www.samajalive.in
Tuesday, December 9, 2025
17.1 C
Bhubaneswar

ମଣିପୁର ଚମ୍ପିଆନ ; ଓଡ଼ିଶା ରନର୍ସଅପ୍‍

କଟକ : କଟକରେ ଚାଲିଥିବା ଜାତୀୟ ସବ୍‍ଜୁନିୟର ବାଳିକା ଫୁଟ୍‍ବଲ ଚମ୍ପିଆନ୍‍ସିପରେ ମଣିପୁର ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛି। ଫୁଟ୍‍ବଲ ଆସୋସିଏସନ୍‍ ଅଫ୍‍ ଓଡ଼ିଶା (ଫାଓ) ଆନୁକୂଲ୍ୟରେ କଟକରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‍ ବାରବାଟୀ ଷ୍ଟାଡିୟମ୍‍ରେ ଗୁରୁବାର ଅପରାହ୍‍ଣରେ ଖେଳା ଯାଇଥିଲା। ଏହି ମ୍ୟାଚ୍‍ରେ ଆୟୋଜକ ଓଡ଼ିଶାକୁ ୨-୧ ଗୋଲ୍‍ରେ ପରାସ୍ତକରି ମଣିପୁର ଚମ୍ପିଆନ୍‍ ହୋଇଛି। ୮ ମିନିଟରେ ମଣିପୁରର ଏଲ୍‍. ବିବିଚା ଦେବୀ ପ୍ରଥମ ଗୋଲ୍‍ ଦେଇଥିଲେ। ତେବେ ୪୦ ମିନିଟରେ ଏନ୍‍. ଗୀତାଞ୍ଜଳି ଚାନୁ ଆତ୍ମଘାତୀ ଗୋଲ୍‍ଦେବାରୁ ସ୍କୋର୍‍ ୧-୧ ହୋଇ ଯାଇଥିଲା। ଇଞ୍ଜ୍ୟୁରୀ ସମୟରେ ମଣିପୁରର ହେମାମ୍‍ ସିଲ୍‍କି ଦେବୀ ବିଜୟସୂଚକ ୨ୟ ଗୋଲ୍‍ ସ୍କୋର୍‍ କରିଥିଲେ। ଏହି ପରାଜୟ ଯୋଗୁଁ ଓଡ଼ିଶାକୁ ରନର୍ସଅପ୍‍ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି।

ଫାଇନାଲ ମ୍ୟାଚ୍‍ରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟଅତିଥି ଥିଲେ। ଫାଓର ସଭାପତି ତଥା ବିଧାୟକ ଦେବାଶିଷ ସାମନ୍ତରାୟ ଉଦ୍‍ଯାପନୀ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ଆଥ୍‍ଲେଟିକ୍‍ ଆସୋସିଏସନ୍‍ର ସମ୍ପାଦକ ଆଶୀର୍ବାଦ ବେହେରା ସମ୍ମାନୀତ ଅତିଥି ଥିଲେ। ଫାଓର ଉପସଭାପତି ଭକ୍ତବଲ୍ଲଭ ଦାସ, ବିଜୟ ଦାସ, ତଡ଼ିତ କୁମାର ରାଉତ, ସୁବ୍ରତ କୁମାର ପଣ୍ଡା, ଦିଲୀପ କୁମାର ସାହୁ, ରବି ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦକ ବିଜୟ କୁମାର ଦାସ, ଅଭିଜିତ ପାଲ, ସଂଗୀତା ଶର୍ମା, ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ୍‍ର ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ଏବଂ ଫାଓ ସଦସ୍ୟ ବିଶ୍ୱରଞ୍ଜନ ଘଡ଼େଇ, ଗଙ୍ଗାଧର ବେହେରା, ନୃସିଂହ ଚୌଧୁରୀ, ଶିବପ୍ରକାଶ ଘୋଷ, ଗୋପାଳ ଦାସ, ଦୁର୍ଗାମାଧବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories