www.samajalive.in
Monday, December 8, 2025
27.1 C
Bhubaneswar

ଶକ୍ତିଶାଳୀ ହେଲା ବାୟୁସେନା, ଆରମ୍ଭ ହେଲା ରାଫେଲ ଯୁଗ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ବିଶ୍ବର ଅନ୍ୟତମ ଶକ୍ତିଶାଳୀ ସେନା ପାଲଟିିଛି । ବହୁ ପ୍ରତୀକ୍ଷିତ ଲଢୁଆ ରାଫେଲ ଯୁଦ୍ଧ ବିମାନ ବାୟୁସେନାରେ ସାମିଲ ହୋଇଛି। ପଡୋଶୀ ଶତ୍ରୁ ରାଷ୍ଟ୍ରକୁ ଟକ୍କର ଦେବା ପାଇଁ  ଭାରତ ନିଜର ବାୟୁସେନାର କ୍ଷମତା ବୃଦ୍ଧି କରିଛି। ଗୁରୁବାର ଭାରତୀୟ ବାୟୁସେନାରେ ୫ଟି ଯାକ ରାଫେଲ ଯୁଦ୍ଧ ବିମାନକୁ ଆନୁଷ୍ଠାନିକ ଭାବେ ସାମିଲ କରାଯାଇଛି। ରାଫେଲ ଯୁଦ୍ଧ ବିମାନ ସାମିଲ ଅବସରରେ ହରିଆଣାର ଆମ୍ବାଲା ଏୟାରବେସ୍‌ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ସର୍ବଧର୍ମ ପୂଜା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଫ୍ରାନ୍ସ ପ୍ରତିରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ସ୍ବତନ୍ତ୍ର ଉତ୍ସବରେ ସେହିରି ଚିଫ୍‍ ଅଫ୍‍ ଡିଫେନ୍ସ ଷ୍ଟାଫ୍‍ ଜେନେରାଲ୍‍ ବିିନ୍‍ ରାୱତ୍‍, ବାୟୁସେନା ମୁଖ୍ୟ ଏୟାର୍‍ ମାର୍ଶାଲ୍‍ ଆର୍‍.କେ.ଏସ୍‍. ଭଦୌରିଆ, ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର, ଡି.ଆର.ଡି.ଓ.ର ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରଣାଳୟ ତଥା ସଶସ୍ତ୍ର ବଳର ଅନେକ ଅଧିକାରୀଙ୍କ ସହ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‍ ଡୋଭାଲ ଉପସ୍ଥିତ ଥିଲେ ।

ପ୍ରଥମ ପର୍ଯ୍ୟାୟରେ ଭାରତୀୟ ବାୟୁସେନାରେ ୫ଟି ରାଫେଲ ସାମିଲ କରାଯାଇଛି। ଅକ୍ଟୋବର ଆଉ ୩ରୁ ୪ଟି ରାଫେଲ ଆସିବ। ୨୦୨୧ ସୁଦ୍ଧା ଭାରତକୁ ଫ୍ରାନ୍ସ ମୋଟ ୩୬ଟି ଫାଇଟର ଜେଟ ଦେବାର ଚୁକ୍ତି ହୋଇଛି। ଏହି ୩୬ଟି ଫାଇଟର ଜେଟ ପାଇଁ ଭାରତ ଓ ଫ୍ରାନ୍ସ ମଧ୍ୟରେ ୫୯ ହଜାର କୋଟି ଟଙ୍କାର ଚୁକ୍ତି ହୋଇଛି।

- Advertisement -

ସୂଚନାଯୋଗ୍ୟ ଗତ ମାସ ୨୯ ତାରିଖରେ ୫ଟି ଯାକ ରାଫେଲ ଯୁଦ୍ଧବିମାନ ଭାରତରେ ଆସି ପହଞ୍ଚିଥିଲା। ସେଗୁଡ଼ିକୁ ଆନୁଷ୍ଠାନିକ ଭାବେ ବିମାନବାହିନୀରେ ସାମିଲ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମ ଦଫାରେ ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧବିମାନ ପାଇଛି। ସେଗୁଡ଼ିକ ମଧ୍ୟରେ ୩ଟି ସିଙ୍ଗିଲ ସିଟେଡ୍‍ ବିମାନ ଥିବାବେଳେ ୨ଟି ଡବଲ ସିଟେଡ୍‍ ବିମାନ ରହିଛି।

ରାଫେଲ୍ ବିମାନର ବିଶେଷତ୍ବ: ଏହାର ରେଟ୍ ଅଫ୍ କ୍ଳାଇମିଂ ରହିଛି ସେକେଣ୍ଡ ପ୍ରତି ୩୦୦ ମିଟର। ଯାହା ଦ୍ବାରା ଏହା ଚୀନ ପାକିସ୍ତାନକୁ ମଧ୍ୟ ମାତ୍ ଦେବ। ଏହାର ଅର୍ଥ ରାଫେଲ ଗୋଟିଏ ମିନିଟ୍​‌ରେ ୧୮ ହଜାର ମିଟର ଉଚ୍ଚକୁ ଯାଇପାରେ । ଥରେ ଏଥିରେ ଇନ୍ଧନ ଭରିବା ମାତ୍ରେ କ୍ରମାଗତ ୧୦ ଘଣ୍ଟା ଉଡାଣ ଭରିପାରେ। ରାଫେଲରେ ଲାଗିଥିବା ଗନ୍ ମିନିଟିଏରେ ୨୫୦୦ ଫାୟାର କରିବାକୁ ସକ୍ଷମ। ଏଥିରେ ଲାଗିଥିବା ରାଡର ସିଷ୍ଟମ ୧୦୦ କିଲୋମିଟର ଦୂରତ୍ବରେ ଥରକରେ ଏକାସାଙ୍ଗରେ ୪୦ ଟାର୍ଗେଟକୁ ଚିହ୍ନଟ କରିପାରେ। ଏହା ୨୪,୫୦୦ କିଲୋଗ୍ରାମ ଭାର ଉଠାଇବାକୁ ସକ୍ଷମ। ଏହା ସହ ୬୦ ଘଣ୍ଟାରେ ଅତିରିକ୍ତ ଉଡାଣ ଭରିବାର ସକ୍ଷମ।

 

 

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories