www.samajalive.in
Wednesday, December 10, 2025
26.1 C
Bhubaneswar

ଅଟା, ଡାଲିକୁ ସୁରକ୍ଷିତ ରଖିବାର ଉପାୟ

ଖାଦ୍ୟ ସାମଗ୍ରୀ ରଖିବାରେ ସାମାନ୍ୟତମ ଅବହେଳା କଲେ, ସେଥିରେ ପୋକ ଲାଗିଥାନ୍ତି। ଏସବୁ ପୋକ ଦାଉରୁ ରକ୍ଷା ପାଇବା ମଧ୍ୟ ଏତେ ସହଜ ନୁହେଁ। କେତୋଟି ସହଜ ତଥା ସରଳ ଉପାୟ ପାଳନ କରି ରୋଷେଇ ଘରେ ଖାଦ୍ୟ ସାମଗ୍ରୀକୁ ସୁରକ୍ଷିତ ରଖିପାରିବେ।
– ଅଟାକୁ ଏୟାର-ଟାଇଟ୍ ନଚେତ୍ ଷ୍ଟିଲ୍‌ ଡବାରେ ରଖିବା ଉଚିତ। ଏଥିସହ ଅଟା ରଖିବା ପୂର୍ବରୁ ଡବାରେ ନିମ୍ବ ପତ୍ର ରଖନ୍ତୁ। ନିମ୍ବ ପତ୍ରର ବାସ୍ନାରେ ଅଟାରେ ପୋକ ଲାଗିନଥାନ୍ତି। ନିମ୍ବ ପତ୍ର ନ ମିଳିଲେ, ୬-୭ଟି ତେଜ ପତ୍ର କିମ୍ବା ଗୁଜୁରାତି ୪-୫ଟିକୁ ଭଲରେ ଗୁଣ୍ଡ କରି ଅଟା ଡବାରେ ରଖିଦେବେ। ଏଇ ଉପାୟରେ ଅଟାରେ ଆଦୌ ପୋକ ଲାଗନ୍ତି ନାହିଁ।
– ସୁଜିରେ ମଧ୍ୟ ପୋକ ଶୀଘ୍ର ଲାଗିଯାନ୍ତି। ଫ୍ରିଜ୍‌ରେ ଖାଲି ସ୍ଥାନ ଥିଲେ ସୁଜି ଡବାକୁ ସେଠାରେ ରଖିପାରିବେ। ମାସମାସ ଧରି ସୁଜି ତାଜା ରହିବ; ନଚେତ୍ ଅନ୍ୟ ଏକ ଉପାୟ ହେଉଛି ସୁଜିକୁ କଡ଼େଇରେ ହାଲକା ଭାଜି ଏକ ଡବାରେ ରଖନ୍ତୁ। ଏହା ସହ ସେଇ ଡବାରେ ଗୁଜୁରାତି ଗୁଣ୍ଡ ପକାଇଦେବେ।
– ମଇଦା, ବେସନରେ ମଧ୍ୟ ଶୀଘ୍ର ପୋକ ଲାଗିଯାନ୍ତି। ସେଥିରୁ ରକ୍ଷା ପାଇବାକୁ ହେଲେ ଏସବୁ ସାମଗ୍ରୀକୁ ଏୟାର୍ ଟାଇଟ୍ ଡବାରେ ରଖିବା ସହ ବଡ଼ ଗୁଜୁରାତି ଓ ତେଜ ପତ୍ର ସମାନ ପରିମାଣରେ ଡବାରେ ରଖିଦେବେ।
– ଚାଉଳରେ ପୋକ ଲାଗିଲେ ବାହାର କରିବା ଖୁବ୍ କଷ୍ଟକର। ଏକ ସହଜ ଉପାୟ ହେଉଛି ପୋଦିନା ପତ୍ର ବିଡ଼ାଏ ନେଇ ତାହାକୁ ଖରାରେ ଶୁଖାଇ ଭଲରେ ଗୁଣ୍ଡ କରିଦେବେ। ଏବେ ସେହି ଗୁଣ୍ଡକୁ ଚାଉଳ ଡବାରେ ପକାଇ ଦିଅନ୍ତୁ। ଦେଖିବେ, ଚାଉଳରେ ଆଦୌ ପୋକ ଲାଗିବେ ନାହିଁ।
– ବୁଟ ଡାଲି ଓ କାବୁଲି ବୁଟରେ ମଧ୍ୟ ଶୀଘ୍ର ପୋକ ହୋଇଥାନ୍ତି। ସେଥିରୁ ରକ୍ଷା ପାଇବା ଲାଗି ଡବାରେ ଖଣ୍ଡ ହଳଦୀ କିମ୍ବା ଶୁଖିଲା ନିମ୍ବ ପତ୍ର ରଖିଲେ ଲାଭ ମିଳିଥାଏ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories