www.samajalive.in
Tuesday, December 9, 2025
16.1 C
Bhubaneswar

ପଞ୍ଜାବ ଏଫ୍‌ସି ସହ ଚୁକ୍ତି କଲେ ରଞ୍ଜନ, ସୁନୀଲ

କଟକ  : ଭୁବନେଶ୍ବର ସାଲିଆ ସାହି ବସ୍ତିର ଦୁଇ ଭାଇ ରଞ୍ଜନ ସୋରେନ୍ ଓ ସୁନୀଲ ସୋରେନ୍ ୧୮ ବର୍ଷରୁ କମ୍‌ ଆଇ-ଲିଗ୍‌ ପାଇଁ ପଞ୍ଜାବ ଏଫ୍‌ସି ସହିତ ଚୁକ୍ତିନାମା ସ୍ବାକ୍ଷରିତ କରିଛନ୍ତି। ଅନ୍ତର୍ଜାତୀୟ ଖେଳାଳି ରଞ୍ଜନ ଓ ସୁନୀଲଙ୍କୁ ଓଡ଼ିଶା ଏଫ୍‌ସି ଯୁବ ଦଳରେ ସାମିଲ ନେଇ ପ୍ରସ୍ତାବ ମିଳିଥିଲେ ମଧ୍ୟ ଉକ୍ତ ପ୍ରସ୍ତାବକୁ ଅଗ୍ରାହ୍ୟ କରି ପଞ୍ଜାବ ଏଫ୍‌ସି ସହିତ ଚୁକ୍ତି କରିଛନ୍ତି। ଦୁଇ ଭାଇ ୫ ବର୍ଷ ଲାଗି ଉକ୍ତ କ୍ଲବ ସହିତ ପ୍ରଫେସନାଲ ଚୁକ୍ତି କରିଛନ୍ତି।
ମିଡ୍‌ଫିଲଡର ପୋଜିସନରେ ଖେଳୁଥିବା ସୁନୀଲ ଦିଲ୍ଲୀସ୍ଥିତ ବାଇଚୁଙ୍ଗ ଭୁତିଆ ଆବାସିକ ଫୁଟବଲ ସ୍କୁଲରେ ୧୩ ଓ ୧୫ ବର୍ଷରୁ କମ୍‌ ଦଳରେ ଖେଳିଥିଲେ। ଗତବର୍ଷ ପଞ୍ଜାବ ଏଫ୍‌ସି ପକ୍ଷରୁ ୧୮ ବର୍ଷରୁ କମ୍‌ ଓ ଦ୍ବିତୀୟ ଡିଭିଜନ ଲିଗ୍‌ରେ ମଧ୍ୟ ଖେଳିଥିଲେ। ଉକ୍ତ ପ୍ରଦର୍ଶନକୁ ଆଧାର କରି ପଞ୍ଜାବ ଏଫ୍‌ସି ସୁନୀଲଙ୍କ ସହ ୫ ବର୍ଷ ଲାଗି ଚୁକ୍ତି କରିଛି। ସେହିପରି ଅନ୍ତର୍ଜାତୀୟ ଡିଫେଣ୍ଡର ରଞ୍ଜନ ୧୬ ବର୍ଷରୁ କମ୍‌ ଭାରତୀୟ ଦଳ ପକ୍ଷରୁ ସାଫ୍‌ ଚମ୍ପିଆନସିପ୍ ଓ ଏଏଫ୍‌ସି କପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ମଧ୍ୟ ପ୍ରତିନିଧିତ୍ବ କରିଛନ୍ତି। ଏବେ ୧୬ ବର୍ଷରୁ କମ୍‌ ଏଏଫ୍‌ସି କପ୍‌ ଦଳରେ ମଧ୍ୟ ରହିଛନ୍ତି। ରଞ୍ଜନଙ୍କ ସହ ମଧ୍ୟ ପଞ୍ଜାବ ଏଫ୍‌ସି ୫ ବର୍ଷ ଲାଗି ଚୁକ୍ତି କରିଛି। ରଞ୍ଜନ ଓ ସୁନୀଲଙ୍କ ପ୍ରଶିକ୍ଷକ ଜୟଦେବ ମହାପାତ୍ର କୁହନ୍ତି, ଓଡ଼ିଶା ଏଫ୍‌ସି ଯୁବ ଦଳ ଓ ପଞ୍ଜାବ ଏଫ୍‌ସି ପକ୍ଷରୁ ସୁନୀଲ ଓ ରଞ୍ଜନଙ୍କୁ ପ୍ରସ୍ତାବ ମିଳିଥିଲା। ଓଡ଼ିଶା ଏଫ୍‌ସି ଷ୍ଟାଇପେଣ୍ଡ ଓ ବୋନସ୍ ଠାରୁ ପଞ୍ଜାବ ଏଫ୍‌ସିର ଷ୍ଟାଇପେଣ୍ଡ ଓ ବୋନସ ବହୁତ ଭଲ ରହିଛି। ଏହାଛଡ଼ା ପଞ୍ଜାବ ଏଫ୍‌ସିର ଉନ୍ନତ ପ୍ରଶିକ୍ଷଣ ବ୍ୟବସ୍ଥା ରହିଥିବାରୁ ଉକ୍ତ କ୍ଳବ ସହ ଚୁକ୍ତି ସ୍ବାକ୍ଷରିତ କରିଛୁ। ୧୮ ବର୍ଷରୁ କମ୍‌ ବର୍ଗରେ ଦୁଇଭାଇ ପ୍ରଫେସନାଲ ଚୁକ୍ତିନାମା କରିବା ବହୁତ ବଡ ସୌଭାଗ୍ୟର କଥା ବୋଲି ପ୍ରଶିକ୍ଷକ ଶ୍ରୀ ମହାପାତ୍ର କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories