www.samajalive.in
Sunday, December 7, 2025
15.1 C
Bhubaneswar

ପଶୁ ଭାବି ଯୁବକଙ୍କୁ ଗୁଳି କଲେ ଶିକାରୀ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ କାଳିଆଯୋଡି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି।ମିଳିଥିବା ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କାଳିଆଯୋଡି ଗ୍ରାମ ଏବଂ କଞ୍ଚୁଗୁମା ଗ୍ରାମର ଦୁଇ ଦଳ ପ୍ରାୟ ୧୫ ରୁ ୨୦ ଜଣ ଲୋକେ ଶିକାର ପାଇଁ ଭୁତମାଳି ଜଙ୍ଗଲକୁ ଯାଇଥିଲେ। ଶିକାର ସମୟରେ ଏକ ଦଳର ଗୁଳି ଆସି କାଳିଆଯୋଡି ଗ୍ରାମର ଖଗେଶ୍ବର ଝୋଡିଆଙ୍କ ପଛପଟ ମୁଣ୍ଡରେ ବାଜିଥିଲା।ଗୁ ଳି ବାଜିବା କ୍ଷଣି ଉକ୍ତ ସ୍ଥାନରେ ଟଳିପଡିଥିଲେ ଖଗେଶ୍ବର ଝୋଡିଆ। ଫଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆପୋସ ବୁଝାମଣାକରି ଉକ୍ତ ଘଟଣାକୁ ପୁଲିସ ନଜରକୁ ନଆସି ଚାପି ଦେବା ପାଇଁ ଚେଷ୍ଟା ଚଲାଇଥିଲେ। ଫଳ ସୂରୁପ ମୃତ ଖଗେଶ୍ବର ଝୋଡିଆଙ୍କୁ କାଳିଆଯୋଡି ନିକଟରେ ଥିବା ଏକ ଶ୍ମସାନରେ ଶବଦାହ କରୁଥିବା ସମୟର ଅଣ୍ଡିରାକଞ୍ଚ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଶବକୁ ଜବତ କରିଥିଲା। ଏହାପରେ ଘଟଣା ସ୍ଥଳରେ ମାଜିଷ୍ଟେଡ ଦାଇତ୍ବରେ କାଶୀପୁର ତହସିଲଦାର ଶରତ ଶବରଙ୍କ ଉପସ୍ଥିତିରେ ଶବକୁ ଜବତ କରାଯାଇ ଶବ ବ୍ୟବଛେଦ ପାଇଁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସଂନ୍ଧ୍ୟା ସମୟରେ ଶବ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିବାବେଳେ ଶବ ବ୍ୟବଛେଦ ଆସନ୍ତା କାଲି କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଏହି ଘଟଣା ନେଇ ଅଣ୍ଡିରାକଞ୍ଚ ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ଚଲାଇଛନ୍ତି। ଏନେଇ ଶିକାରରେ ବ୍ୟବହୃତ ହୋଇଥିବା ଏକ ବନ୍ଧୁକକୁ ଅଣ୍ଡିରାକଞ୍ଚ ପୁଲିସ ଜବତ କରିଥିବା ସୂଚନା ମିଳିଛି। ଅଣ୍ଡିରାକଞ୍ଚ ପୁଲିସ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା ଚଲାଇଥିବା ବିଶେସ ଶୁତ୍ରରୁ ଖବର ମିଳିଛି। ବକଏନେଇ ଅଣ୍ଡିରାକଞ୍ଚ ଆଇଆଇସିଙ୍କୁ ଯୋଗାଯୋଗ କରିବାରୁ ଘଟଣାର ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories