www.samajalive.in
Sunday, December 7, 2025
15.1 C
Bhubaneswar

ସମାଜ ପ୍ରଭାବ – ବେଆଇନ ପଥର ଉତ୍ତୋଳନକାରୀଙ୍କୁ ୭.୫ କୋଟି ଜୋରିମାନା

ଟିଟିଲାଗଡ଼: ଟିଟିଲାଗଡ ତହସିଲ ଅନ୍ତର୍ଗତ ଦିଗସିରା ପଞ୍ଚାୟତ ନିମୁର୍ଲା ଚାଣ୍ଡିଲି ପାହାଡ ତଥା ଆଖପାଖ ଅଞ୍ଚଳରେ ବ୍ୟାପକ ଭାବରେ ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି ସହ ଲୁଟତରାଜ ଜାରି ରହିଥିବା ଅଭିଯୋଗ ନେଇ ଟିଟିଲାଗଡ ଉପଜିଲାପାଳ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବେଆଇନ ଭାବରେ ବ୍ଲାଷ୍ଟିଂ ସହ ପଥର ଉତୋଳନ କରୁଥିବା ଅଭିଯୋଗରେ ଏଆରଏସଏସ କମ୍ପାନୀ ଉପରେ ୭.୫ କୋଟି ଟଙ୍କା ଜୋରିମାନା ଲଗାଇଛନ୍ତି। ୨୦୦୮ରୁ ଏହି ଅଞ୍ଚଳରେ ବେଆଇନ ଭାବରେ ପଥର ବ୍ଲାଷ୍ଟିଂ ସହ କୋଟିକୋଟି ଟଙ୍କାର କାରବାର ଚାଲିଥିବା ଅଭିଯୋଗ ନେଇ କେବଳ ‘ସମାଜ’ରେ ପ୍ରମୁଖତାର ସହ ଖବର ପ୍ରକାଶ ପାଇଥିଲା।

ଗତ ୩ ଜୁଲାଇରେ ଟିଟିଲାଗଡରେ ଆଇଏଏସ ଅଧିକାରୀ ସୋମେଶ ଉପାଧ୍ୟାୟ ଯୋଗଦାନ ପରେ “ସମାଜ”ରେ ପ୍ରକାଶିତ ଖବରକୁ ନେଇ ତଦନ୍ତ ଆରମ୍ଭ କରିଥିଲେ। ପଥର ଉତ୍ତୋଳନକୁ ବିରୋଧ କରିବା ନେଇ କିଭଳି ୫୪ ଜଣ ଗ୍ରାମବାସୀଙ୍କ ନାମରେ ମିଥ୍ୟା କେସ ରୁଜୁ କରାଯାଇଥିଲା, ୨୨ ଜଣ ଉଚ୍ଚନ୍ୟାୟାଳୟରୁ ଜାମିନରେ ଆସିଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ସରପଞ୍ଚ ଗୋଲକବିହାରି ସିଂଭୋଇ ସମେତ ବହୁ ଲୋକ ଦୀର୍ଘ ଦେଢ ବର୍ଷ ଧରି ନିଜ ଗାଁ ଛାଡି ଲୁଚି ବୁଲିବା ଅନୁଭୂତି ନେଇ ବିଷଦ ତଥ୍ୟ ପ୍ରକାଶିତ ହୋଇଥିଲା। ଟିଟିଲାଗଡ ବ୍ଲକ ସରପଞ୍ଚ ସଂଘ ଏନେଇ ବଲାଙ୍ଗିର ଜିଲାପାଳ, ଏଡିଏମ, ଟିଟିଲାଗଡ ଉପଜିଲାପାଳ, ତହସିଲଦାରଙ୍କ ଠାରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା, ସରକାରି ନିୟମ ଅନୁଯାୟୀ କ୍ୱାରି ଲିଜ ଦେବା ପୂର୍ବରୁ ସ୍ଥାନୀୟ ଗ୍ରାମବାସୀ କିମ୍ବା ପଞ୍ଚାୟତ ପ୍ରତିନିଧିଙ୍କ ସହ କୌଣସି ସମ୍ପର୍କ କିମ୍ବା ନୋ ଅବଜେକ୍ସନ ପ୍ରମାଣପତ୍ର ଲୋଡା ନଯିବା, ସର୍ବଦା ବଡ ଧରଣର ବ୍ଲାଷ୍ଟିଂ ଯୋଗୁଁ ପାଖ ଗାଁ ଗୁଡିକରେ ଘର ଗୁଡିକ ଦୋହଲି ଉଠୁଥିବା, ସର୍ବଦା ଗୋସମ୍ପଦ ତଥା ରାସ୍ତାରେ ଯାଆସ ହେଉଥିବା ଶିଶୁଙ୍କ ପାଇଁ ବିପଦ ରହିଥିବା ଅଭିଯୋଗ ଆଦି ପ୍ରସଙ୍ଗ ଗୁଡିକୁ ଅବତାରଣା କରାଯାଇଥିଲା।

- Advertisement -

ଏ ସମ୍ପର୍କରେ ଗତ ୧୨ ଅଗଷ୍ଟରେ ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ହରିନାରାୟଣ ମିଶ୍ର, ବ୍ଲକ ସଂଘ ସଭାପତି ବିରବର ସାହୁ, ଉପଦେଷ୍ଟା ଦୟାରାମ ଅଗ୍ରୱାଲ, ପୂର୍ବତନ ଜିଲା ପରିଷଦ ସଭ୍ୟ ସଞ୍ଜିବ ସାହୁ ଏନେଇ ନୂଆ ଉପଜିଲାପାଳ ଶ୍ରୀ ଉପାଧ୍ୟାୟଙ୍କ ଠାରେ ଫେରାଦ ହୋଇଥିଲେ। ଏନେଇ ତଦନ୍ତରେ ଅନିୟମିତତା ପାଇ ଉପଜିଲାପାଳ ସେପ୍ଟେମ୍ବର ୯ରେ ଖୋଦ ବେଆଇନ କ୍ୱାରିରେ ଚଢଉ ସହ ବନ୍ଦ କରିଥିବା ନେଇ ସମାଜକୁ ସୂଚନା ଦେଇଥିଲେ। ଉପଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟିଟିଲାଗଡ ତହସିଲଦାର ଆନନ୍ଦ ପଣ୍ଡା ତଥା ଖଣି ବିଭାଗ ଅଧିକାରୀ, କର୍ମଚାରୀଙ୍କ ଦ୍ୱାରା ଏନେଇ ଆକଳନ କରାଯାଇଥିଲା। ରାଜସ୍ୱ ଫାଙ୍କି ତଥା ବେଆଇନ କାର୍ଯ୍ୟ ନେଇ ଉପଜିଲାପାଳଙ୍କ ଦ୍ୱାରା କମ୍ପାନୀ ଉପରେ ୭ .୫ କୋଟି ଟଙ୍କା ଜୋରିମାନା ଦଣ୍ଡାଦେଶ କରାଯାଇଛି। ଏସମ୍ପର୍କରେ ଉପଜିଲାପାଳ ଶ୍ରୀ ଉପାଧ୍ୟାୟଙ୍କୁ ଯୋଗାଯୋଗ କରିବାରୁ ଆସନ୍ତା ୭ ଦିନ ମଧ୍ୟରେ ଜୋରିମାନା ସରକାରୀ ତହବିଳରେ ଭରଣା କରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ବହୁ ପ୍ରତିକ୍ଷା ପରେ ନ୍ୟାୟ ମିଳିଲା ବୋଲି ଏନେଇ ଦୀର୍ଘ ବର୍ଷ ଧରି ଅନିୟମିତତା ବିରୋଧରେ ସଂଘର୍ଷ ଜାରି ରଖିିଥିବା ସରପଂଚ ସଂଘ ପକ୍ଷରୁ ସଭାପତି ଶ୍ରୀ ସାହୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଉପଜିଲାପାଳ ଏବଂ ନିରପେକ୍ଷତାର ସହ ଖବର ପ୍ରକାଶନ ନେଇ “ସମାଜ” ଖବରକାଗଜ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories