ଭୁବନେଶ୍ୱର: ହାଥରସ ପୀଡିତାର ପରିବାରକୁ ଭେଟିବାକୁ ଯାଉଥିବା ପ୍ରାକ୍ତନ ଏଆଇସିସି ଅଧକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ଉତ୍ତରପ୍ରଦେଶ ପୁଲିସର ଦୁର୍ବ୍ୟବହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିଂ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଅଂଶଗ୍ରହଣ କରି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଲେ ଉତ୍ତରପ୍ରଦେଶରେ ମୋଦୀ- ଯୋଗୀ ହିଟଲର ଶାସନ ଚଳାଇଛନ୍ତି। ଉତ୍ତରପ୍ରଦେଶ ପୁଲିସ ଦୁଷ୍କର୍ମର ଅପରାଧୀଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରି ପାରି ନ ଥିବା ବେଳେ ପୀଡିତାର ପରିବାରକୁ ସମାବେଦନା ଜଣେଇବାକୁ ଯାଉଥିବା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଅମାନବୀୟ ଆକ୍ରମଣ କରିଛନ୍ତି। ଏହା ଦ୍ବାରା ଗଣତନ୍ତ୍ରର ହତ୍ୟା କରାଯାଇଛି। ଦଳିତଙ୍କ ରକ୍ତରେ ଯୋଗୀ ସରକାର ହୋଲି ଖେଳିଛନ୍ତି ବୋଲି ସୁର ରାଉତରାୟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକ ରାଉତରାୟଙ୍କ ସମେତ ରାମଚନ୍ଦ୍ର ଖୁଣ୍ଟିଆ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ପ୍ରଦୀପ ସ୍ବାଇଁ ସୁଦର୍ଶନ ଦାଶ, ରଜନୀ କୁମାର ମହାନ୍ତି, ପ୍ରକାଶ ମିଶ୍ର, ଚିନ୍ମୟ ସୁନ୍ଦର ଦାଶ, ବିଶ୍ୱଜିତ ଦାଶ, କୈଳାଶ ସାହୁ, ଲିଙ୍ଗରାଜ ସାହୁ, ସୁଶାନ୍ତ ତ୍ରିପାଠୀ, କନକଲତା ମଲ୍ଲିକ, ଆଲୋକ ମହାନ୍ତି, ସଂକୁନା କଂହର, ଜ୍ୟୋତିଷ ସାହୁ, ସଂଜୟ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ରାହୁଲ ଗାନ୍ଧୀଙ୍କୁ ଉତ୍ତରପ୍ରଦେଶ ପୁଲିସର ଆକ୍ରମଣ ପ୍ରତିବାଦରେ ରାଜ୍ୟ କଂଗ୍ରେସର ବିକ୍ଷୋଭ
Popular Categories



