www.samajalive.in
Monday, December 8, 2025
17.1 C
Bhubaneswar

ସୁପର ଓଭରରେ ଜିତିଲା ବେଙ୍ଗାଲୁରୁ

ଦୁବାଇ : ଆଇପିଏଲ-୨୦୨୦ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲାରେ ସୁପର ଓଭରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟ ଲାଭ କରିଛି। ଏକ ରୋମାଞ୍ଚକର ସ୍ଥିତିରେ ୨ୟ ଥର ପାଇଁ ସୁପର ଓଭରର ସହାୟତାରେ ମ୍ୟାଚର ପରିଣାମ ନିର୍ଣ୍ଣୟ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସୁପର  ଓଭରରେ ମୁମ୍ବଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଆରୋନ୍‍ ଫିଞ୍ଚ୍‍, ଦେବଦତ୍ତ ପାଡିକଲ ଓ ଏବି ଡି’ଭିଲିଅର୍ସଙ୍କ ଅର୍ଦ୍ଧଶତକ ବଳରେ ୨୦ ଓଭର ଶେଷରେ ଆର୍‍ସିବି ୩ ୱିକେଟ ହରାଇ ୨୦୧ ରନ୍‍ କରିଥିଲା। ୨୦୨ ରନ୍‍ ଲକ୍ଷ୍ୟରେ ମୁମ୍ବଇ ଇଣ୍ଡିଆନ୍‍ସ ଇନିଂସ ଆରମ୍ଭ କରି ମ୍ୟାଚକୁ ଟାଇ ସ୍ତରକୁ ଆଣିପାରିଥିଲା। ସୁପର ଓଭରରେ ମୁମ୍ବଇ ୧ ୱିକେଟରେ ୭ ରନ୍ କରିଥିଲା। ତେବେ ଆରସିବି ଶେଷ ବଲ​ରେ ବିଜୟ ଲାଭ କରିଥିଲା।
ଏହି ମ୍ୟାଚ୍‍ରେ ଟସ୍‍ ଜିତି ମୁମ୍ବଇ ଇଣ୍ଡିଆନ୍‍ସ ଫିଲ୍‍ଡିଂର ନିଷ୍ପତ୍ତି ନେଇଥିଲା। ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦୁଇ ଓପ୍‍ନର ଆରୋନ୍‍ ଫିଞ୍ଚ୍‍ ଓ ଦେବଦତ୍ତ ପାଡିକଲ ଚମତ୍କାର ଭାବେ ଇନିଂସ ଆରମ୍ଭ କରିଥିଲେ। ଅଷ୍ଟ୍ରେଲୀୟ ସୀମିତ ଓଭର ଦଳର ଅଧିନାୟକ ଫିଞ୍ଚ୍‍ ଅଧିକ ଷ୍ଟ୍ରାଇକ୍‍ ପାଇଥିଲେ ଏବଂ ଅଧିକ ଆକ୍ରମଣାତ୍ମକ ଷ୍ଟ୍ରୋକ୍‍ ଖେଳିଥିଲେ। ୬ ଓଭରର ପାୱରପ୍ଲେରେ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୫୯ ରନ୍‍ କରିଥିଲା। ୮ମ ଓଭରରେ ଆରୋନ୍‍ ଫିଞ୍ଚ୍‍ ୩୧ ବଲ୍‍ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ୮୧ ରନ୍‍ର ଓପ୍‍ନିଂ ଭାଗିଦାରୀ ପରେ ୯ମ ଓଭରର ଶେଷ ବଲ୍‍ରେ ବାଙ୍ଗାଲୋର ପ୍ରଥମ ୱିକେଟ ହରାଇଥିଲା। ଆରୋନ୍‍ ଫିଞ୍ଚ୍‍ ୩୫ ବଲ୍‍ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୫୨ ରନ୍‍କରି ଆଉଟ ହୋଇଥିଲେ। ଫିଞ୍ଚ୍‍ଙ୍କ ବିଦାୟ ପରେ ଆର୍‍ସିବିର ରନ୍‍ଗତି ଧିମେଇ ଯାଇଥିଲା। ୯ ଓଭରରେ ୮୧ ରନ୍‍ ହୋଇଥିବା ବେଳେ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରବର୍ତ୍ତୀ ୪ ଓଭରରୁ ୧୫ ରନ୍‍ କରିଥିଲା। କ୍ରମାଗତ ୩ୟ ମ୍ୟାଚ୍‍ରେ ବିଫଳ ହୋଇ ଆର୍‍ସିବିର ଅଧିନାୟକ ବିରାଟ କୋହଲି ୧୧ ବଲ୍‍ରୁ ୩ ରନ୍‍କରି ଆଉଟ ହୋଇଥିଲେ। ଏକଦା ୩୧ ବଲ୍‍ରୁ ୩୨ ରନ୍‍ କରିଥିବା ଦେବଦତ୍ତ ପାଡିକଲ ୧୪ ଓଭରରେ ଜେମ୍‍ସ ପ୍ୟାଟିନ୍‍ସନଙ୍କୁ କ୍ରମାଗତ ୨ଟି ଛକା ମାରିଥିଲେ। ୧୬ଶ ଓଭରରେ ୩୭ ବଲ୍‍ରେ ପାଡିକଲ ୩ୟ ମ୍ୟାଚ୍‍ରେ ୨ୟ ଅର୍ଦ୍ଧଶତକ ପୂରଣ କରିଥିଲେ। ୩ୟ ୱିକେଟ ପାଇଁ ଡି’ଭିଲିଅର୍ସଙ୍କ ସହ ଦ୍ରୁତ ୬୨ ରନ୍‍ ଯୋଡ଼ିବା ପରେ ପାଡିକଲ ଆଉଟ ହୋଇଥିଲେ। ପାଡିକଲ ୪୦ ବଲ୍‍ରୁ ୨ଟି ଛକା ଓ ୫ଟି ଚୌକା ସହ ୫୪ ରନ୍‍ କରିଥିଲେ। ୨୩ ବଲ୍‍ରେ ଡି’ଭିଲିଅର୍ସ ଅର୍ଦ୍ଧଶତକ ପୂରଣ କରିଥିଲେ। ଶେଷ ୭ ଓଭରରୁ ଆର୍‍ସିବି ୧୦୫ ରନ୍‍ କରି ପାରିଥିଲା। ଡି’ଭିଲିଅର୍ସ ୨୪ ବଲ୍‍ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୫୫ ଏବଂ ଶିବମ୍‍ ଦୁବେ ଶେଷ ଓଭରରେ ୩ଟି ଛକା ସହ ୨୭ ରନ୍‍କରି ଅପରାଜିତ ଥିଲେ। ଟ୍ରେଣ୍ଟ୍‍ ବୋଲ୍‍ଟ ୨ଟ ୱିକେଟ ପାଇଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories