www.samajalive.in
Wednesday, December 10, 2025
18.1 C
Bhubaneswar

ସ୍ୱର୍ଗତଃ ଖେଳ ଶିକ୍ଷକଙ୍କ ସ୍ମୃତିରେ ୫୫୧ ଦୀପଦାନ

ଫୁଲବାଣୀ: ଫିରିଙ୍ଗିଆ ତଥା କନ୍ଧମାଳ ଜିଲ୍ଲାର ଜଣେ ଆଗଧାଡିର ଫୁଟବଲ ଖେଳାଳି ତଥା କ୍ରିଡ଼ା ସଂଗଠନ ଭାବେ ପରିଚିିତ ଥିବା ଖେଳ ଶିକ୍ଷକ ସ୍ୱର୍ଗତଃ ସୁଜିତ ମିଶ୍ର ଗତ ୧୦ ଦିନ ତଳେ ନିଜ ଗାଡ଼ିରେ ବସିଥିବା ବେଳେ ହଠାତ୍‍ ପଡ଼ିଯିବା ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ତାଙ୍କର ଆଜି ଥିଲା ଦଶାହ। ଏହି ଉପଲକ୍ଷେ ଫିରିଙ୍ଗିଆ ଫୁଟବଲ କ୍ଲବ ତରଫରୁ ତାଙ୍କ ଅମର ଆତ୍ମାର ସଦ୍‍ଗତି କାମନା କରି ଏକ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଖେଳ ପଡ଼ିଆ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଫିରିଙ୍ଗିଆ ଫୁଟବଲ କ୍ଲବର ସଭାପତି ଭବାନିଶଙ୍କର ବେହେରା ଓ ଉପଦେଷ୍ଟା ସଞ୍ଜୟ କୁମାର ଦିଗାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନୋଡାଲ ସ୍କୁଲ ଖେଳପଡିଆଠାରେ ଏହି କାର୍ଯ୍ୟକ୍ରମ ଅନୁିଷ୍ଟିତ ହୋଇଥିଲ।। ତେବେ ଏହି କାର୍ଯ୍ୟକ୍ରମରେ ଓଡିଶା ଫୁଟବଲ ସଂଘର ଉପସଭାପତି ହୃଦୟ ରଞ୍ଜନ ବେହେରା ମୁଖ୍ୟଅତିଥି ଭାବରେ ଯୋଗ ଦେଇ ସ୍ୱର୍ଗତ ଲିପୁନ ମିଶ୍ରଙ୍କ ଶୃତିଚାରଣ କରିଥିଲେ। କାର୍ଯ୍ୟକ୍ରମକୁ କ୍ଲବର ବରିଷ୍ଟ ସଦସ୍ୟ ସାଗର ସାହୁ ଓ ଅଜିତ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ଫିରିଙ୍ଗିଆ ଫୁଟବଲ ଟିମର କ୍ୟାପଟେନ ବିଜୟ ମୁଖୀ, ଜଗନ ବିଶୋୟୀ, ରାଜେଶ କୁମାର ଦିଗାଳ, ବିଭୁ ମୁଖୀ, ହରିଶଙ୍କର ନାଏକ, ତଣ୍ଡେଶ୍ୱର କହଁର, ସୁଶାନ୍ତ କୁମାର ଜୁଣ୍ଡିଙ୍କ ସହ ଅଞ୍ଚଳର ବହୁ କ୍ରିଡାପ୍ରେମି, କ୍ରିଡାବିତ, ଫୁଟବଲ ଖେଳାଳି ଓ ବିଭିନ୍ନ ସାମାଜିକ ସାସ୍କୃତିକ ଅନୁଷ୍ଟାନର କର୍ମକର୍ତା ମାନେ ଯୋ୍ଗ ଦେଇ ସ୍ୱର୍ଗତ ଅମର ଅତ୍ମାର ଶୃତିଚାରଣ କରିବା ସହ ସମସ୍ତେ ମିଶି ସମୋହିକ ଭାବରେ ୫୫୧ ଟି ଦୀପ ଦାନ କରିଥିଲେ। ତେବେ କ୍ରିଡାବିତ ସ୍ୱର୍ଗତ ସୁଜିତ ମିଶ୍ର ଫିରିଙ୍ଗିଆ ତଥା କନ୍ଧମାଳ ଜିଲ୍ଲା ତଥା ଜିଲ୍ଲା ବାହାରେ ମଧ୍ୟ ଜଣେ ଭଲ କ୍ରିଡାବିତ , କ୍ରିଡା ସଂଙ୍ଗଠକ ଓ ଜଣେ ଦକ୍ଷ ଖେଳ ଶିକ୍ଷକ ଭାବରେ ପରିଚିତ ଥିଲେ। ଗତ ୧ ତାରିଖ ସକାଳେ ଫିରିଙ୍ଗିଆ ବସଷ୍ଟାଣ୍ଡରେ ନିଜ ବାଇକ୍‍ ଉପରେ ବସିଥିବା ବେଳେ ହଠାତ୍‍ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତର ଖାନା ନେଇଥିଲେ ମଧ୍ୟ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ନେତୃତ୍ୱରେ ଫିରିଙ୍ଗିଆ ଫୁଟବଲ କ୍ଲବ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଥିଲ।। ଅନ୍ୟପଟେ ଏହି ଦୀପଦାନ କାର୍ଯ୍ୟକ୍ରମ ଅବସରରେ ଫିରିଙ୍ଗିଆ ଫୁଟବଲ କ୍ଲବ କୁ ତାଙ୍କ ନାମାରେ ଅର୍ଥାତ ସୁଜିତ ଫୁଟବଲ କ୍ଲବ ଫିରିଙ୍ଗିଆ ନାମାରେ ନାମିତ କରାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories