www.samajalive.in
Wednesday, December 10, 2025
26.1 C
Bhubaneswar

ଜାଣନ୍ତୁ ଦୁନିଆର ସବୁଠାରୁ ବଡ଼ ଚକୋଲେଟ ସଂଗ୍ରାହଳୟ ବିଷୟରେ

ଲୋକେ ବିଭିନ୍ନ ପ୍ରକାର ସଂଗ୍ରାଳୟ ବିଷୟରେ ଜାଣିଥିବେ ଅଥବା ଶୁଣିଥିବେ। ମାତ୍ର ଆପଣ ଚକୋଲେଟ ସଂଗ୍ରାହଳୟ (ମ୍ୟୁଜିୟମ) ବିଷୟରେ ଜାଣିଛନ୍ତି କି ? ବିଶେଷ କରି ଚକୋଲେଟ ପ୍ରେମୀମାନେ ଏହା ଜାଣି ନିଶ୍ଚୟ ଖୁସି ହେବେ ଯେ, ତାଙ୍କ ପାଇଁ ଚକୋଲେଟ ସଂଗ୍ରାଳୟ ଖୋଲି ସାରିଛି। ଏହି ସଂଗ୍ରାଳୟର ଆରମ୍ଭ ସେପ୍ଟେମ୍ବର ୧୩ରେ ସ୍ୟୁଜରଲ୍ୟାଣ୍ଡର ଜୁରିଚ୍‍ ସହରରେ ହୋଇଛି।
୬୫,୦୦୦ ବର୍ଗ ଫୁଟର କ୍ଷେତ୍ରଫଳରେ ଏହି ସଂଗ୍ରାଳୟ ରହିଛି। ଏହାର ନାମ ଲିନଟ୍‍ ହୋମ ଅଫ ଚକୋଲେଟ। ଏହି ଅଦ୍ଭୁତ ସଂଗ୍ରାଳୟର ଭିତରକୁ ଯିବାମାତ୍ରେ ପ୍ରତ୍ୟେକ ଜିନିଷ କେବଳ ଚକୋଲେଟରେ ହିଁ ପ୍ରସ୍ତୁତ ହୋଇଥିବା ଦେଖିବାକୁ ପାଇବେ। କେବଳ ଏତିକି ନୁହେଁ, ଏହି ସଂଗ୍ରହଳୟରେ ୩୦ ଫିଟର ଉଚ୍ଚତା ବିଶିଷ୍ଟ ଝରଣା ମଧ୍ୟ ରହିଛି,ଯାହା ଆକର୍ଷଣର ପ୍ରମୁଖ କେନ୍ଦ୍ର ବିନ୍ଦୁ ବୋଲି କୁହାଯାଏ। ଏଥିରେ ଦୁନିଆର ସବୁଠାରୁ ବଡ଼ ଲିନଟ୍‍ ଚକୋଲେଟ ଦୋକାନ ମଧ୍ୟ ରହିଛି।
ସାରା ଦୁନିଆରେ ଜୁରିଚ୍‍ ସହରକୁ ଚକୋଲେଟର ରାଜଧାନୀ ବୋଲି କୁହାଯାଏ। ଏହାସହ ଏହି ସହରରେ ମିଳୁଥିବା ଚକୋଲେଟ ସବୁଠାରୁ ଉନ୍ନତ ମାନର ଓ ସ୍ୱାଦିଷ୍ଟ ବୋଲି କୁହାଯାଏ। ସ୍ୟୁଜଲ୍ୟାଣ୍ଡର ଚକୋଲେଟ ପ୍ରସ୍ତୁତିର ଇତିହାସ ବିଷୟରେ ଜାଣିବା ପାଇଁ ଏହା ସଠିକ ସ୍ଥାନ ବୋଲି ମଧ୍ୟ କୁହାଯାଏ।
ଏହି ସଂଗ୍ରାହଳୟକୁ ଯାଉଥିବା ଭ୍ରମଣକାରୀ ନିଜ ସହ କିଛି ଉପହାର ମଧ୍ୟ ଘରକୁ ନେଇ ଯାଇଥାଆନ୍ତି। ଏହାସହ ଏଠାକୁ ଆସୁଥିବା ବ୍ୟକ୍ତିଙ୍କୁ ସେଠାରେ ଚକୋଲେଟ ପ୍ରସ୍ତୁତ କରିବା ପାଇଁ ମଧ୍ୟ ସୁଯୋଗ ମିଳିଥାଏ। ଏହି ସଂଗ୍ରାହଳୟରେ କୋକୋ ମଞ୍ଜି ଉତ୍ପାଦନର ଆରମ୍ଭ, ଚକୋଲେଟ ପ୍ରସ୍ତୁତିର ଆରମ୍ଭ ,ଏହାସହ ଜଡ଼ିତ କେତେକ ସାଂସ୍କୃତିକ ଇତିହାସ ବିଷୟରେ ମଧ୍ୟ ଜାଣିବାକୁ ମିଳିଥାଏ।

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories