www.samajalive.in
Monday, December 8, 2025
20.1 C
Bhubaneswar

ଦ୍ବିତୀୟ ବିଜୟ ଲକ୍ଷ୍ୟରେ ବିରାଟ, କିଙ୍ଗସ୍‌ ଏକାଦଶକୁ ବ୍ୟାଟିଂ ଚିନ୍ତା

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୧୩ତମ ସଂସ୍କରଣର ଷଷ୍ଠ ମୁକାବିଲାରେ ଗୁରୁବାର ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଲୋକେଶ ରାହୁଲଙ୍କ ନେତୃତ୍ବାଧୀନ କିଙ୍ଗସ୍‌ ଏକାଦଶ ପଞ୍ଜାବ ମଧ୍ୟରେ ମୁକାବିଲା ହେବ। ଏହିମ୍ୟାଚ ଦୁବାଇରେ ଖେଳାଯିବ। ପ୍ରଥମ ମ୍ୟାଚରେ କିଙ୍ଗସ୍‌ ଏକାଦଶ ପଞ୍ଜାବ ସୁପରଓଭରରେ ଦିଲ୍ଲୀ କ୍ୟାପିଟାଲସ୍‌ ନିକଟରୁ ପରାଜିତ ହୋଇଥିଲା। ଅନ୍ୟପଟେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷରେ ଅପ୍ରତ୍ୟାଶିତ ବିଜୟ ହାସଲ କରିଥିଲା। ତେଣୁ କିଙ୍ଗସ୍ ଏକାଦଶ ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବିଜୟ ବଜାୟ ରଖିବା ନେଇ ଖେଳିବ।
ଆରସିବି ପ୍ରଥମ ମ୍ୟାଚ​‌େ​‌ର ସନରାଇଜର୍ସ ହାଇଦ୍ରାବାଦ୍‌କୁ ୧୦ରନରେ ପରାସ୍ତ କରିଥିଲା। ବ୍ୟାଟିଂରେ ଦେବଦତ୍ତ ପାଡିକଲ ଓ ଏ.ବି ଡିଭିଲିୟର୍ସ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଓପନର ଆରୋନ ଫିଞ୍ଚ ଉପଯୋଗୀ ରନ୍‌ କରିଥିଲେ। ଅଧିନାୟକ ବିରାଟ କୋହଲି ବ୍ୟାଟିଂରେ ବିଫଳ ହୋଇଥିଲେ। ବୋଲିଂରେ ଯୁଜୁବେନ୍ଦ୍ର ଚହଲ , ଶିଭମ ଦୁବେ ଓ ନବଦୀପ୍‌ ସଇନି ପ୍ରଭାବୀ ପ୍ରଦର୍ଶନ କରିଥିବାବେଳେ ଦକ୍ଷିଣଆଫ୍ରିକାର ଫାଷ୍ଟ ବୋଲର ଡେଲ ଷ୍ଟେନ୍‌, ଉମେଶ ଯାଦବ ଓ ୱାସିଂଟନ ସୁନ୍ଦର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଅନ୍ୟପକ୍ଷରେ ଦଳ ପାଇଁ ଚିନ୍ତାର ବିଷୟ ହୋଇଛି ଦକ୍ଷିଣଆଫ୍ରିକୀୟ ଅଲ୍‌ରାଉଣ୍ଡର କ୍ରିସ୍‌ ମୋରିସଙ୍କୁ ନେଇ। ୧୦ କୋଟି ଟଙ୍କା ମୂଲ୍ୟରେ ଆରସିବି କ୍ରିସ୍ ମୋରିସଙ୍କୁ କ୍ରୟ କରିଥିବାବେଳେ ଆହତ କାରଣରୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମ୍ୟାଚ ଖେଳି ପାରିନଥିଲେ। କିଙ୍ଗ୍‌ସ ଏକାଦଶ ବିପକ୍ଷରେ ମଧ୍ୟ ଖେଳିବାର କମ୍‌ ବୋଲି ଦଳର ନିର୍ଦେଶକ କ୍ରିକେଟ ଅପରେସନ ମାଇକ୍‌ ହୁସେନ କହିଛନ୍ତି। ଡେଥ୍‌ ଓଭରରେ ମୋରିସ୍ ଭଲ ବୋଲିଂ କରିବାର ଦକ୍ଷତା ରଖିଛନ୍ତି। କିନ୍ତୁ ତାଙ୍କ ଅନୁପସ୍ଥିତ ଆରସିବିକୁ ଚିନ୍ତାରେ ପକାଇଛି। ସେହିପରି ପ୍ରଥମ ମ୍ୟାଚରେ ସୁପରଓଭରରେ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ପରାଜିତ ହୋଇଥିବା କିଙ୍ଗସ୍ ଏକାଦଶ ତ୍ରୁଟିକୁ ସୁଧାରି ଖେଳିବ। ମୟଙ୍କ ଅଗ୍ରୱାଲଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିବାରେ ସକ୍ଷମ ହୋଇନଥିଲେ। ବୋଲିଂରେ ଦୁଇ ଫାଷ୍ଟ ବୋଲର ମହମ୍ମଦ ସାମି ଓ ସେଲଡ୍ରନ କଟ୍ରେଲ ଭଲ ବୋଲିଂ କରିଥିବାବେଳେ ସ୍ପିନ ବିଭାଗ ବିଫଳ ହୋଇଥିଲା। ଦିଲ୍ଲୀ କ୍ୟାପିଟାଲସ ବିପକ୍ଷରେ ଖେଳିନଥିବା କ୍ରିସ୍‌ ଗେଲ ଦ୍ବିତୀୟ ମ୍ୟାଚରେ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories