www.samajalive.in
Monday, December 8, 2025
27.1 C
Bhubaneswar

ହରଭଙ୍ଗାରେ କୋରୋନାସ୍ଥିତି ସଙ୍ଗୀନ୍ ; ଆଉ ୧୫ ଚିହ୍ନଟ, ଅଧିକାରୀଙ୍କ ଦେଖା ନାହିଁ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ କୋରୋନାସ୍ଥିତି ସଙ୍ଗୀନ ଆଡକୁ ଗତି କରୁଛି। ଦିନକୁ ଦିନ ସ୍ଥିତି ଅଣାୟତ ଆଡକୁ ଗତି କରୁଥିବାବେଳେ କୋରୋନା କଟକଣା ନିୟମକୁ ଲୋକେ ନ ମାନିବା ସଂକ୍ରମଣ ବୃଦ୍ଧିର ଅନ୍ୟ ଏକ କାରଣ ବୋଲି ମତପ୍ରକାଶ ପାଉଛି। ଲଗାତାର ସାତଦିନ ମଧ୍ୟରେ ବ୍ଲକର ବିଭିନ୍ନ ଅଂଚଳରୁ ୧୩୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ରବିବାର ଚିହ୍ନଟ ହୋଇଥିବା ତାଲିକାରେ ବାଣୀଭୁଷଣପୁରରୁ-୦୬, ବାଇଶିପଡାରୁ-୦୬, ପୁରୁଣାକଟକ, ବୀରାମଚନ୍ଦ୍ରପୁର ଏବଂ ଝାଡ୍ରାଜିଂରୁ ଜଣେ ଲେଖାଏଁକୁ ମିଶାଇ ଆଜି ୧୫ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ କରୋନା କଟକଣା କୋହଳ ଯୋଗୁଁ ବଜାର ଘାଟରେ ଅସମ୍ଭବ ଗହଳୀଚହଳୀ ସହିତ ମାସ୍କ ଏବଂ ସାମାଜିକଦୂରତା ନିୟମକୁ  ଅଧିକାଂଶ ଲୋକ ପାଳନ କରୁନଥିବା ଦେଖିବାକୁ ମିଳୁଛି। କୋହଳ କଟକଣା ପରେ ପ୍ରଶାସନ ପକ୍ଷରୁ ଅମାନିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସଂକ୍ରମଣ ହାରକୁ ବୃଦ୍ଧି କରୁଛି। ପ୍ରାରମ୍ଭରୁ କଟକଣା କଡାକଡି କରାଯାଉଥିବାବେଳେ ଗମ୍ଭୀର ସମୟରେ ଅଧିକାରୀଙ୍କ ଦେଖାନମିଳିବା ଆଗକୁ ପରିସ୍ଥିତି ଜଟିଳ ହେବା ନେଇ ଆଶଙ୍କା ପ୍ରକାଶ ପାଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories