www.samajalive.in
Sunday, December 7, 2025
14.1 C
Bhubaneswar

ବଦଳିଲା ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା : ଏଣିକ କୌଣସି ପ୍ରକାରର ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ପ୍ରଫେସର ନିଯୁକ୍ତି କରିପାରିବେନି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ

ଭୁବନେଶ୍ୱର :ଏଣିକ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପ୍ରକାରର ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ପ୍ରଫେସର ନିଯୁକ୍ତି କରିପାରିବେନି।
ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ଅଧ୍ୟାଦେଶ-୨୦୨୦ ଜରିଆରେ ଏଭଳି ପରିବର୍ତ୍ତନ କରାଯାଇଛି। ଏନେଇ ଓଡ଼ିଶା ପବ୍ଲିକ୍‌ ସର୍ଭିସ କମିସନ(ଓପିଏସ୍‌ସି)ର ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅବଗତ କରାଯାଇଛି। ବିଭାଗୀୟ ସଚିବ ଏନେଇ ସୋମବାର ଚିଠି ଲେଖି ଜଣାଇଛନ୍ତି।

ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ଅଧ୍ୟାଦେଶ-୨୦୨୦ ଜରିଆରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ବିଶ୍ବବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ପାଇଁ ସିଧାସଳଖ ଭାବେ ବିଶ୍ବବିଦ୍ୟାଳୟରେ ନିଯୁକ୍ତି କରାଯାଇଥିଲା। ବିଶ୍ବବିଦ୍ୟାଳୟସ୍ତରରେ ଏକ କମିଟି କରାଯାଇ ଏହି ନିଯୁକ୍ତି ପ୍ରକ୍ରିୟା କରାଯାଇଥାଏ। କୁଳପତି ଏହି କମିଟିର ମୁଖ୍ୟ ଭାବେ ୟୁଜିସି ନିୟମାବଳୀ ମୁତାବକ ନିଯୁକ୍ତି ପ୍ରକ୍ରିୟା କରିଥାନ୍ତି।

- Advertisement -

ଏଣିକି ବିଶ୍ବବିଦ୍ୟାଳୟସ୍ତରରେ ନିଯୁକ୍ତି କରାଯିବନି। ନୂଆ ନିୟମ ଅନୁସାରେ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ପ୍ରଫେସର ଓଡ଼ିଶା ପବ୍ଲିକ୍‌ ସର୍ଭିସ କମିସନ ଜରିଆରେ କରାଯିବ। ବିଶ୍ବବିଦ୍ୟାଳୟ ପକ୍ଷରୁ ଶିକ୍ଷକ ପଦ ପୂରଣ କରିବା ପାଇଁ ବରାଦ ଦିଆଯିବା ପରେ ତାକୁ କମିସନ୍‌ ପକ୍ଷରୁ ପୂରଣ କରାଯିବ। ବିଶ୍ବବିଦ୍ୟାଳୟର କୁଳସଚିବ ଶିକ୍ଷକ ପଦ ପୂରଣ ପାଇଁ ଅନୁରୋଧ କରିବା ପରେ ତାକୁ ପୂରଣ କରିବା ଦିଗରେ କମିସନ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନିତ କରିବ। ନିଯୁକ୍ତି ସଂକ୍ରାନ୍ତରେ ପ୍ରାରମ୍ଭିକ ପର୍ଯ୍ୟାୟରେ କମିସନ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗ ସହ ଆଲୋଚନା କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି।

ବିଭାଗ ପକ୍ଷରୁ ୧୨ ବିଶ୍ବବିଦ୍ୟାଳୟର କୁଳପତି ଓ କୁଳସଚିବଙ୍କର ତାଲିକା ଓ ଯୋଗାଯୋଗ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଓପିଏସ୍‌ସିକୁ ପ୍ରଦାନ କରାଯାଇଛି। କ୍ୟାରିୟର ଆଡଭାନ୍ସମେଣ୍ଟ ସ୍କିମ୍‌(ସିଏଏସ୍‌) ଜରିଆରେ ପଦୋନ୍ନତି ଏକ ସିଧାସଳଖ ନିଯୁକ୍ତି ନୁହେଁ। ବିଶ୍ବବିଦ୍ୟାଳୟରେ ପୂର୍ବରୁ ନିଯୁକ୍ତି ପାଇ କାର୍ଯ୍ୟରତ ଶିକ୍ଷକଙ୍କର କାର୍ଯଦକ୍ଷତା ଅନୁସାରେ ପଦୋନ୍ନତି ସିଏଏସ୍‌ ଜରିଆରେ କରିପାରିବେ। ୟୁଜିସି ନିୟମ ଅନୁସାରେ ଏହା କରାଯିବ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟଦକ୍ଷତା ଅନୁସାରେ ପଦୋନ୍ନତି କରି‌େବ।‌ ଏ ସମ୍ବନ୍ଧରେ ସମସ୍ତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଛି। ସୂଚନାଯୋଗ୍ୟ ବିଶ୍ବବିଦ୍ୟାଳୟ ସ୍ତରରେ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ବନ୍ଦ ରଖିବା ପାଇଁ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories