www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ପରିଚାଳନାରେ ରାଜ୍ୟ ସରକାରଙ୍କ ତଥ୍ୟ ମିଥ୍ୟା ଓ ବିଭ୍ରାନ୍ତିକର: କଂଗ୍ରେସ

ଭୁବନେଶ୍ୱର: କରୋନା ମହାମାରୀ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର ଯେଉଁ ତଥ୍ୟ ଓଡ଼ିଶାବାସୀଙ୍କ ସାମନାରେ ରଖୁଛନ୍ତି ତାହା ମିଥ୍ୟା ଓ ବିଭ୍ରାନ୍ତିକର ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଅଭିଯୋଗ ଆଣିଛନ୍ତି। ଅସତ୍ୟ ଉପରେ ଆଧାରିତ ତଥ୍ୟ ବଳରେ ଡବ୍ଲୁଏଚ୍‍ଓ ପାଖରୁ ଯେଉଁ ପ୍ରମାଣପତ୍ର ସରକାର ହାସଲ କରିଛନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ସରକାର ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ମାଗିବା ଉଚିତ୍‍ ବୋଲି ମଧ୍ୟ ସେ କହିଛନ୍ତି।

କରୋନା ମୃତ୍ୟୁକୁ ନେଇ ଯେଉଁ ତଥ୍ୟ ସରକାର ଦେଇଛନ୍ତି ତାହା କିପରି ଅସତ୍ୟ ଉପରେ ଆଧାରିତ ତାର ପ୍ରମାଣ ଦେବାକୁ ଯାଇ ଶ୍ରୀ ଦାସ ବାଲେଶ୍ୱର ଉପକଣ୍ଠରେ ଥିବା ଲୁଣିଆଯୋଡ଼ି “ମୁକ୍ତିଦ୍ୱାର” ମଶାଣିରେ ସତ୍କାର ହୋଇଥିବା କରୋନା ମୃତ୍ୟୁର ଶବର ହିସାବ ଦେଇଥିଲେ। ଅଗଷ୍ଟ-୧୭ରୁ ସେପ୍ଟେମ୍ବର-୧୪ ତାରିଖ ଭିତରେ ଏହି ମଶାଣିରେ ୮୨ଟି କରୋନା ସଂକ୍ରାନ୍ତ ଶବଦାହ ହୋଇଛି ଏବଂ “ମୁକ୍ତିଦ୍ୱାର” ପରିଚାଳନା କମିଟି ଏବାବଦକୁ ଶବପିଛା ୭୫୦୦ଟଙ୍କା ଲେଖାଏଁ ୬ଲକ୍ଷ ୧୫ ହଜାର ଟଙ୍କା ପ୍ରଶାସନ ପାଖରେ ବିଲ୍‍ ଦାଖଲ କରିଛି। ସେହି ସମୟ ଭିତରେ ୬ଜଣ ସଂଖ୍ୟାଲଘୁ ସଂପ୍ରଦାୟ ଲୋକଙ୍କର କରୋନା ମୃତ୍ୟୁ ହୋଇଛି ଯାହା “ମୁକ୍ତିଦ୍ୱାର” ମଶାଣିକୁ ଆସିନାହିଁ। ବାଲେଶ୍ୱରର ଜ୍ୟୋତି କୋଭିଡ୍‍ ହସ୍‍ପିଟାଲରେ ମୃତ୍ୟୁବରଣ କରିଥିବା ଦୁଇଜଣ କରୋନା ରୋଗୀଙ୍କର ଶବକୁ ମଧ୍ୟ ତାଙ୍କର ପରିବାରଲୋକେ ଜବରଦସ୍ତ ନେଇଯାଇ ନିଜଗ୍ରାମରେ ଦାହ କରିଛନ୍ତି। ପୁନଶ୍ଚ ଏହି ସମୟ ଭିତରେ କଟକ ଓ ଭୁବନେଶ୍ୱରରେ ମଧ୍ୟ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ଯାହା “ମୁକ୍ତିଦ୍ୱାର”ରେ ଦାହ ନହୋଇ ସେମାନଙ୍କ ଗାଁ ମଶାଣୀରେ ଦାହ ହୋଇଛି। ଏସବୁକୁ ବିଚାରକୁ ନେଇ ଅଗଷ୍ଟ-୧୭ ତାରିଖରୁ ସେପ୍ଟେମ୍ବର-୧୫ ତାରିଖ ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ କରୋନା ମୃତ୍ୟୁ ୧୦୦ରୁ ଉର୍ଦ୍ଧ ହେବ। ମାତ୍ର ସରକାରଙ୍କ ହିସାବ ମୁତାବକ ଏହି ସମୟ କାଳ ଭିତରେ ୨୧ଜଣଙ୍କର କରୋନା ମୃତ୍ୟୁ ହୋଇଛି। ଏଥିରୁ ପ୍ରମାଣିତ ହୁଏ ସରକାର କରୋନା ମୃତ୍ୟୁର ବାସ୍ତବ ଚିତ୍ର ଏବଂ ପରିସଂଖ୍ୟାନଙ୍କୁ କିଭଳି ଲୁଚାଉଛନ୍ତି ଏବଂ ମିଛ ତଥ୍ୟ ଦେଇ ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛନ୍ତି। ମଣିଷର ମୃତ୍ୟୁପରେ ତାର ଶବପ୍ରତି ରାଜ୍ୟ ସରକାର ବିଶ୍ୱାସଘାତକତା କରୁଛନ୍ତି ବୋଲି ଶ୍ରୀ ଦାସ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

- Advertisement -

ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି  ପ୍ରଦୀପ ମାଝୀ ସରକାରଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣି କହିଲେ ଯେ କରୋନା ଚିକିତ୍ସା କ୍ଷେତ୍ରରେ ସରକାରଙ୍କ ଅବହେଳା ଅକ୍ଷମଣୀୟ ଏବଂ ଦୁର୍ଭାଗ୍ୟଜନକ। କରୋନା ରୋଗୀମାନେ ଆଇସିୟୁ ଏବଂ ଭେଂଟିଲେଟର ନପାଇ ଡହଳବିକଳ ହେଉଥିବା ବେଳେ ପିଏମ୍‍ କେୟାର ପାଣ୍ଠିରୁ ୫୬୭ଟି ଭେଂଟିଲେଟର ରାଜ୍ୟ ସରକାରଙ୍କୁ ମିଳିଥିଲା। ସେ ଭିତରୁ ସେପ୍ଟେ୍‍ମ୍ବର-୧୪ ତାରିଖ ସୁଦ୍ଧା ମାତ୍ର ୧୪୭ଟି ଭେଂଟିଲେଟର ବ୍ୟବହୃତ ହୋଇଛି ଏବଂ ଅନ୍ୟଗୁଡ଼ିକ ଘର ଭିତରେ ପଡ଼ି ରହିଛି। ଏହା ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତାର ପରିଚୟ ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି। ଶ୍ରୀ ମାଝୀ ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଇତ୍ୟାଦି ଜିଲ୍ଲାଗୁଡିକର କରୋନା ଚିକିତ୍ସାର ସଂଗୀନ ଚିତ୍ର ଉପସ୍ଥାପିତ କରିବା ସହିତ ସରକାର ମିଥ୍ୟା ତଥ୍ୟ ଏବଂ ପରିସଂଖ୍ୟାନ ଦେଇ ଓଡ଼ିଶାବାସୀଙ୍କୁ ଯେଉଁ ପ୍ରତାରିତ କରୁଛନ୍ତି ତାଙ୍କୁ ଲୋକେ କ୍ଷମାଦେବେ ନାହିଁ ବୋଲି କହିବା ସହିତ ପ୍ରଦେଶ କଂଗ୍ରେସ ଏହା ବିରୋଧରେ ଦୃଢ଼ ପଦକ୍ଷେପ ନେବବୋଲି ଚେତାବନୀ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories