www.samajalive.in
Monday, December 8, 2025
20.1 C
Bhubaneswar

ଆଦିପୁରୁଷ: ପ୍ରଭାସଙ୍କ ନାୟିକା ସାଜିବେ କିଆରା

ମୁମ୍ବଇ: ବାହୁବଳୀ ଷ୍ଟାର ପ୍ରଭାସଙ୍କ ଆଗାମୀ ପ୍ରୋଜେକ୍ଟ ତଥା ନିର୍ଦ୍ଦେଶକ ଓମ୍‍ ରାଉତ୍‍ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ନାୟିକା କିଏ ହେବେ, ସେ ନେଇ ଦୀର୍ଘ ଦିନ ହେଲା ଚର୍ଚ୍ଚା ଚାଲିଥିଲା। ଏବେ କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଅଭିନେତ୍ରୀ କିଆରା ଆଡ଼ଭାନୀ ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ବିପକ୍ଷରେ ନାୟିକା ସାଜିବେ ବୋଲି ଜଣାପଡ଼ିଛି। ଏନେଇ କିଆରାଙ୍କ ସହ ନିର୍ଦ୍ଦେଶକ ଓମ୍‌ ଯୋଗାଯୋଗ‌ କରିଥିବା ସୂଚନା ମିଳିଛି। କିଆରା ଏଥିପାଇଁ କିଛି ସମୟ ମାଗିଥିବା ବେଳେ ସେ ରାଜି ହେବେ ବୋଲି ଆଶା କରାଯାଉଛି। କିଆରାଙ୍କ ପୂର୍ବରୁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ କିର୍ତ୍ତୀ ସୁରେଶଙ୍କୁ ଏହି ଚରିତ୍ର ପାଇଁ ଅଫର୍‌ ଦିଆଯାଇଥିଲା। ତେବେ କୌଣସି କାରଣରୁ ସେ ମନା କରିବା ପରେ କିଆରାଙ୍କୁ ଏହି ଅଫର୍‌ ମିଳିଛି।

ସୂଚନାଯୋଗ୍ୟ, ‘ଆଦିପୁରୁଷ’ର କାହାଣୀ ରାମାୟଣ ଉପରେ ଆଧାରିତ। ଏଥିରେ ପ୍ରଭାସ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଓ ସୈଫ୍‌ ଅଲ୍ଲୀ ଖାନ୍‌ ରାବଣ ଚରିତ୍ରରେ ନଜର ଆସିବେ। ଆସନ୍ତାବର୍ଷ ଏହାର ଶୁଟିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ତେବେ ୨୦୨୨ରେ ‘ଆଦିପୁରୁଷ’ ମୁକ୍ତିଲାଭ କରିପାରେ ବୋଲି ଶୁଣିବାକୁ ମିଳୁଛି। ଏହା ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ୍ ଓ କନ୍ନଡ଼ ଭାଷାରେ ରିଲିଜ ହେବ।

- Advertisement -

 

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories