www.samajalive.in
Thursday, December 11, 2025
26.1 C
Bhubaneswar

ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଓ କୋଭିଡ ୧୯ ନିୟମାବଳୀରେ ପାଳନ ହେବ ମାଣିକେଶ୍ୱରୀ ପୀଠରେ ଦଶହରା

କଲମପୁର : ଆସନ୍ତା ୨୩ ଅକ୍ଟୋବରରେ ଅନୁଷ୍ଠିତ ହେବ ଥୁଆମୁଳ ରାମପୁର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା। ଚଳିତ ବର୍ଷ କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧି ପାଉଥିବା ଏବେ ଚିନ୍ତାଜନକ ବିଷୟ। ଏହି କାରଣରୁ ଲୋକ ଗହଳି ହେଲେ ଏହି ଭୂତାଣୁ ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ବାରମ୍ବାର ପ୍ରଶାସନ ତରଫରୁ ଜନ ସାଧାରଣଙ୍କୁ ସଚେତନ କରାଯାଉଛି। ଏହାସହ ମାକ୍ସ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଦେବୀ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଏକ ଅନନ୍ୟ। ଯେଉଁ ଯାତ୍ରା ଦେଖିବା ପାଇଁ ବର୍ଷ ତମାମ ଲୋକ ଅପେକ୍ଷା କରିଥାନ୍ତି। କିଭଳି ଏହି ଯାତ୍ରା ଦେଖିବାରୁ ଲୋକଙ୍କୁ ଅଟକାଇ ହେବ ସେ ନେଇ ପ୍ରଶାସନ ଏବେ ଚିନ୍ତିତ। ଏହାସହ ପଶୁବଳୀ ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିଷେଧାଦେଶ ଦେଶ ଜାରି କରିଛନ୍ତି। ଲୋକଙ୍କ ବିଶ୍ୱାସର ଏହି ଶାରଦୀୟ ପର୍ବ ଅବସରରେ କଳାହାଣ୍ଡିର ବିଭିନ୍ନ ଦେବୀ ପୀଠ ରେ ବଳି ପ୍ରଦାନ କରାଯାଇ ଆସୁଛି। ଏହି ପ୍ରଥାକୁ କିଭଳି ରୋକାଯାଇ ପାରିବ  ସେ ନେଇ ପ୍ରଶାସନ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରୁଛି।

ଗୁରୁବାର ଥୁଆମୁଳ ରାମପୁର ବ୍ଲକ ସଭା ଗୃହ ଠାରେ ବ୍ଲକ ପ୍ରଶାସନ ତରଫରୁ ବି.ଡି.ଓ ନିଶାନ ମିଶ୍ର, ତହସିଲଦାର ବିନୟ କୁମାର ଭୋଇ, ଥାନା ଅଧିକାରୀ ମନୋରଞ୍ଜନ କୁମାର, ସମିତି ଅଧ୍ୟକ୍ଷା ଶାନ୍ତି ମାଝୀ ପ୍ରମୁଖଙ୍କ ସମେତ ଥୁଆମୁଳ ରାମପୁର ମାଣିକେଶ୍ୱରୀ ପୂଜା କମିଟିର ସଭାପତି କୈଳାଶ ଚନ୍ଦ୍ର ପରିଚ୍ଛା, ସମ୍ପାଦକ ଶତୃଘନ ଗହିର ମାଣିକ୍ୟ ଚନ୍ଦ୍ର ନାଏକଙ୍କ ସମେତ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଏଥିରେ ମାନ୍ୟବର ହାଇକୋର୍ଟ ପଶୁ ବଳି ବନ୍ଦ ଉପରେ ଦେଇଥିବା ନିର୍ଦ୍ଦେଶ ସମ୍ବନ୍ଧରେ ଉପସ୍ଥିତ ଅଧିକାରୀମାନେ ପୂଜା କମିଟିର ସମସ୍ତ ସଦସ୍ୟଙ୍କ ସମେତ ଅନ୍ୟ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ  ବୁଝାଇଥିଲେ। ପଶୁ ବଳି କିପରି ବନ୍ଦ କରାଯାଇ ପାରିବ ସେ ନେଇ ମତାମତ ଗ୍ରହଣ କରିଥିଲେ। ଯଦିଓ ପଶୁ ବଳି ଏକ ଘୃଣ୍ୟ ପ୍ରଥା କିନ୍ତୁ ଲୋକଙ୍କ ଭାବାବେଗ ସହିତ ବହୁ କାଳରୁ ଚଳି ଆସିଥିବାରୁ ଏହି ପ୍ରଥା ବନ୍ଦ ହେବାରେ ବହୁ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅନ୍ୟପଟେ କୋଭିଡ ୧୯ ର ନିୟମାବଳୀକୁ ଗୁରୁତ୍ୱ ସହକାରେ ମାନିବାକୁ ପରାମର୍ଶ ଦିଆଯାଇଥିଲା। ପ୍ରତି ବର୍ଷ ଦଶହରା ପାଳନ ଅବସରରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଛି। କେବଳ ବିଧି ରକ୍ଷା ଭାବେ ଦଶହରା ନରାଡମ୍ବର ସହକାରେ ପାଳନ କରାଗଲେ ଜନ ଜୀବନ ସୁରକ୍ଷିତ ରହିବ ବୋଲି ଆଲୋଚନା ହେଇଥିଲା।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories