www.samajalive.in
Wednesday, December 10, 2025
18.1 C
Bhubaneswar

କୋଭିଡ ପ୍ରଭାବ: ବିନା ତହସିଲଦାରରେ ଚାଲିଛି ରେଙ୍ଗାଲି ତହସିଲ ଅଫିସ

ରେଙ୍ଗାଲି: ରେଙ୍ଗାଲି ତହସିଲଦାର ଏବଂ ଅତିରିକ୍ତ ତହସିଲଦାରଙ୍କ ସମେତ ୬ ଜଣ କର୍ମଚାରୀ କରୋନା ଯୋଦ୍ଧାଙ୍କ କରୋନା ପଜିଟିଭ ଚିହ୍ନଟ ହେବା ଫଳରେ ତହସିଲ ଅଫିସରେ ଅଚଳାବସ୍ଥା ଦେଖାଦେଇଛି। ବିନା ତହସିଲଦାରରେ ତହସିଲ ଅଫିସ ଚାଲିଛି। ଏଥି ଯୋଗୁଁ ଦହସିଲର କାର୍ଯ୍ୟକ୍ରମ ଗତ ୧୦/୧୨ ଦିନ ହେଲା ସମ୍ପୂର୍ଣ୍ଣ ପ୍ରଭାବିତ ହେଉଥିବାର ଜଣାପଡ଼ିଛି। ତହସିଲଦାର ବ୍ଳକ୍ କରୋନା କମାଡେଣ୍ଟ ଦାୟିତ୍ୱରେ ଥିବା ବେଳେ ତାଙ୍କର ପଜିଟିଭ ଚିହ୍ନଟ ହେବା ଚର୍ଚ୍ଚାର ବିଷୟ ହୋଇଛି। ରେଙ୍ଗାଲି ବ୍ଳକ୍ ଅଞ୍ଚ ରେ ଦିନ କୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଲି ସ୍ଥିତିରେ କମାଡେଣ୍ଟଙ୍କ ପଜିଟିଭ ଚିହ୍ନଟ ହେବା ଦ୍ଵାରା ପଜିଟିଭ ଚିହ୍ନଟ ହୋଇଥିବା ଅଞ୍ଚଳରେ କଟକଣା ଲାଗୁ କରିବାରେ ଢିଲାପଣ ପରିଲିକ୍ଷିତ ହେଉଛି। ପୂର୍ବରୁ ଏକାଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଅଞ୍ଚଳରେ ତହସିଲଦାରଙ୍କ ସୁପାରିଶ କ୍ରମେ ୧୪୪ ଧାରା, କଣ୍ଟାନମେଣ୍ଟ ଜୋନ୍, ବଫର୍ ଜୋନ୍ ଘୋଷଣା କରାଯାଉଥିଲା। କିନ୍ତୁ ତହସିଲଦାରଙ୍କ ପଜିଟିଭ୍ ଚିହ୍ନଟ ହେଲା ପରେ ବ୍ଳକର ବିଭିନ୍ନ ଗ୍ରାମରେ ଏକାଧିକ ପଜିଟିଭ୍ ଚିହ୍ନଟ ହେଉଥିଲେ ମଧ୍ୟ ପୂର୍ବ ଭଲି ପଜିଟିଭ ଚିହ୍ନଟ ହୋଇଥିବା ଅଞ୍ଚଳରେ ୧୪୪ ଧାରା, କଣ୍ଟାନମେଣ୍ଟ ଜୋନ୍ କିମ୍ଭା ବଫର୍ ଜୋନ୍ ଘୋଷଣା କରାଯାଉନାହିଁ। କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ପଜିଟିଭ ଚିହ୍ନଟ ହୋଇଥିବା ଅଞ୍ଚଳରେ ଉପରୋକ୍ତ ନିଷେଧାଦେଶ ଜାରି କରିବା ପାଇଁ ସରକାର ନିୟମ କରିଛନ୍ତି। ତେବେ ରେଙ୍ଗାଲି ବ୍ଳକ୍ ଅଞ୍ଚଳରେ ଏକାଧିକ ପଜିଟିଭ ଚିହ୍ନଟ ହୋଇଥିବା ଅଞ୍ଚଳରେ ଏହି ନିୟମ ଏବେ ଲାଗୁ ହେଉ ନାହିଁ। ଫଳରେ ଜନସାଧାରଣରେ ସଂକ୍ରମଣ ର ଭୟ ସୃଷ୍ଟି ହେଉଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories