www.samajalive.in
Wednesday, December 10, 2025
26.1 C
Bhubaneswar

ରାଜ୍ୟସଭାରେ କୃଷି ବିଲ୍ ଆଗତ : ବିଜେଡି ସମେତ ବିଭିନ୍ନ ଦଳର ବିରୋଧ

ନୂଆଦିଲ୍ଲୀ : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ରବିବାର ରାଜ୍ୟସଭାରେ କୃଷି ସମ୍ବନ୍ଧୀୟ ୩ଟି ବିଲ୍ ଆଗତ କରିଛନ୍ତି ।

ଆଜି ସଂସଦର ମୌସୁମୀ ଅଧିବେଶନର ସପ୍ତମ ଦିନ। ପୁରୁଣା ସହଯୋଗୀମାନଙ୍କ ଅସନ୍ତୋଷ ତଥା ଚାଷୀଙ୍କ ସମେତ ବିରୋଧୀଙ୍କ ଦଳର ପ୍ରବଳ ବିରୋଧ ସତ୍ତ୍ବେ ଏହି ବିଲ୍ ଉପରେ ରାଜ୍ୟସଭାରେ ଆଲୋଚନା ଜାରି ରହିଛି । ଲୋକସଭାରେ ପାରିତ ହୋଇଥିବା ବିଲକୁ ରାଜ୍ୟସଭାରେ ପାସ୍ କରିବା ସରକାରଙ୍କ ପାଇଁ ଏକ ଆହ୍ବାନ ପାଲଟିଛି।

- Advertisement -

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶିବସେନା ଏବଂ ଏନସିପି ନେତାଙ୍କ ସହ ଟେଲିଫୋନରେ କଥା ହୋଇ ବିଲ ପାସ୍ ନେଇ  ସହାୟତା ଲୋଡିଛନ୍ତି । ଗୃହରେ ଆଲୋଚନା ବେଳେ କଂଗ୍ରେସ ଏହି ବିଲ କୃଷକଙ୍କ ମୃତ୍ୟୁର କାରଣ ପାଲଟିବ ବୋଲି କହିଛି। ବିଲକୁ ସମର୍ଥନ କରିବା ଅର୍ଥ  କୃଷକଙ୍କ ଡେଥ ୱାରେଣ୍ଟରେ ଦସ୍ତଖତ କରିବା ସହିତ ସମାନ ବୋଲି ବର୍ଣ୍ଣନା କରିଛି।

ପ୍ରଧାନମନ୍ତ୍ରୀ କୁହନ୍ତୁ କିପରି କୃଷକଙ୍କ ଆୟ ଦ୍ୱିଗୁଣିତ ହେବ 

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ସାଂସଦ ଏଚଡି ଦେବଗୌଡା ରାଜ୍ୟସଭାରେ ଏହି ବିଲ୍ ସଂପର୍କୀତ ଆଲୋଚନାରେ ଅଂଶ ଗ୍ରହଣ କରି କହିଛନ୍ତି ଯେ ମହାମାରୀ ପରେ ବିଲ୍ ପାସ କରିବା ଉଚିତ୍। ଏତେ ଶୀଘ୍ର କାହିଁକି ଏପରି କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। କୃଷି ବିଲ୍ ସ୍ୱଳ୍ପ ଏବଂ ଦୀର୍ଘ ମିଆଦିରେ କୃଷକ ସମୁଦାୟଙ୍କ ପାଇଁ କ’ଣ କରିବ ଏବଂ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ନେଇ ସରକାରଙ୍କ ଲକ୍ଷ୍ୟ ହାସଲ ଦିଗରେ ଏହା କିପରି ସହାୟକ ହେବ ତାହା ସେମାନଙ୍କୁ ବୁଝାଇବା ଉଚିତ୍ ବୋଲି କହିଛନ୍ତି।

ବିଜେଡିର ବିରୋଧ
ବିଜୁ ଜନତା ଦଳ (ବିଜେଡି) ରାଜ୍ୟସଭାରେ ଏହି ବିଲକୁ ବିରୋଧ କରିଛି।  ଅନ୍ୟ ପକ୍ଷରେ  ବିଜେଡି ଏହାର ରାଜ୍ୟସଭା ସଦସ୍ୟଙ୍କ ପାଇଁ ହ୍ବିପ ଜାରି କରି ରବିବାର ଦିନ ବିବାଦୀୟ କୃଷି ବିଲ୍ ଉପରେ ଆଲୋଚନା ବେଳେ ସେମାନଙ୍କୁ ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି। ରାଜ୍ୟସଭାରେ ବିଜେଡିର ମୁଖ୍ୟ  ସସ୍ମିତ ପାତ୍ର କହିଛନ୍ତି ଯେ ଦଳର ସାଂସଦମାନଙ୍କୁ ତିନି ଧାଡିରେ ହ୍ବିପ ଜାରି କରାଯାଇଛି ଏବଂ ଦିନସାରା ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ କହିଛନ୍ତି ଯେ ବିଜେଡି ସଦସ୍ୟମାନଙ୍କୁ କୁହାଯାଇଛି ଯେ ରାଜ୍ୟସଭାରେ ସେମାନଙ୍କର ଉପସ୍ଥିତି ଆବଶ୍ୟକ କାରଣ ଆଜି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବ। ରାଜ୍ୟସଭାରେ ବିଜେଡିର ୯ ଜଣ ସଦସ୍ୟ ଅଛନ୍ତି।

ତେବେ କୃଷି ବିଲକୁ ନେଇ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଲାଗି ରହିଛି। ଟିଏମସିର ଡେରିକ ଓବ୍ରାଏନ ଗୃହର ମଧ୍ୟଭାଗକୁ ଚାଲିଆସି ଉପାଧ୍ୟକ୍ଷଙ୍କ ଟେବୁଲ ଉପରୁ ରୁଲ୍ ବୁକକୁ ନେଇ ଚିରିଦେଇଛନ୍ତି। ପରେ ଉପାଧ୍ୟକ୍ଷ ଗୃହ ମୁଲତବୀ ଘୋଷଣା କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories