www.samajalive.in
Tuesday, December 9, 2025
16.1 C
Bhubaneswar

ଚୀନ ଗୁଇନ୍ଦାକୁ ପ୍ରତିରକ୍ଷା ତଥ୍ୟ ଯୋଗାଣ; ସାମ୍ବାଦିକ ସହ ସହଯୋଗୀ ଚୀନା, ନେପାଳୀ ଗିରଫ

ନୂଆଦିଲ୍ଲୀ : ଚୀନର ଗୁଇନ୍ଦା ଅଧିକାରୀଙ୍କୁ ପ୍ରତିରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇବା ଅଭିଯୋଗ ଦିଲ୍ଲୀ ପୁଲିସ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି। ଗିରଫ ଫ୍ରିଲାନ୍ସ ସାମ୍ବାଦିକ ହେଉଛନ୍ତି ରାଜୀବ ର୍ଶମା। ଶନିବାର ସାମ୍ବାଦିକ ଶର୍ମାଙ୍କୁ ଗିରଫ କରାଯିବାର କିଛି ଘଣ୍ଟା ପରେ ତାଙ୍କର ଦୁଇଜଣ ସହଯୋଗୀ ଚୀନ ମହିଳା ଓ ନେପାଳର ନାଗରିକଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ଡିସିପି ସଞ୍ଜୀବ କୁମାର ଯାଦବ କହିଛନ୍ତି ଯେ ଶର୍ମା ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଭାରତର ପ୍ରତିରକ୍ଷା ଓ ଅନ୍ୟାନ୍ୟ ରଣନୀତି ସମ୍ପର୍କିତ ତଥ୍ୟ ଚୀନ ଗୁଇନ୍ଦାକୁ ଦେଇଛନ୍ତି। ଶର୍ମାଙ୍କର ଦୁଇ ସହଯୋଗୀ ଚୀନ ମହିଳା ଓ ନେପାଳ ନାଗରିକଙ୍କର ମହିପାଲପୁରରେ ଏକ କମ୍ପାନୀ ରହିଛି। ଏହି କମ୍ପାନୀ ଚୀନରୁ ଔଷଧ ରପ୍ତାନି କରିଥାଏ। ପ୍ରତିରକ୍ଷା ତଥ୍ୟ ଦେବା ବଦରେ ଚୀନରୁ ଆସୁଥିବା ଅର୍ଥ ଶର୍ମାଙ୍କ ନିକଟରେ ପହଞ୍ଚିଥାଏ। ପୁଲିସ କହିବା ଅନୁଯାୟୀ ଏକବର୍ଷ ମଧ୍ୟରେ ଶର୍ମା ପ୍ରାୟ ୪୦ଲକ୍ଷ ଟଙ୍କା ନେଇଛନ୍ତି। ସାମ୍ବାଦିକତା କ୍ଷେତ୍ରରେ ୪୦ବର୍ଷର ଅଭିଜ୍ଞତା ହାସଲ କରିଥିବା ଶର୍ମା ଚୀନର ଗ୍ଲୋବାଲ ଟାଇମ୍ସ ପାଇଁ ବିଭିନ୍ନ ପ୍ରବନ୍ଧ ଲେଖିଥାନ୍ତି। ଚୀନ ଗୁଇନ୍ଦା ବିଭାଗ ତାଙ୍କୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ପ୍ରଦାନ ନେଇ ନିଯୁକ୍ତି ଦେଇଥିଲା। ଗିରଫ ପରେ ତାଙ୍କ ଠାରୁ ଅନେକ ମୋବାଇଲ ଫୋନ, ଲାପଟପ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ତଥ୍ୟ ଜବତ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories