www.samajalive.in
Sunday, December 7, 2025
15.1 C
Bhubaneswar

ରିୟାଙ୍କ ଜାମିନ ଆବେଦନକୁ ଏନସିବିର ବିରୋଧ; ଜାମିନମିଳିଲେ ତଦନ୍ତ ପ୍ରଭାବିତ ହେବା ଆଶଙ୍କା

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଓ ପରବର୍ତୀ ସମୟରେ ଡ୍ରଗ୍ସ  ଲିଙ୍କ୍‌ର  ତଦନ୍ତ କରୁଥିବା  ଏନସିବି ରିୟା ଚକ୍ରବର୍ତୀଙ୍କ ଜାମିନ ଆବେଦନକୁ ବିରୋଧ କରିଛି । ତାଙ୍କୁ ଜାମିନ ମିଳିଲେ ତଦନ୍ତ ପ୍ରଭାବିତ ହେବା ଆଶଙ୍କା ଅଛି ବୋଲି ଅଦାଲତରେ ଏନସିବି ଯୁକ୍ତି ବାଢ଼ିଛି । ଏନସିିବି ପକ୍ଷରୁ କୁହାଯାଇଛି ଯେ   ରିୟା  ଚକ୍ରବର୍ତ୍ତୀ   ଡ୍ରଗ୍ସ  ସିଣ୍ଡିକେଟ୍‌ର  ସକ୍ରିୟ ସଦସ୍ୟ ଥିଲେ , ଯେଉଁଥିରେ   ଅନେକ  ଜଣାଶୁଣା ଲୋକ ଓ ଡ୍ରଗ୍ ସପ୍ଲାୟର୍ସ ସାମିଲ ରହିଛନ୍ତି ।

ରିୟା ଚକ୍ରବର୍ତ୍ତୀଙ୍କର ଜାମିନ ଆବେଦନକୁ ବିରୋଧକାଳରେ ଏନସିବି ଏ କଥା ମଧ୍ୟ କହିଛି ଯେ   ତାଙ୍କ  ବିରୁଦ୍ଧରେ ଏମିତି ଅନେକ  ପ୍ରମାଣ ମିଳିଛି ,ଯେଉଁ ଥିରେ  ଜଣାପଡ଼ିଛି କି  ସେ ଡ୍ରଗ୍ସ  ଟ୍ରାଫିକିଙ୍ଗ ରେ ସାମିଲ  ଅଛନ୍ତି । ରିୟା ଡ୍ରଗ୍ସର ନେଣଦେଣ  ପାଇଁ  ଅନ୍ୟ ଅଭିଯୁକ୍ତଙ୍କୁ  ସମର୍ଥନ କରୁଥିଲେ ।

- Advertisement -

ଏନସିବିର ଜୋନଲ  ନିର୍ଦ୍ଦେଶକ ସମୀର  ୱାନଖେଡେଙ୍କ ଦ୍ୱାରା ବମ୍ୱେ ହାଇକୋର୍ଟରେ ଦାଖଲ ହୋଇଥିବା  ଆଫିଡେଭିଟିରେ ରିୟା ବୟାନ ଦେଇଛନ୍ତି କି, ସେ ସାମୁଏଲ ମିରାଣ୍ଡା  ଓ ଦୀପେଶ  ସାୱନ୍ତଙ୍କୁ  ଏହି ଡ୍ରଗ୍ସର  ଟଙ୍କା  ଦେଇଛନ୍ତି । ଯାହାକୁ ସେ  ପରେ ସୁଶାନ୍ତଙ୍କୁ ସେବନ କରିବାକୁ ଦେଇଥିଲେ ।  ଯେଉଁ ଡ୍ରଗ୍ସ ପାଇଁ ଟଙ୍କା ଦିଆଯାଇଥିଲା , ଏହା ବ୍ୟକ୍ତିଗତ ବ୍ୟବହାର ପାଇଁ ନଥିଲା ।  ଏହା ଅନ୍ୟ କାହା ପାଇଁ ମଗାଯାଇଥିଲା  ଏହି ସମୟରେ ରିୟାଙ୍କୁ ବେଲ୍‌ ମିଳୁଛି ତ ଏଥିରେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବ ବୋଲି ଏନସିବି କହିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories