www.samajalive.in
Tuesday, December 9, 2025
17.1 C
Bhubaneswar

ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ଫର୍ମପୂରଣ ଅବଧି ବୃଦ୍ଧି

ଭୁବନେଶ୍ବର : ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଫର୍ମପୂରଣ ଅବଧିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୃଦ୍ଧି କରାଯାଇଛି। ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହୋଇଥିବା ଫର୍ମ ପୂରଣ ୨୮ ତାରିଖରେ ଶେଷ ହୋଇଛି। ତେବେ ବହୁ ବିଦ୍ୟାର୍ଥୀ ଆବେଦନ କରି ନଥିବାରୁ ସମୟ ସୀମାକୁ ଆଉ ୩ ଦିନ ବଢ଼ାଇ ଦିଆଯାଇଛି। ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିପାରିବେ। ଅନ୍‌ଲାଇନ୍‌ରେ ପରୀକ୍ଷା ଫି’ ଦାଖଲ କରିପାରିବେ। ଆଗାମୀ ଦିନରେ ଆଉ ଫର୍ମ ପୂରଣ ଅବଧି ବୃଦ୍ଧି କରାଯିବନି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫର୍ମ ଆନେକ୍ସର-୨, ଏସ୍‌ବି କଲେକ୍ଟ ରିସିପ୍ଟ, ‌ମାର୍କସିଟ୍‌ ଜେରକ୍ସ କପି ଆଦି ଅକ୍ଟୋବର ୩ରୁ ୫ ପର୍ଯ୍ୟନ୍ତ ପରୀକ୍ଷା ନିୟନ୍ତ୍ରକଙ୍କ ଇ-ମେଲ୍‌ରେ ପଠାଇପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories