www.samajalive.in
Monday, December 8, 2025
27.1 C
Bhubaneswar

ଝାରସୁଗୁଡା ଜିଲ୍ଲାରେ ୬ ସ୍ପଞ୍ଜ ଆଇରନ୍‍ ଓ ୩ଟି ତାପଜ ବିଦ୍ୟୁତ୍‍ ପ୍ରକଳ୍ପ

ଭୁବନେଶ୍ୱର : ଝାରସୁଗୁଡା ଜିଲାରେ ବର୍ତ୍ତମାନ ୬ଗୋଟି ସ୍ପଞ୍ଜ ଆଇରନ୍‍, ୩ଟି ତାପଜ ବିଦ୍ୟୁତ୍‍ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଏହି କାରଖାନା ଗୁଡିକରୁ ନିର୍ଗତ ବର୍ଜ୍ୟବସ୍ତୁ ଗଚ୍ଛିତ କରିବା ନିମେନ୍ତ ରାଜ୍ୟ ପ୍ରଦୂଣଣ ନିୟନ୍ତ୍ରଣ ବୋର୍ଡ ଅନୁମତି ପ୍ରଦାନ କରିଥିବା ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।
ବିଧାନସଭାରେ ଶ୍ରୀମତୀ ଟେଟେ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଝାରସୁଗୁଡା ଜିଲ୍ଲାରେ ଥିବା ୬ଟି ସ୍ପଞ୍ଜ ଲୁହା କାରଖାନରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁ ଗଚ୍ଛିତ ନିମନ୍ତେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁମତି ଦେଇଛନ୍ତି। ଏହି କାରଖାନା ମଧ୍ୟରେ ଭଗବତୀ ଷ୍ଟିଲ୍‍ ପ୍ରାଇଭେଟ ଲିମିଟେଡ, ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ, ଏସ୍‍ଏମ୍‍ସି ପାୱାର, ଜୟ ହନୁମାନ ଉଦ୍ୟୋଗ, ସେଭେନ ଷ୍ଟାର ଷ୍ଟିଲ ଲିମିଟେଡ ଏବଂ ଏଲ୍‍.ଏନ୍‍.ମେଟାଲିକ୍ସ ଲିମିଟେଡ ରହିଛି। ଏହିସବୁ କାରଖାନାର ବର୍ଜ୍ୟବସ୍ତୁ ପ୍ରାୟ ୧୨୪ ଏକର ଜମିରେ ପକାଇବାକୁ ଅନୁମତି ଦିଆଯାଇଛି।
ସେହିଭଳି ଝାରସୁଗୁଡା ଜିଲ୍ଲାର ବନହରପାଲି ଠାରେ ଥିବା ଓଡିଶା ତାପଜ ବିଦ୍ୟୁତ୍‍ ନିଗମ (ଓପିଜିସି) କାରଖାନାରୁ ବାହାରୁଥିବା ପାଉଁଶ ପକାଇବାପାଇଁ ୪ଟି ସ୍ଥାନ ଚିହ୍ନଟ ହୋଇଛି। ଜିଲ୍ଲାର ବଞ୍ଜାରୀ ଠାରେ ଥିବା ବେଦାନ୍ତ କାରଖାନାର ପାଉଁଶ ପକାଇବାପାଇଁ କଟିକେଲା ଠାରେ ୧୯୨ ଏକର ଓ କୁରେବାଗ ଠାରେ ୪୩ ଏକରର ଦୁଇଟି ପାଉଁଶ ପୋଖରୀ ରହିଛି। ଏଠାରେ ଯଥାକ୍ରମେ ୬.୧୭ଲକ୍ଷ ମେଟ୍ରିକ ଟନ୍‍ ଓ ୫.୪୬ଲକ୍ଷ ମେଟ୍ରିକ ଟନ୍‍ ପାଉଁଶ ରଖିବାର ବ୍ୟବସ୍ଥା ଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories