www.samajalive.in
Tuesday, December 9, 2025
16.1 C
Bhubaneswar

ଅକ୍ଟୋବର ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢ଼ାଇଲେ ତାମିଲନାଡୁ ସରକାର

ଚେନ୍ନଇ : ତାମିଲନାଡୁରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାର ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଅବଧିକୁ ବଢାଇଛନ୍ତି। ଶିକ୍ଷାନୁଷ୍ଠାନ, ମନୋରଞ୍ଜନ ପାର୍କ, ମନୋରଞ୍ଜନ କେନ୍ଦ୍ର, ସଂଗ୍ରହାଳୟ ସହିତ ଧାର୍ମିକ, ସାଂସ୍କୃତିକ, ସାମାଜିକ କାର୍ଯ୍ୟକ୍ରମରେ ଏକତ୍ରୀକରଣକୁ ନିଷିଦ୍ଧ କରାଯାଇଛି। ସେହିଭଳି ସହରାଞ୍ଚଳ ଟ୍ରେନ୍‌ ସେବାକୁ ବାତିଲ କରାଯାଇଛି। ଅନ୍ୟପକ୍ଷରେ ସିନେମା ସୁଟିଂକୁ ୧୦୦ ଜଣ ଲୋକଙ୍କ ଭିତରେ ସୀମୀତ ରଖିବା ନେଇ ଅନୁମତି ପ୍ରଦାନ କରାଯାଇଛି। ସକାଳ ୬ରୁ ରାତି ୯ଟା ପର୍ଯ୍ୟନ୍ତ ଚା ଦୋକାନ ଓ ରେସ୍ତୋରାଁ ଗୁଡିକୁ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ରାତି ୧୦ଟା ପର୍ଯ୍ୟନ୍ତ ଖାଦ୍ୟ ପ୍ୟାକିଂ କରି ନେବାକୁ ଅନୁମତି ଦିଆଯାଇଛି। ସରକାରୀ ଓ ସରକାରୀ ପରିଚାଳିତ ସଂସ୍ଥା ଗୁଡିକୁ କୋଭିଡ୍‌ କଟକଣା ଭିତରେ ଖୋଲାଯିବାକୁ କୁହାଯାଇଛି। ଅକ୍ଟୋବର ପହିଲାରୁ ୧୦ମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଆବଶ୍ୟକ ମଣିଲେ ସାମାଜିକ କଟକଣା ମଧ୍ୟରେ ସ୍ମୁଲକୁ ଆସି ଶିକ୍ଷକ-ଶିକ୍ଷୟିତ୍ରୀଙ୍କଠାରୁ ପାଠ ବୁଝିପାରିବେ ବୋଲି ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories