www.samajalive.in
Tuesday, December 9, 2025
16.1 C
Bhubaneswar

ଦେବୀ ମା’ ଦ୍ୱୟଙ୍କ ଏକ ମାସ ଯାଏଁ ଧବଳମୁଖୀ ଦର୍ଶନ 

ବରପାଲି : ବରପାଲି ଅଚଂଳର ଇଷ୍ଟଦେବୀ ମା’ ସମଲେଶ୍ୱରୀ  ଓ ମା’ ବରଦା ଦୁର୍ଗାଙ୍କ ଧବଳମୁଖୀ ଗଙ୍ଗା ଦର୍ଶନ ଆସନ୍ତା ଏକମାସ ଅର୍ଥାତ୍ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ପ୍ରଚଳିତ ନିତିକାନ୍ତି ଜାରି ରହିବ ବୋଲି ଜଣାପଡ଼ିଛି। ହେଲେ କରୋନା ମହାମାରୀର ସରକାରୀ ପାଳନିୟ ନିୟମକୁ ସମ୍ମାନ ଜଣାଇ ଭକ୍ତଙ୍କ ଆଗମନ ଓ ପୂଜାର୍ଚ୍ଚନାକୁ ବାରଣ କରାଯାଇଛି। ଗତ ୧୮ତାରିଖ ଶୁକ୍ରବାର ମା’ ସମଲେଶ୍ୱରୀଙ୍କ ସହ ପାର୍ଶ୍ବ ଦେବାଦେବୀଙ୍କୁ ମନ୍ଦିର ପୂଜକ ମାନଙ୍କ ଦ୍ୱାରା ପ୍ରଥା ଅନୁସାରେ ଲୁକ୍କାୟୀତ ପୂଜାର୍ଚ୍ଚନା ସହ ବିଭିନ୍ନ ନିତିକାନ୍ତି ସମ୍ପର୍ଣ୍ଣ ପରେ ମା’ଙ୍କୁ ଗଙ୍ଗାଦର୍ଶନ ନିମନ୍ତେ ଧବଳମୁଖି ରୂପରେ ସଜ୍ଜିତ କରାଯାଇଥିଲା। ବହୁ ପୁରାତନ ରାଜ ରାଜୁଡ଼ା ଅମଳରୁ ପ୍ରଚଳିତ ପ୍ରଥା ଅନୁସାରେ ମହାଳୟା ପୂଜାର୍ଚ୍ଚନା ନିରାଡ଼ମ୍ବର ଭାବରେ କରାଯାଇଥିଲା।

ପୂର୍ବ କଥାନୁସାରେ କୃଷ୍ଣ ଅମାବାସ୍ୟା ମହାଳୟା ତିଥିରେ ମା’ଙ୍କ ଧବଳମୁଖ ରୂପ ଦର୍ଶନ ଭକ୍ତ ଅଧୁଆ ମୁହଁରେ ଦର୍ଶନ କଲେ ଗଙ୍ଗାଦର୍ଶନ ପ୍ରାପ୍ତି ହେବା ସହିତ ସମସ୍ତ ଦୋଷ ପାପରୁ ମୁକ୍ତି ପାଇଥାଏ ବୋଲି ଜନ ମାନସରେ ପ୍ରଥାଟି ଆଜିବି ଜିବିତ ରହିଛି। ହେଲେ ମହାମାରୀର ପ୍ରତିବନ୍ଧକ ଦାଉରୁ ଭକ୍ତ ମଣ୍ଡଳି ମା’ଙ୍କ କୃପା ଓ ସାନିଧ୍ୟ ପ୍ରପ୍ତିରୁ ଚଳିତ ବର୍ଷ ବଂଚିତ ରହିଥିବା ଦେଖାଯାଇଥିଲା। ସେହିପରି ଗତ ସେପ୍ଟେମ୍ବର ୧୦ତାରିଖ ମୂଳାଷ୍ଟମୀ ପୁଅ ଯୁଇନ୍ତିଆ ତିଥିରେ ମା’ଙ୍କ ଷୋଡଶ ପୂଜାର ଶୁଭାରମ୍ଭ ହୋଇ ବିଳମ୍ବିତ ରାତ୍ର ସମୟରେ ଜମିଦାର ଲାଲ ବିକ୍ରମ ସିଂଦେଓ, ପ୍ରଶାନ୍ତ ସିଂ ଓ ରାଜ ପୁରୋହିତ ସଂଜୟ ମିଶ୍ର ଓ ପଣ୍ଡିତ ଗୋପାଳ ମିଶ୍ରଙ୍କ ସମେତ ମନ୍ଦିର ପୂଜକ ଅନନ୍ତ ରାୟ,ବିଦ୍ୟା ରାୟ ଓ ରାଜୁ ରାୟଙ୍କ ସହଯୋଗରେ ମାଁଙ୍କ ଆସ୍ଥାନରେ ଅଖଣ୍ଡ ଦ୍ୱୀପ ଓ ଦମ୍ବୋ ସ୍ଥାପନ ସହ ଗୁପ୍ତପୂଜା ବଧି ସମାପନ କରାଯାଇଥିଲା। ଚଳିତ ମାସ ମହଳାମାସ ଚାଲି ଥିବାରୁ ଆସନ୍ତା ଅକ୍ଟୋବର ୧୭ତାରିଖ ନବରାତ୍ର ପୂଜା ଆରମ୍ଭ ହେବା ସହିତ ୨୨ତାରିଖ ପିଠେ ମହାସପ୍ତମୀ ଓ ୨୩ତାରିଖରେ ତ୍ରିଦିନାତ୍ମକ ପୂଜାର୍ଚ୍ଚନା କରାଯିବ ବୋଲି ଜଣାପଡ଼ିଥିଲା। ଏହି ଅବସରରେ ମଧ୍ୟପଡ଼ା ବରଦା ଦେବୀ ଦୁର୍ଗା ମନ୍ଦିର ଏବଂ ବିଭିନ୍ନ ଦେବୀ ମନ୍ଦିର ମାନଙ୍କ ସହିତ ବିଭିନ୍ନ ଗ୍ରାମାଞ୍ଚଳରେ ରହିଥିବା ଦେବୀ ମନ୍ଦିର ମାନଙ୍କରେ ମହାଳୟା ଓ ନବଦିନାତ୍ମକ ଓ ତ୍ରିଦିନାତ୍ମକ ପୂଜାର୍ଚ୍ଚନା ପ୍ରଚଳିତ ନିତୀ ଅନୁଯାୟୀ ନିରାଡ଼ମ୍ବର ପାଳନିୟ କୋଭିଡ଼ ନିୟମ ମଧ୍ୟରେ ପରିଳିତ ହେବ ବୋଲି ଜଣାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories