www.samajalive.in
Monday, December 8, 2025
20.1 C
Bhubaneswar

ଗଞ୍ଜେଇ ସହ ଟ୍ରକ ଜବତ; ଚାଳକ ଗିରଫ

ଫୁଲବାଣୀ: ଫୁଲବାଣୀ ଅବକାରୀ ଥାନା ପକ୍ଷରୁ ଆଜି ଏକ ଟ୍ରକ ସହ ଦେଢ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯିବା ସହ ଚାଳକକୁ ଗିରଫ କରାଯାଇଛି। ଅବକାରୀ ଇନ୍ସପେକ୍ଟର ଅଜୟ କୁମାର ବେହେରାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଅବକାରୀ ଟିମ୍‍ ଖଜୁରିପଡା ଅଂଚଳରେ ପାଟ୍ରୋଲିଂ କରୁଥିବା ବେଳେ ଏକ ଟ୍ରକରେ ଗଞ୍ଜେଇ ଲୋଡ ହୋଇ ଭୁବନେଶ୍ୱରକୁ ଚାଲାଣ ହେଉଥିବା ଖବର ପାଇଥିଲେ। ଖବର ପାଇ ଅବକାରୀ ଟିମ୍‍ ଖଜୁରିପଡା ଗେଟ୍‍ ନିକଟରେ ଛକି ରହିଥିଲେ। ଟ୍ରକ ଆସିବା କ୍ଷଣି ଅବକାରୀ ଟିମ୍‍ ଚଢାଉ କରିଥିଲେ ଏବଂ ସେଥିରୁ ୬ ବସ୍ତା ଗଞ୍ଜେଇ ପାଇଥିଲେ। ଓଜନ କରିବାରେ ତାହା ଦେଢ କ୍ୱିଣ୍ଟାଲ ହୋଇଥିଲା। ଗଞ୍ଜେଇ ସହ ଟ୍ରକକୁ ଜବତ କରାଯାଇ ଡ୍ରକ ଡ୍ରାଇଭର ବିହାର ରାଜ୍ୟର ସନ୍ତୋଷ ସିଂଙ୍କୁ ଗିରଫ କରିଥିଲା। ଡ୍ରାଇଭର ସନ୍ତୋଷଙ୍କ କହିବା ଅନୁସାରେ ସେ ସିମେଣ୍ଟ ଲୋଡ ନେଇ ଫୁଲବାଣୀ ଆସିଥିଲେ। ଫେରିବା ସମୟରେ ଟ୍ରକ ମାଲିକ ତାଙ୍କୁ ଫୋନ କରି ପାବୁରିଆ ନିକଟରୁ ୬ଟି ବସ୍ତା ଆଣିବାକୁ କହିଥିଲେ। ସେହି ବସ୍ତାରେ କଣ ଥିଲା ସେ ଜାଣିନଥିବା କହିଛନ୍ତି। ବିଭାଗ ପକ୍ଷତ୍ରରୁ ଏନେଇ ଏନଡିପିଏସ ଆକ୍ଟରେ ଏକ ମାମଲା ନଂ ୦୬/୨୦-୨୧ ରୁଜୁ କରି ଅଭିଯୁକ୍ତ ସନ୍ତୋଷକୁ କୋର୍ଟ ଚାଲାଣ କରାଯାଇଥିବା ଇନ୍ସପେକ୍ଟର ଶ୍ରୀ ବେହେରା କହିଛନ୍ତି। ଏହି ଚଢାଉରେ ଅବକାରୀ ଏସଆଇ ସୁରେଶ ଚନ୍ଦ୍ର ତାଣ୍ଡି, ପ୍ରଦୀପ କୁମାର ରଥ, କଂଗ୍ରେସ ବେହେରା, ରାଧାକୃଷ୍ଣ ସାହୁ, ଜ୍ଞାନ ପ୍ରକାଶ ସାହୁ, ଅମରଜିତ୍‍ ସାହୁ, ସଂଜୟ ପାତ୍ର ପ୍ରମୁଖ ସାମିଲ ଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories