିନରେ ବହୁ କଷ୍ଟରେ ଏହି ପାଇଖାନା ଘରେ ସେ ରୋଷେଇ କରୁଥିବା ବେଳେ ରାତିରେ ଅନ୍ୟର ପିଣ୍ଡା ହିଁ ସାହାରା ପାଳିଟିଛି ରାଇବାରୀକୁ। ବହୁବାର ସରକାରଙ୍କୁ ଗୁହାରି କରି ମଧ୍ୟ କିଛି ସୁଫଳ ମିଳୁନାହିଁ ରାଇବାରୀକୁ; କିନ୍ତୁ ଉକ୍ତ ଶିରିଷପାଳ ପଞ୍ଚାୟତରେ ଥିଲାଵାଲା ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁଥିବା ଅଭିଯୋଗ ହୋଇଛି । ସରପଞ୍ଚ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହ ମିଶି ଅଯୋଗ୍ୟ ହିତାଧିକାରୀଙ୍କୁ ଲାଞ୍ଚ ନେଇ ଘର ପ୍ରଦାନ କରୁଥିବା ଅଭିଯୋଗ କରିଛନ୍ତି ନାଏବ ସରପଞ୍ଚ । ସେପଟେ ନିହାତି ଆବଶ୍ୟକ କରୁଥିବା ରାଇବାରୀ ପରି ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁନଥିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏଥିନେଇ ଜିଲା ପ୍ରକଳ୍ପ ଅଧିକାରୀଙ୍କୁ ପଚାରିବାରୁ ସେ ଯଥାଶୀଘ୍ର ତଦନ୍ତ କରି ରାଇବାରୀକୁ ଘର ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories