www.samajalive.in
Tuesday, December 9, 2025
16.1 C
Bhubaneswar

‘ସମାଜ’ ପ୍ରଭାବ: ହିତାଧିକାରୀଙ୍କୁ ମିଳିଲା ହରିଶ୍ଚନ୍ଦ୍ର ଯୋଜନା ଅର୍ଥ

ଗଡ଼ମଧୁପୁର: ଗରିବ ଅସହାୟ ପରିବାରରେ କେହି ମରିଗଲେ ତାର ଶବ ସଂସ୍କାର ସହିତ ଶୁଦ୍ଧିକ୍ରିୟାରେ ଖର୍ଚ୍ଚ ନିମିତ୍ତ ତୁରନ୍ତ ସହାୟତା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ହରିଶ୍ଚନ୍ଦ୍ର ଯୋଜନା। ଏହି ଯୋଜନା ଦ୍ୱାରା କୌଣସି ଗରିବ ଲୋକର ମୃତ୍ୟୁ ହେଲେ ତତ୍କାଳ ତାର ପରିବାର ଏହି ସହାୟାତା ପାଇ ଶବ ସଂସ୍କାର ସହିତ ଶୁଦ୍ଧିକ୍ରିୟା କରିପାରିବ। ହେଲେ ଏହି ଯୋଜନାର ଲାଭ ଧର୍ମଶାଳା ବ୍ଲକ ଅଣ୍ଟିଆ ପଂଚାୟତର ଅନେକ ପରିବାର ପାଇନଥିବା ନେଇ ସମାଜରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶନର ୨୪ଘଣ୍ଟା ନପୁରୁଣୁ ପଂଚାୟତର ପିଇଓ ଧୃବ ଚରଣ ଦାସ ଏହି ଯୋଜନାରେ ଆର୍ଥିକ ସହାୟତା ପାଇ ନ ଥିବା ହିତାଧିକାରୀମାନଙ୍କୁ ଭେଟି ୨୦୦୦ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ଜଣାଯାଇଛି।

ଖବର ଅନୁଯାୟୀ, ଅଣ୍ଟିଆ ଗାଁରେ ବାସ କରୁଥିବା ଅସହାୟ ଗରିବ ପରିବାରଙ୍କର ମୁଖ୍ୟ ଲୋକର ମୃତ୍ୟୁପରେ ଏହି ଯୋଜନର ସୁଫଳ ଦେଖିବାକୁ ମିଳୁନାହିଁ। ଫଳରେ ମରିପଡିଥିବା ଲୋକର ଶବଦାହ ସହିତ ଶୁଦ୍ଧିକ୍ରିୟା ପାଇଁ ଅନ୍ୟମାନଙ୍କ ପାଖରେ ହାତ ପାତିବା ସହିତ ବାର ଘର ବୁଲି ମାଗିବାକୁ ପଡିଛି ମୃତ ବ୍ୟକ୍ତିର ପରିବାର ଲୋକଙ୍କୁ। ମୃତ୍ୟୁପରେ ଶବ ପାଖରେ ପହଞ୍ଛୁ ନାହିାଁନ୍ତି ସ୍ଥାନୀୟ ସରପଂଚ କିମ୍ବା ତାଙ୍କ ପ୍ରତିନିଧି ସ୍ୱାମୀ ବସନ୍ତ ଜେନା। ଏ ଭଳି ଅଭିଯୋଗ ଉପରେ ଖବର ପ୍ରକାଶ କରିଥିଲା “ସମାଜ”। ଖବର ପ୍ରକାଶ ପରେ ନୁତନ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଏହା ଉପରେ ତୁରନ୍ତ ଏହାର ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ପଂଚାୟତ ସମ୍ପ୍ରସାରଣ ଅଧିକାରୀଣିଙ୍କୁ ପଚାରିବାରେ ସେ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାଇ ପିଇଓ ଧୃବ ଚରଣ ଦାସଙ୍କୁ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ କହିବା ସହିତ ଅବିଳମ୍ବେ ହିତାଧିକାରୀଙ୍କୁ ଏହି ଯୋଜନାର ଅର୍ଥ ପ୍ରଦାନ କରିବାକୁ କହିଛନ୍ତି। ସେହି ଆଧାରରେ ପିଇଓ ଅଣ୍ଟିଆ ଦଳିତ ସାହିରେ ବାସ କରୁଥିବା କୁନି ମଳିକ(୪୬)ସ୍ୱା୰ ଧୃବ ମଳିକ, କାଳୀ ମଳିକ ସ୍ୱା୰ ବିପିନ ମଳିକ ଓଅନ୍ୟ ଦୁଇଜଣକୁ ପୁର୍ବରୁ ପାଇନଥିବା ଅର୍ଥ ଦେଇଛନ୍ତି। ହେଲେ ବର୍ଷେ ପୂର୍ବରୁ ସହାୟତା ଅପେକ୍ଷାରେ ଥିବା ପ୍ରମିଳା ମଳିକଙ୍କୁ ଏଥିରୁ ବଞ୍ଚିତ କରାଯାଇଛି। ତାଙ୍କୁ ନମିଳିବାର କାରଣ ଜାଣିବାକୁ ଯାଇ ବୁଝିଥିଲୁ ଯେ ତାଙ୍କର କାଗଜ ହଜିଯାଇଛି। ତେଣୁ ତାଙ୍କୁ ମିଳିବ ନାହିଁ। ଜିଲାପାଳଙ୍କ ତ୍ୱରୀତ କାର୍ୟ୍ୟାନୁଷ୍ଠାନ ଫଳରେ ଅବଶିଷ୍ଟ ପରିବାର ଏହି ଯୋଜନା ବାବଦ ଅର୍ଥ ପାଇପାରି ଥିବାରୁ ଗ୍ରାମବାସୀ ତଥା ୱାର୍ଡସଭ୍ୟ କୁମର ମଲିକ ଜିଳାପାଳ ଓ ସମାଜକୁ କୃତଜ୍ଞତା ଜଣାଇଛନ୍ତି। ତେବେ କେଉଁ ପରିସ୍ଥିତିରେ ସେମନାଙ୍କୁ ଏହି ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ ଘଟିଲା ଏଥିପାଇଁ କିଏ ଦାୟୀ ତାର ତଦନ୍ତ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories