www.samajalive.in
Wednesday, December 10, 2025
18.1 C
Bhubaneswar

ସ୍ତ୍ରୀ ନିର୍ଯ୍ୟାତନା ଅଭିଯୋଗରେ ସ୍ୱାମୀ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଗୋଛାପଡ଼ା ପୁଲିସ୍‍ ଆଜି ସ୍ତ୍ରୀ ନିର୍ଯ୍ୟାତନା ଅଭିଯୋଗରେ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ସ୍ୱାମୀ ଦ୍ୱାରା ସ୍ତ୍ରୀ ବାରମ୍ବାର ନିର୍ଯ୍ୟାତିତ ହେବାରୁ ସେ ଆତ୍ମହତ୍ୟା କରିଥିବା ନେଇ ମଧ୍ୟ ଥାନାରେ ଏତଲା ଦିଆଯାଇଛି। ଏନେଇ ଗୋଛାପଡ଼ା ପୁଲିସ୍‍ କେସ ନଂ ୫୭ା୨୦ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।

ଘଟଣା ପ୍ରକାରେ, ଗତ ୪ ବର୍ଷ ତଳେ ଗୋଛାପଡ଼ା ଥାନା ଅନ୍ତର୍ଗତ କୋଇରିମାଣ୍ଡୁ ପଂଚାୟତର ତେତରିପାଲା ଗ୍ରାମର ରାଜେନ୍ଦ୍ର ଦିଗାଲକୁ ଲୁଇସିଂ ପଂଚାୟତ ଅନ୍ତର୍ଗତ କଂଜାମେଇ ଗ୍ରାମର ଲକ୍ଷ୍ମୀ ଦିଗାଲ(୩୦) ବିବାହ କରିଥିଲେ। ବିବାହାର କିଛିଦିନ ଭଲରେ କଟିଥିଲେ ମଧ୍ୟ ପରବର୍ତ୍ତି ସମୟରେ ସ୍ୱାମୀ ମଦ୍ୟପାନ କରି ସବୁବେଳେ ମାରପିଟ କରିବା ସହିତ ନାନା ପ୍ରକାର ନିର୍ଯ୍ୟାତନା ଦେଉଥିଲା। ନିର୍ଯ୍ୟାତନା ଅସହ୍ୟ ହେବା ଯୋଗୁଁ ଗତ ୧୨ ତାରିଖରେ ସ୍ତ୍ରୀ ଲକ୍ଷ୍ମୀ ବିଷପାନ କରିଦେଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ଗୋଛାପଡ଼ା ଓ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ବେଳେ ତାଙ୍କର ବାଟରେ ମୃତ୍ୟୁ ହୋଇଥିଲା। ଏନେଇ ମଧ୍ୟ ପୁଲିସ୍‍ ଏକ ଅପମୃତ୍ୟୁ ମାଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ତେବେ ଆଜି ମୃତ ମହିଳାଙ୍କ ଭାଇ ବାଲେଶ୍ୱର ଦିଗାଲ ଦେଇଥିବା ରିପୋର୍ଟ ପ୍ରକାରେ ତାଙ୍କ ଭଉଣୀକୁ ଭିଣୋଇ ନିର୍ଯ୍ୟାତନା ଦେବା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ନେଇ ଏତଲା ଦେବାପରେ ପୁଲିସ୍‍ ରାଜେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ତୃପ୍ତି ରଂଜନ ନାୟକ ସୂଚନା ଦେଇଛନ୍ତି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories