www.samajalive.in
Monday, December 8, 2025
17.1 C
Bhubaneswar

ସତ କହୁଛି କିଏ ?

ସିନେତାରକାଙ୍କ ଶୀତଳ ଯୁଦ୍ଧ ଏବେ ସୋସିଆଲ୍ ସାଇଟ୍‌ରେ ଦେଖିବାକୁ ମିଳୁଛି। ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ପରେ କଳାକାରମାନେ ପରସ୍ପରର ଗୋଡ଼ ଟାଣିବାରେ ଲାଗିଛନ୍ତି। ଏଇ ପରିପ୍ରେକ୍ଷୀରେ କଙ୍ଗନା ରନୌତ୍‌ଙ୍କ ନାମ ଶୀର୍ଷରେ ଅଛି। ଗତ କିଛି ମାସ ଭିତରେ ତାଙ୍କ ଶତ୍ରୁ ସଂଖ୍ୟା ବଢ଼ିବାରେ ଲାଗିଛି ହେଲେ କଙ୍ଗନାଙ୍କର ଯେପରି ଏସବୁକୁ ପରବାୟ ନାହିଁ। ସେ ତାଙ୍କ ସହ ହୋଇଥିବା ଅତ୍ୟାଚାରକୁ କହିବା ସହ ସ୍ବର ଉତ୍ତୋଳନ କରି ସଫେଇ ଦେଉଛନ୍ତି। ନିକଟରେ ସୋନୁ ସୁଦ୍ ମଧ୍ୟ ଏଇ ପର୍ଯ୍ୟାୟକୁ ଟାଣି ହୋଇଆସିଛନ୍ତି। ଐତିହାସିକ ଚଳଚ୍ଚିତ୍ର ମଣିକର୍ଣ୍ଣିକାରେ ସୋନୁ ସୁଦ୍‌ଙ୍କୁ ମଧ୍ୟ ସୁଯୋଗ ମିଳିଥିଲା। ହେଲେ ସୁଟିଂ ସମୟରେ ସୋନୁ ଜାଣିପାରିଲେ, ତାଙ୍କ ଭୂମିକାକୁ କାଣ୍ଟଛାଣ୍ଟ କରିଦିଆଯାଇଛି। ଅନ୍ୟ କାହା ସହ ଲଢ଼ିବା ପରିବର୍ତ୍ତେ ବରଂ ସୋନୁ ନିରବତାର ସହ ଏଇ ଫିଲ୍ମରୁ ଓହରିଯାଇଥିଲେ। ଏଇ ଘଟଣାଟି ଗଣମାଧ୍ୟମରେ ପ୍ରକାଶିତ ହେବା ପରେ କଙ୍ଗନା ନିରବତା ଅବଲମ୍ବନ କରିଥିଲେ। ଏଣୁ ସତ କହୁଛି କିଏ, ତାହା ଜଣାପଡ଼ିଯାଉଛି। n

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories