www.samajalive.in
Monday, December 8, 2025
27.1 C
Bhubaneswar

ଶୋଇବାବେଳେ ସ୍ମାର୍ଟଫୋନ୍‌‌ରୁ ଦୂରେଇ ରହନ୍ତୁ

ଗତ କିଛି ବର୍ଷର ସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡ଼ିଥାଏ, ପୂର୍ବେ ଲୋକ ଗପ ବହି, ପତ୍ରିକା ପଢ଼ି ଶୋଉଥିଲେ। ଏକବିଂଶ ଶତାବ୍ଦୀରେ କିନ୍ତୁ ୭୭%ରୁ ଅଧିକ ଲୋକ ସ୍ମାର୍ଟଫୋନ୍ ଦେଖିଦେଖି ଶୋଇଥାନ୍ତି। କେହି ସୋସିଆଲ୍‌ ସାଇଟ୍‌ରେ ଅନ୍-ଲାଇନ୍ ରହିବାବେଳେ ଅନ୍ୟ କେହି ସେଥିରେ ସିନେମା ଦେଖିଥାନ୍ତି। ବିଶେଷଜ୍ଞଙ୍କ ମତରେ ଏଭଳି କରୁଥିବା ବ୍ୟକ୍ତିମାନେ ଏବେଠାରୁ ସଚେତନ ହେବା ଜରୁରୀ। ନଚେତ୍ ଆଗାମୀ ଦିନରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଅବନତି ହେବାର ଆଶଙ୍କା ଅଧିକ। ଶୋଇବାର ୩୦ ମିନିଟ୍ ପୂର୍ବରୁ ସ୍ମାର୍ଟଫୋନ୍‌‌କୁ ଟେବୁଲ୍ ଉପରେ କିମ୍ବା ଶୋଇବା ଘର ଥାକରେ ରଖିବା ହିଁ ବୁଦ୍ଧିମାନର ପରିଚୟ।
– ୨୦୧୭ରେ ଇସ୍ରାଏଲ୍‌ର ଗବେଷକଙ୍କ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଥିଲା ରାତିବେଳା ସ୍ମାର୍ଟଫୋନ୍ ଅଧିକ ସମୟ ଦେଖିଲେ ତାହା କାରଣରୁ ଆମେ ଅନିଦ୍ରା ହୋଇଥାଉ। ଏଥିରୁ ବାହାରୁଥିବା ଏକ ପ୍ରକାରର ‘ସ୍ଲିପ୍ ହରମୋନ୍’ ଆମ ନିଦ୍ରାରେ ବାଧା ସୃଷ୍ଟି କଲାବେଳେ ଆଖି ଲାଲ ହୋଇଥାଏ। ଏପରିକି ରାତିରେ ଅଧିକ ସମୟ ସ୍ମାର୍ଟଫୋନ୍ ଦେଖିଲେ, ସକାଳୁ ଆମକୁ ଥକ୍କା ମଧ୍ୟ ଲାଗେ।
– ଅନ୍ତଃରାଷ୍ଟ୍ରୀୟ କ୍ୟାନ୍ସର ରିସର୍ଚ୍ଚ ଏଜେନ୍ସିର ପରୀକ୍ଷଣ ଅନୁସାରେ, ସ୍ମାର୍ଟଫୋନ୍‌‌ରୁ ବାହାରୁଥିବା ରଶ୍ମି ଆମ ମସ୍ତିଷ୍କ ଓ କାନ ନିମନ୍ତେ କ୍ଷତିକାରକ। ଅଧିକ ସମୟ କଥାବାର୍ତ୍ତା ହେଲେ କିମ୍ବା ଦେଖିଲେ, ପରବର୍ତ୍ତୀ ସମୟରେ ମସ୍ତିଷ୍କ ଓ କାନରେ ଟ୍ୟୁମର୍‌ ହେବାର ଆଶଙ୍କା ବଢ଼େ। ସ୍ମାର୍ଟଫୋନ୍‌‌ରେ ଦିନକୁ ୨ ଘଣ୍ଟାରୁ ଅଧିକ ସମୟ ବାର୍ତ୍ତାଳାପ କରୁଥିବା ଲୋକଙ୍କ ଶ୍ରବଣ ଶକ୍ତି ମଧ୍ୟ କ୍ରମଶଃ ହ୍ରାସ ପାଉଥିବାର ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି।
– ୨୦୧୪ ଜୁଲାଇ ଆମେରିକାର ଡାଲାସ୍‌ରେ ଜଣେ ୧୩ ବର୍ଷୀୟ ବାଳକ ନିଜ ତକିଆତଳେ ମୋବାଇଲ୍ ରଖି ଶୋଇପଡ଼ିଥିଲେ। ହଠାତ୍ କୌଣସି କାରଣରୁ ମୋବାଇଲ୍‌ରେ ନିଆଁ ଲାଗିଯାଇଥିଲା।
– ୨୦୧୫ ମେରେ ସେହିପରି ଏକ ଦୁର୍ଘଟଣା ଆମେରିକାର ଏକ ସହରରେ ଘଟିଥିଲା। ଜଣେ ଯୁବକ ନିଜ ସ୍ମାର୍ଟଫୋନ୍‌‌କୁ ଖଟ ଉପରେ ରଖି ଚାର୍ଜିଂ କରୁଥିବାବେଳେ ନିଆଁ ଲାଗି କକ୍ଷଟି ଭସ୍ମୀଭୂତ ହୋଇଗଲା।
– ୨୦୧୮ ଜୁନ୍‌‌ରେ ମାଲେସିଆର କୁଆଲାଲମପୁର ନିବାସୀ ଜଣେ ଯୁବକ ଶୋଇଥିବାବେଳେ ତାଙ୍କ ସ୍ମାର୍ଟଫୋନକୁ  ପାଖରେ ରଖିଥିଲେ। ସ୍ମାର୍ଟଫୋନ୍‌ଟି ହଠାତ୍ ଫାଟି ଘରେ ନିଆଁ ଲାଗିଥିଲା। ଯୁବକଜଣକ ଚିକିତ୍ସାଧୀନ ଅବସ୍ଥାରେ ହିଁ ପ୍ରାଣ ହରାଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories