www.samajalive.in
Saturday, December 6, 2025
26.1 C
Bhubaneswar

ଶୂନ୍ୟରୁ ଖସିଲା ମୃତ୍ୟୁ ବାଣ: ବଜ୍ରପାତ ନେଲା ୨୮ ଜୀବନ

ମଙ୍ଗଳବାର (ସେପ୍ଟେମ୍ବର ୧୫) ତାରିଖ ଅପରାହ୍ନରେ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବଜ୍ରପାତରେ ଯାଇଛି ୨୮ ଜଣଙ୍କ ଜୀବନ । ଏହାବ୍ୟତୀତ ବଜ୍ରାଘାତରେ ବହୁ ଲୋକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗାଜିପୁରରେ ୫, ବାଲିଆ-ସୋନଭଦ୍ର ଅଞ୍ଚଳରେ ୪ ଜଣ ଲେଖାଏଁ, କୌଶାମ୍ବିରେ ୩, ଚିତ୍ରପୁଟ, ବାରଣାସୀ, ଜୋନପୁର, ଚନ୍ଦୋଲି ରେ ଦୁଇଜଣ ଲେଖାଏଁ ଏବଂ ପ୍ରତାପଗଡ଼, କୁଶୀନଗର, ଗୋରଖପୁର, ଦେବରିଆ ଆଦି ଅଞ୍ଚଳରେ ଜଣେ ଲେଖାଏଁ ବ୍ୟକ୍ତି ଏହି ଆକାଶୀୟ ବିପତ୍ତିରେ ପ୍ରାଣ ହରାଇଛନ୍ତି ।

କୌଶାମ୍ବିରେ ଶଙ୍କରଲାଲ ନାମକ ଜଣେ କୃଷକ ଫସଲରେ ପାଣି ଦେଉଥିବାବେଳେ ବଜ୍ରପାତ ଯୋଗୁଁ ତାଙ୍କର ପତ୍ନୀ ସରଳା ଦେବୀ, ଝିଅ ଆଞ୍ଚଳ, ସଂଞ୍ଜନା ଓ ବନ୍ଦନାଙ୍କ ମଧ୍ୟରୁ ଦୁଇ ଝିଅଙ୍କର ଜୀବନ ଯାଇଛି । ସେହିପରି ଅନ୍ୟାନ୍ୟ ସ୍ଥାନରେ କେହି ଛେଳି ଚରାଉଥିବାବେଳେ ବଜ୍ରାଘାତର ଶିକାର ହୋଇଛନ୍ତି ତ  କେହି ଘରୋଇ କାମ କରୁଥିବାବେଳେ ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଗୋରଖପୁରରେ ଏକ ଏସଏଚଜିର ସଦସ୍ୟା ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯିବାବେଳେ ବଜ୍ରାଘାତର ଶିକାର ହୋଇଛି । ତାଙ୍କ ସହିତ ଯାଉଥିବା ଅନ୍ୟ ୪ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି । ମୃତକଙ୍କ ପରିବାରକୁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories