www.samajalive.in
Tuesday, December 9, 2025
16.1 C
Bhubaneswar

ଆଜି ଦିଲ୍ଲୀ କ୍ୟାପିଟାଲ୍‌ସ-କିଙ୍ଗ୍‌ସ ଏକାଦଶ ପଞ୍ଜାବ ମୁକାବିଲା

ଦୁବାଇ : ଆଇପିଏଲ୍‌ର ଦ୍ବିତୀୟ ମ୍ୟାଚ୍‌ରେ ରବିବାର ଦିଲ୍ଲୀ କ୍ୟାପିଟାଲ୍‌ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଉଭୟ ଦଳ ବେଶ୍‌ ଶକ୍ତିଶାଳୀ ହୋଇଥିବାରୁ ନିଜର ପ୍ରଥମ ମ୍ୟାଚ୍‌ ଜିତିବାକୁ ଚାହିଁବେ।
ଦିଲ୍ଲୀ କ୍ୟାପିଟାଲ୍‌ସ ଦଳର ନେତୃତ୍ବ ନେଉଛନ୍ତି ଶ୍ରେୟାସ ଆୟାର। ଦଳ ଗତ ସଂସ୍କରଣରେ ବେଶ୍‌ ଭଲ ପ୍ରଦର୍ଶନ କରିଥିବାରୁ ଚଳିତ ସଂସ୍କରଣରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି। ଏହି ଦଳରେ ଓପନର୍‌ ଭାବେ ରହିଛନ୍ତି ଶିଖର ଧାୱନ୍‌ ଓ ପୃଥ୍ବୀ ସ’। ଉଭୟ ବ୍ୟାଟସମ୍ୟାନ୍‌ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିବାରୁ ପ୍ରଥମ ମ୍ୟାଚ୍‌ରେ କେଉଁ ରଣନୀତି ନେଇ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଉଛନ୍ତି ତାହା ଦେଖିବାକୁ ବାକି ରହିଲା। ସେହିପରି ଦଳର ମଧ୍ୟଭାଗ ବ୍ୟାଟଂି ଶ୍ରେୟାସ ଆୟାର, ଅଜିଙ୍କ୍ୟ ରାହାଣେ, ହେତମାୟାର, ଋଷଭ ପନ୍ତ ପ୍ରମୁଖ ସମ୍ଭାଳିବେ। ପ୍ରଥମ ମ୍ୟାଚ୍‌ରେ ପନ୍ତ କିପରି ବ୍ୟାଟିଂ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ। ଦ୍ରୁତ ବୋଲିଂ ବିଭାଗ କାଗିସୋ ରାବଡା, ଈଶାନ୍ତ ଶର୍ମା ଓ ନୋର୍ଟଜେ ସମ୍ଭାଳିବାକୁ ଥିବା ବେଳେ ସ୍ପିନ ବିଭାଗ ରବିଚନ୍ଦ୍ରନ୍‌ ଅଶ୍ବିନ୍ ଓ ଅମିତ ମିଶ୍ରା ସମ୍ଭାଳିବେ।
ଅନ୍ୟପକ୍ଷରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଦଳ ବେଶ୍‌ ଶକ୍ତିଶାଳୀ। ଦଳର ଅଧିନାୟକ ଦାୟିତ୍ବ କେଏଲ୍‌ ରାହୁଲ ନେବେ। ରାହୁଲ ଜଣେ ଉପଯୋଗୀ ବ୍ୟାଟସମ୍ୟାନ୍‌ ଭା​‌େ​‌ବ ଜଣାଶୁଣା। ଦଳରେ ବିସ୍ଫୋରକ ଓପନର୍ କ୍ରିସ୍‌ ଗେଲ୍‌ ରହିଛନ୍ତି। ଅନ୍ୟତମ ଓପନର୍‌ ଭାବେ ମୟଙ୍କ ଅଗ୍ରୱାଲ୍‌ ଅଛନ୍ତି। ତେବେ ପ୍ରଥମ ମ୍ୟାଚ୍‌ରେ ମୟଙ୍କ ବ୍ୟାଟିଂ ଓପନ୍‌ କରିବାର ସୁଯୋଗ ପାଇବେ ନା ଗେଲ୍‌ଙ୍କ ସହ ରାହୁଲ ନିଜେ ବ୍ୟାଟିଂ ଓପନ୍‌ କରିବେ ତାହା ଦେଖିବା କଥା। ସେହିପରି ଏହି ଦଳରେ ତାରକା ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍‌ସୱେଲ୍‌ ଅଛନ୍ତି। ଗେଲ୍ ଓ ମ୍ୟାକ୍‌ସୱେଲ୍‌ଙ୍କ ଉପସ୍ଥିତି ଯୋଗୁଁ ଦଳର ଶକ୍ତି ବେଶ୍ ବୃଦ୍ଧି ପାଇଛି। ୱିକେଟରକ୍ଷକ ଭାବେ ନିକୋଲାସ୍‌ ପୁରନ ଖେଳିବାର ସମ୍ଭାବନା ରହିଥିବା ବେଳେ ବୋଲିଂ ବିଭାଗ କଟ୍ରେଲ୍‌, କ୍ରିସ୍‌ ଜୋର୍ଡାନ୍‌ ପ୍ରମୁଖ ସମ୍ଭାଳିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories