www.samajalive.in
Wednesday, December 10, 2025
26.1 C
Bhubaneswar

୩ ଇନିସ୍‌ପେକ୍ଟର ସହ ୩୫ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲାର ୩ଜଣ ଇନିସ୍‌ପେକ୍ଟର, ଜଣେ ସବ୍‌-ଇନିସପେକ୍ଟର ସହିତ ମୋଟ ୩୫ ଜଣ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ଥାନା ଅଧିକାରୀ ରହିଥିବା ଜଣାପଡ଼ିଛି। କରୋନା ମୁକାବିଲାରେ ପୁଲିସ ବାହିନୀ ଅନ୍ୟମାନଙ୍କ ପରି ସମ୍ମୁଖ ଯୋଦ୍ଧା ଭାବରେ କାର୍ଯ୍ୟ କରୁଛନ୍ତି । ଫଳରେ ସେମାନଙ୍କ କ୍ଷେତ୍ରରେ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ସମସ୍ତ ସତର୍କତା ସତ୍ତ୍ବେ ଏତେ ସଂଖ୍ୟ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଜିଲାବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ଜାରି କରାଯାଇଥିବା କଟକଣା ପାଳନ ଡ୍ୟୁଟି ସମୟରେ ଲୋକଙ୍କ ଆକ୍ରୋଶର ଶିକାର ମଧ୍ୟ ହେବାକୁ ପଡୁଛି। ଗତ ୫ ଦିନ ତଳେ ସେହିପରି ସମ୍ମୁଖ ଯୋଦ୍ଧା ଜଣେ ପୁଲିସ କରୋନା ସଂକମିତ ହୋଇ ସହିଦ ହୋଇଛନ୍ତି । ଏଣୁ ଜିଲ୍ଲାବାସୀଙ୍କୁ ସମସ୍ତ ପ୍ରକାରର କୋଭିଡ ମାର୍ଗଦର୍ଶିକା ଓ କଟକଣା ପାଳନ କରିବା କୁହାଯାଇଛି। ଜରୁରି କାମଥିଲେ ହିଁ ମାସ୍କ ପିନ୍ଧି ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories