www.samajalive.in
Thursday, December 11, 2025
23.1 C
Bhubaneswar

ରାଜ୍ୟସ୍ତରୀୟ ଗୁରୁ ସମ୍ବର୍ଦ୍ଧନା ମହୋତ୍ସବରେ ଅଧ୍ୟାପକ ଡଃ. ଶଶଧର ପତିଙ୍କୁ ‘ସତ ଗୁରୁ’ ସମ୍ମାନ

କଟକ: ଗୁରୁଦିବସ ଉପଲକ୍ଷେ କଟକ ଜିଲ୍ଲା ସାଲେପୁର ସ୍ଥିତ ଶ୍ରୀ ଗୁରୁପୂଜନ ସମିତି ପକ୍ଷରୁ ରାଜ୍ୟସ୍ଥରୀୟ ଗୁରୁ ସମ୍ବର୍ଦ୍ଧନା ମହୋତ୍ସବରେ ଶିକ୍ଷା ପ୍ରତି ବିଶେଷ ଅବଦାନ ପାଇଁ ଅଧ୍ୟାପକ ଡଃ. ଶଶଧର ପତିଙ୍କୁ ‘ସତ ଗୁରୁ’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠାନର ସଭାପତି ଅକ୍ଷୟ କୁମାର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ରାଜ୍ୟ ସ୍ଥରୀୟ ସମ୍ବର୍ଦ୍ଧନା ଉତ୍ସବରେ ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ଉମେଶ ଚନ୍ଦ୍ର ପତି ମୁଖ୍ୟ ଅତିଥି, ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ସମ୍ମାନିତ ଅତିଥି ଏବଂ ସାଲେପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗୁରୁ ଦିବସର ମହତ୍ୱ ଓ ଆଧୁନିକ ସମାଜରେ ଗୁରୁଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ। ଶ୍ରୀ ଗୁରୁପୂଜନ ସମିତିର ସଚିବ ଡଃ. ଗୌତମ ମହାରଣା ମଧ୍ୟ ବକ୍ତବ୍ୟ ରଖିଥିଲେ।

ଅଧ୍ୟାପକ ଡଃ. ପତି ସମ୍ବର୍ଦ୍ଧନାରେ ଉତ୍ତରରେ ତାଙ୍କ ସଫଳତା ପାଇଁ ନିଜ ଶିକ୍ଷକ ଶିକ୍ଷୟିତ୍ରୀ, ପରିବାରବର୍ଗ, ସହକର୍ମୀ ଓ ଧର୍ମପତ୍ନୀଙ୍କୁ ଶ୍ରେୟ ଦେଇଛନ୍ତି। ସମ୍ପ୍ରତି ଅଧ୍ୟାପକ ଡଃ. ପତି କଟକ ଜିଲ୍ଲା ଛତିଆ କଇଥାସ୍ଥିତ ତ୍ରୀନାଥପୁର ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟରେ ସଂସ୍କୃତ ସାହିତ୍ୟ ବିଭାଗୀୟ ମୁଖ୍ୟ ଭାବେ ଅଧ୍ୟାପନାରତ ଅଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories