www.samajalive.in
Monday, December 8, 2025
17.1 C
Bhubaneswar

ମୋଦୀଙ୍କ ଆହ୍ୱାନ, କୁପୋଷଣ ଦୂର ପାଇଁ ସଚେତନତା ଜରୁରୀ

ଦେଶରୁ କୁପୋଷଣ ଦୂର କରିବା ପାଇଁ ପ୍ରତ୍ୟେକ ସ୍ଥାନରେ ସଚେତନତା ସୃଷ୍ଟି କରିବା ସକାଶେ ସମସ୍ତେ ଏକଜୁଟ୍‍ ହୋଇ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଏହା ନାରୀଶକ୍ତି ଓ ଯୁବଶକ୍ତିକୁ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ବିକଶିତ ଦେଶ ଗଠନ ପାଇଁ ଉଚିତ୍‍ ପୋଷଣର ଆବଶ୍ୟକତା ରହିଛି। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ତୃତୀୟ ରାଷ୍ଟ୍ରୀୟ ପୋଷଣ ମାସ ସମୟରେ ଅତି ଉତ୍କଟ କୁପୋଷିତ ପିଲାମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପୁଷ୍ଟି ଯୋଗାଇବା କାର୍ଯ୍ୟ ଉପରେ ଆଲୋକପାତ କରାଯିବ। ଚଳିତ ମାସକୁ ତୃତୀୟ ରାଷ୍ଟ୍ରୀୟ ପୋଷଣ ମାସ ଭାବେ ପାଳନ କରାଯାଉଛି। ପ୍ରତିବର୍ଷ ପୋଷଣ ଅଭିଯାନ ଅଧୀନରେ ପୋଷଣ ମାସ ପାଳନ କରାଯାଇଥାଏ। ପୋଷଣ ଅଭିଯାନ ସମସ୍ତଙ୍କୁ ପୁଷ୍ଟି ଯୋଗାଇବା ପାଇଁ ସେମାନଙ୍କ ନିକଟରେ ପହଞ୍ଚିବା ସକାଶେ ପ୍ରଧାନମନ୍ତ୍ରୀଙ୍କ ଯୋଜନାର ଏକ ଅଂଶ ବିଶେଷ। ୨୦୧୮ ମସିହାରୁ ଏହାକୁ ପାଳନ କରାଯାଇ ଆସୁଛି। ଛୋଟପିଲା ଓ ମହିଳାମାନଙ୍କୁ କୁପୋଷଣରୁ ମୁକ୍ତ କରିବା ପାଇଁ ଜନଆନ୍ଦୋଳନକୁ ଉତ୍ସାହିତ କରିବା ହେଉଛି ପୋଷଣ ମାସ ପାଳନର ମୂଳଲକ୍ଷ୍ୟ। ତା’ଛଡ଼ା ପ୍ରତ୍ୟେକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଓ ପୁଷ୍ଟି ଯୋଗାଇବା ମଧ୍ୟ ଏହାର ଅନ୍ୟତମ ଲକ୍ଷ୍ୟ।

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି, ଦେଶରେ ପିଲାମାନଙ୍କର ସାମୂହିକ ପୁଷ୍ଟି ସାଧନ ପାଇଁ ଜୋରସୋର ଅଭିଯାନ ଆରମ୍ଭ କରିବାକୁ ସରକାର ସଂକଳ୍ପବଦ୍ଧ। ସେ କହିଛନ୍ତି, ମହିଳା, ଛୋଟପିଲା, ଗର୍ଭବତୀ ମହିଳା ଓ ସଦ୍ୟ ପ୍ରସୂତାମାନଙ୍କୁ ପର୍ଯ୍ୟାପ୍ତ ପୁଷ୍ଟି ଯୋଗାଣକୁ ସରକାର ସର୍ବଦା ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଶ୍ରୀ ଶାହା କହିଛନ୍ତି, ପୋଷଣ ଅଭିଯାନ ଏକ ସାର୍ବଜନୀନ ଯୋଜନା, ଯାହା ଦେଶରୁ କୁପୋଷଣକୁ ଲୋପ କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିବ। ଭାରତକୁ କୁପୋଷଣମୁକ୍ତ କରିବା ପାଇଁ ଏହି ଯୋଜନାକୁ ଆହୁରି ଅଧିକ ବ୍ୟାପକ କରିବା ବିଷୟ ସେ ଜଣାଇଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories